ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାପା, ମାଁ ଛେଉଣ୍ଡ ଥିଲେ ଅମ୍ଲାନ । ଏବେ ତାଙ୍କ ସାନଭାଇ ବି ଚାଲିଗଲେ । ଏବେ ଅମ୍ଲାନ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଓଡିଆ ସିନେମା ଜଗତର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରିବାର ଏବେ ଶୋକାକୁଳ ଅବସ୍ଥା ରେ ରହିଛି । ବର୍ଷକ ପୂର୍ବରୁ ମହାନ୍ ଅଭିନେତା ସ୍ୱର୍ଗତ ମିହିର ଦାସ ମୃ-ତ୍ୟୁ ବରଣ କରିଥିଲେ । ଆଉ ଏବେ ଦୁଇଦିନ ପୂର୍ବରୁ ଅକ୍ଲାନ୍ତ ଦାସ ମୃ-ତ୍ୟୁ ବରଣ କରିଛନ୍ତି ।
ଅମ୍ଲାନ ଓ ଅକ୍ଲାନ୍ତ ଛୋଟ ବେଳୁ ତାଙ୍କ ମାଁଙ୍କୁ ହରାଇଥିଲେ । ଦୁଇ ପୁଅକୁ ସ୍ୱାମୀଙ୍କ ପାଖରେ ଛାଡି ସବୁଦିନ ପାଇଁ ଚାଲିଯାଇଥିଲେ । ମିହିର ଦାସ ମାଁ ର ଭଲ ପାଇଁବା ଦେଇ ବଡ କରିଥିଲେ । ତେବେ ଏହି ବର୍ଷକ ପୂର୍ବରୁ ମିହିର ଦାସ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ଆଉ ଏକା କରି ଛାଡି ଯାଇଥିଲେ ଦୁଇ ପୁଅ ଅମ୍ଲାନ ଓ ଅକ୍ଲାନ୍ତକୁ । ବାପା ମାଁ ଛେଉଣ୍ଡ ହୋଇଯାଇଥିଲେ ଅମ୍ଲାନ ଓ ଅକ୍ଲାନ୍ତ ।
ଅମ୍ଲାନ ନିଜ ସାନ ଭାଇକୁ ନିଜ ବାପା, ମାଁ ର ସ୍ନେହ ଦେଉଥିଲେ । ତେବେ ବାପା, ମାଁ କମିର ଅଭାବ ହେବାକୁ ଦେଇନଥିଲେ । ହେଲେ ଅକ୍ଲାନ୍ତ ନିଜ ବାପା ମାଁଙ୍କୁ ଭୁଲି ପାରିନଥିଲେ । ସେ ସବୁବେଳେ ତାଙ୍କ ବାପା, ମାଁଙ୍କୁ ମନେ ପକାଉଥିଲେ । ଯାହା ଶୁଣିବାକୁ ମିଳୁଛି ସେ ଡିପ୍ରେସନରେ ରହି ସବୁବେଳେ ନିଶା ଦ୍ରବ୍ୟ ଅଭ୍ୟାସ ହୋଇଯାଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଜଣା ପଡିଥିଲା ଯେ ତାଙ୍କର ଲିଭର ଡ୍ୟାମେଜ ହୋଇଯାଇଥିଲା ।
ତେବେ ଅମ୍ଲାନ ତାଙ୍କର ସାନ ଭାଇର ମୃ-ତ୍ୟୁ ପରେ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି । ପ୍ରଥମେ ମାଁଙ୍କୁ ମୁଖାଗ୍ନି ଦେଇଥିଲେ ତାପରେ ବାପାଙ୍କୁ ଆଉ ଏବେ ତାଙ୍କର ସାନ ଭାଇ ଅକ୍ଲାନ୍ତଙ୍କୁ ମୁଖାଗ୍ନି ଦେଇଛନ୍ତି । ସାନ ଭାଇକୁ ହରାଇ ସହଜରେ ବଶ୍ୱାସ କରିପାରୁନାହାନ୍ତି ଅମ୍ଲାନ । ସେ କେଡେ ଅଭାଗା । ଭଗବାନ ତାଙ୍କ ଜୀବନରେ କେତେ ଦୁଃଖ ଲେଖିଛନ୍ତି ଏବଂ ଅମ୍ଲାନ ସଂପୂର୍ଣ୍ଣ ଏକା ହୋଇଯାଇଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।