ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଏବେ ଦିନରେ ତାପମାତ୍ରା ଅଧିକ ରହୁଥିବା ବେଳେ ରାତିରେ ବିଶେଷ ଶୀତ ନାହିଁ । ଶୀତ ଏବେ କୁଆଡେ ଉଭାନ ହୋଇଯାଇଛି। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଏଭଳି ତାପମାତ୍ରା ଜାରି ରହିବ । ଏବା ପରବର୍ତ୍ତୀ ସମୟରେ ତାପମାତ୍ରା ୨ ରୁ ୩ଂ ପର୍ଯ୍ୟନ୍ତ ତଳକୁ ଖସିବ । ଫଳରେ ଶୀତ ଅପେକ୍ଷାକୃତ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି ।
ପାଣିପାଗ ବିଶେଷଜ୍ଞ କହିବା କଥା ଆଜିଠାରୁ ରାତିରୁ ଓଡିଶାରେ ପାଗ ମେଘୁଆ ରହିବା ଯୋଗୁ ସର୍ବନିମ୍ନ ତାପମାତ୍ରା ବଢିବ । ଉପକୂଳ ଓଡିଶାରେ ମଙ୍ଗଳବାର ଦିନ ଆଂଶିକ ମେଘୁଆ ପାଗ ହେତୁ ରାତିର ତାପମାତ୍ରା ବଢିବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ପାରଦସ୍ତର ପୁଣି କମିବା ସହ ଥଣ୍ଡା ଟିକେ ଅନୁଭୂତ ହେବ । ଥଣ୍ଡା ଟିକେ ପଡିବ । ଥଣ୍ଡା ବଢିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ମାନେ ।
ଓଡିଶା ଓ ସଲଗ୍ନ ରାଜ୍ୟ ଉପରେ ଚାଲୁ ରହିଥୁବା ଗୁରୁଚାପ ବଳୟ ମଙ୍ଗଳବାର ସୁଧା ଅପସରି ଯିବ । ତେଣୁ ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହିବା ଆରମ୍ଭ ହେବ । ଫଳରେ ସର୍ବନିମ୍ନ ତାପମାତ୍ରା ବି କମିବ । ଆକଳନ କରାଯାଇଛି ଯେ ଆଜି ରାତିରେ ଆଭ୍ୟନ୍ତରୀଣ ଉତ୍ତର ଉପକୂଳ ଓଡିଶାରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ଂ ବଢିବ । ତାପରେ ଦୁଇଦିନ ଅର୍ଥାତ୍ ମଙ୍ଗଳବାର ଓ ବୁଧବାର ରାତିରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ରୁ ୬ଂ କମିବାର ଯଥେଷ୍ଟ ସମ୍ଭାବନା ରହିଛି ।
ତେବେ ଗୁରୁବାର ଠାରୁ ତାପମାତ୍ରା ଧୀରେ ଧୀରେ ବଢିଲେ ମଧ୍ୟ ରବିବାର ପର୍ଯ୍ୟନ୍ତ ଥଣ୍ଡା କିଛି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଦକ୍ଷିଣ ଓ କେନ୍ଦ୍ରୀୟ ଉପକୂଳ ସଂଲଗ୍ନ ଜିଲ୍ଲା ଗୁଡିକରେ ମଙ୍ଗଳବାର ରାତିରେ ଆଂଶିକ ମେଘୁଆ ପାଗ ହେତୁ ସର୍ବନିମ୍ନ ତାପମାତ୍ରା ୨ଂ ବଢିବ ଆଉ ତାପର ଦୁଇଦିନ ଭିତରେ ୩ ରୁ ୪ଂ କମିବ । ତେବେ ଏସବୁ ଭିତରେ କିନ୍ତୁ ଯେଉଁ ଶୀତ ଟିକେ କମିଥିଲା ସେ ଶୀତ ଟିକେ ବଢିବ ବୋଲି ପୂର୍ବାନୁମାନ କରୁଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।