ବଢୁଛି ତାପମାତ୍ରା, କମୁଛି ଶୀତ । ସେପଟେ କୁହୁଡ଼ି କମିବାର ନାଁ ଧରୁନି । କଲବଲ କରୁଛି ଘନ କୁହୁଡ଼ି

Winter

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୀତ କମିଛି ତାପମାତ୍ରା ବଢିଛି । ଏହାରି ଭିତରେ କିନ୍ତୁ କୁହୁଡି ର ପ୍ରଭାବ କମିନି । ହଁ ବନ୍ଧୁଗଣ ମଙ୍ଗଳବାର , ବାଲେଶ୍ୱର , ଚାନ୍ଦବାଲୀ , ଜାଜପୁର , ପାରାଦ୍ୱୀପ ରେ ଘନ କୁହୁଡି ଦେଖିବାକୁ ମିିଳିଛି । ବାଲେଶ୍ୱରରେ କୁହୁଡି ପାଇଁ ଦୃଶ୍ୟମାନ ର ଦୂରତା ଥିଲା 50 ମିଟର । ଆଉ ସବୁଠାରୁ ବଡ କଥା ହେଲା ଏହି କୁହୁଡି ସମୟ ରେ ଅନେକ ଦୂର୍ଘଟଣା ଘଟୁଛି । ସକାଳ 10 ଟା ନ ବାଜିଲେ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଛି ।

ଯଦି 10 ଟା ଭିତରେ ଗାଡି ଚାଳକ ମାନେ ଗାଡି ଚଳାଉଛନ୍ତି ତେବେ ଖୁବ ସତର୍କତା ର ସହିତ ଗାଡି ଚଳେଇବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଜାଇଛି । ହଁ ବନ୍ଧୁଗଣ ଯେତେ ବେଳେ ଶୀତ କମିଛି ଟିକିଏ ତାପମାତ୍ରା କମିଛି ଆଉ ଠିକ୍ ସେତିକି ବେଳେ ଘନ କୁହୁଡି ଦେଖିବାକୁ ମିଳିଛି । ଆଉ ଏହି କୁହୁଡି ର ପ୍ରଭାବ ଆହୁରୀ 7 ରୁ 8 ଦିନ ରହିବ ବୋଲି ପୂର୍ବାନୁମାନ ହେଉଛି ।

cold

ଏହାରି ଭିତରେ 29 ତାରିଖ ରୁ ବଦଳିବ ପାଗ । ହଁ ବନ୍ଧୁଗଣ ରାଜ୍ୟରେ ପାଗ ବଦଳିବ ଉପକୂଳ କୁ ସାମୁଦ୍ରିକ ପବନ ବହିବ ପାଗ ମେଘୁଆ ରହିବ ଅଧିକାଶଂ ସ୍ଥାନରେ ପାଗ କୋହଲା ରହିବ । ରାତିର ତାପମାତ୍ରା ରେ ବିଶେଷ ପରିବର୍ତନ ହେବ ନାହିଁ । ଜାହାକୁ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ୍ୟ ।

ଆସନ୍ତା 3 ଦିନରେ ରାତିର ତାପମାତ୍ରା କ୍ରମଃଶ ବଢିବ । ଏହା ପ୍ରାୟ 3 ଡୀଗ୍ରି ପର୍ଯ୍ୟନ୍ତ ବଢିବ ବୋଲି ସୂଚନା ରହିଛି । ଦିନ ବେଳର ତାପମାତ୍ରା ବି ବଢିପାରେ ବୋଲି ସୂଚନା ରହିଛି । ତେବେ 26 ଯାଏ ରାତିରେ କୁହୁଡି ରହିବ ବୋଲି ସୂଚନା ରହିଛି ।

ତେବେ ସବୁଠୁ ବଡ କଥା ହେଲା ଯେତେ ବେଳେ କୁହୁଡି ପଡୁଛି ସେତେ ବେଳେ ଗାଡି ଚଳାଚଳ ପାଇଁ ଖୁବ ସତର୍କତା ର ସହିତ ଗାଡି ଚଳେଇବାର ଆବଶ୍ୟକତା ରହିଛି । ତେବେ ଆପଣ ମାନଙ୍କ ଅଞ୍ଚଳ ରେ କେତେ ପରିମାଣ ରେ କୁହୁଡି ରହିଛି ନଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *