ହାଡ ଭଙ୍ଗା ଶୀତରେ ଥରୁଛି ସାରା ଓଡିଶା ,ଉପକୂଳରୁ ଉପାନ୍ତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ବଢିଛି ଶୀତ । ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା । ଉପକୂଳ ରୁ ଉପାନ୍ତ ସବୁଠି ଶୀତ । ଆସନ୍ତା ଦୁଇଦିନ ମଧ୍ୟରେ ପାରଦ ଆହୁରି ୩ ରୁ ୫ ଡିଗ୍ରି ଯାଏ ଖସିବ । ଅର୍ଥାତ୍ ଆହୁରି ଜୋରରେ ଥଣ୍ଡା ହେବ । ଥଣ୍ଡାର ପ୍ରକପ ଆହୁରି ବଢିବାର ସମ୍ଭାବନା ରହିଛି । ଆଗାମୀ ଦୁଇଦିନ ଭିତରେ ଆହୁରି ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଉତ୍ତରା ପବନ ଧୀରେ ଧୀରେ ସକ୍ରିୟ ହେବାରୁ ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ଅଧିକ ପ୍ରଭାହ ହେବ । ଏହା ସହ ରାଜ୍ୟରେ କିଛି କିଛି ଅଞ୍ଚଳରେ କୁହୁଡ଼ି ମଧ୍ୟ ଦେଖାଯିବ । କଳାହାଣ୍ଡି ,କନ୍ଧମାଳ, ବୌନ୍ଧ , ଅନୁଗୁଳ, ଢେଙ୍କାନାଳ ଓ କଟକ ଆଦି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

cold

ଭୂବନେଶ୍ୱର ସମେତ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ୧୦ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ରୁ ୪ ଡିଗ୍ରି ବଢିବ । ଦକ୍ଷିଣ ଆଭ୍ୟନ୍ତରୀଣ ରେ ୮ ରୁ କ୍ରମଶଃ ବୃନ୍ଧି ହୋଇ ୧୨ ତାରିଖ ସୁଧା ତାପମାତ୍ରା ୪ ଡିଗ୍ରି ବଢିବାର ସମ୍ଭାବନା ରହିଛି । ଉପକୂଳ ୯ ତାରିଖ ପରେ ପୁଣି ତାପମାତ୍ରା ବଢିବ । ୧୩ ତାରିଖ ସୁଧା ପାରଦ ୩ ରୁ ୪ ଡିଗ୍ରି ବଢିପାରେ । କିନ୍ତୁ ଉତ୍ତର ଆଭ୍ୟନ୍ତରୀଣରେ ୯ ତାରିଖ ପରେ ତାପମାତ୍ରା ବଢିବାର ଯଥେଷ୍ଟ ସମ୍ଭାବନା ନାହିଁ ।

ଉପକୂଳ ଓ ସଲଗ୍ନ ଜିଲ୍ଲା ସହ ରାଜ୍ୟରେ ଅନେକ ଜିଲ୍ଲାରେ ଆଜିଠୁ କୁହୁଡ଼ି ପଡିବ । ୧୧ ରୁ ୧୫ ତାରିଖ ଭିତରେ କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ତେବେ କୁହୁଡ଼ି ଏତେ ହେବ ଯେ ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଛାଡିବ ନାହିଁ । ରାସ୍ତାଘାଟ ଦିଶିବ ନାହିଁ । ତେଣୁ ସେ ସମୟରେ ଘରୁ ପଦାକୁ ବାହାରିଲେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଅଛି । ଘନ କୁହୁଡ଼ି ହେବ ବୋଲି ପୂର୍ବାନୁମାନ କିରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *