ରାଜ୍ୟରେ ଘନ କୁହୁଡି ଲାଗିରହିବ, ଶୀତ କମିବ ୨୭ରୁ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନକେନ୍ଦ୍ର

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଆହୁରି କମିବ ଶୀତ। ଆସନ୍ତା ସପ୍ତାହ ଯାଏ ପାଗ ଶୁଖିଲା ରହିବ । ଆଉ ଦିନର ତାପମାତ୍ରା ବି ବଢିବ । ଶୀତ କମିବା ସହ କୁହୁଡ଼ି ବଡିବ ଆଉ ଏହା ସାଙ୍ଗକୁ ୨୭ ତାରିଖରୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ଝଡ ପ୍ରଭାବରେ ଆସନ୍ତା ୨୭ ତାରିଖରୁ ଫେବୃଆରୀ ୨ ମଧ୍ୟ ରେ ରାଜ୍ୟର କିଛି ସ୍ଥାନନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ରାଜ୍ୟରେ ଦୁଇଦିନ ଘନ କୁହୁଡ଼ି ରହିବ । ଶନିବାର କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୪ ତାରିଖ ପରେ ରାଜ୍ୟରେ କୁହୁଡ଼ି ପ୍ରଭାବ ରହିବ ନାହିଁ । ଶନିବାର ସୁଧା ଉପକୂଳ ରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ବଢିବ ପରେ ୫ ଦିନ ଯାଏ ଏହା ଅପରିବର୍ତ୍ତିତ ରହିବ ।

cold

୨୭ ତାରିଖ ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ରାଜ୍ୟ ର କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ୍ ଓ ମେ ମାସରେ ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ରହିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ବହୁ ମଡେଲ ପୂର୍ବାନୁମାନ କରିଛନ୍ତି । ଆଉ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲା ର ରାତିର ତାପମାତ୍ରା ଅଧିକ ରହିଥିଲା ।

୨୬ ସ୍ଥାନର ରାତିର ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଥିଲା । ଯେଉଁଥିପାଇଁ ଶୀତ ଟିକିଏ କମ୍ ହୋଇଥିଲା । ଶୀତ କମ୍ ହେଲେ ବି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଆଉ ଏ ଘନ କୁହୁଡ଼ି ୨୪ ତାରିଖ ପରଠାରୁ ରହିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଉ ଏହା ସହ ୨୭ ତାରିଖରୁ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *