ସେଇ ଠାଣି, ସେଇ ଅନ୍ଦାଜ ବାସ କିଛି ମାସର ଫରକ, ବଦଳିଗଲା ଚିତ୍ର, କମିଗଲା ସ୍ଵାଦ…

kishor 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଶୋର ଭାଇନା ମଟନ ଯାହାକି ଲୁଙ୍ଗୀ ଭାଇନା ମଟନ ନାମରେ ବି ପରିଚିତ । ସେହି ମଟନ ବେଲାଏ ଖାଇବାକୁ କାହିଁ କେତେ ଦୂରରୁ ଲୋକ ମାନେ ଆସନ୍ତି ଏହା ଆପଣ ମାନେ ବି ଜାଣିଥିବେ । ଦୋକାନ ଥିଲା ଚାଳିଆ କିନ୍ତୁ ଦୋକାନ ଆଗରେ ଲାଗୁ ଥିଲା ଦାମୀ ଦାମୀ ଗାଡି । କଳାକାର, ବ୍ୟବସାୟୀ, ରାଜନେତା ଓ ତା ସହ ସାଧାରଣ ଲୋକ ମାନେ ବି ଆସି କିଶୋର ଭାଇନାଙ୍କର ମଟନ ଖାଆନ୍ତି ।

ଆଉ ସବୁଠାରୁ ବଡ କଥା ହେଲା ଦୋକାନରେ ନାହିଁ ନଥିବା ଭିଡ ବି ଲାଗିଥାଏ । ଘଣ୍ଟାଏ ଦୁଇ ଘଣ୍ଟା ଅପେକ୍ଷା କରିଲେ ଯାଇ ଥାଳିଏ ଉସୁନା ଭାତ ଆଉ ତା ସହିତ ଶୁଆଇଦା ମଟନ ଖାଇବାକୁ ମିଳେ । ପୁରା ଖାଣ୍ଟି ଓଡିଆ ଘରର ପ୍ରଣାଳୀରେ ଖାସୀ ମାଂସ ଝୋଳ ସହିତ ଉସୁନା ଭାତ । ଆଉ ସେହି ସୁଆଦିଆ ଭାତ ଖାଇବାକୁ ଲୋକ ମାନଙ୍କର ପ୍ରବଳ ଭିଡ ଜମିଥାଏ ।

kis

ହେଲେ ଗତ କିଛି ମାସ ତଳେ ସରକାରୀ ଜାଗାରେ ହୋଇଥିବାରୁ ସେହି ଚାଳିଆ ଦୋକାନକୁ ବିଏମସି ଭାଙ୍ଗି ଦେଇଥିଲା । ଏବଂ ବହୁତ ଦିନ ଧରି ବନ୍ଦ ରହିଲା କିଶୋର ଭାଇନାଙ୍କ ଦୋକାନ । ଆଶ୍ଚର୍ଯ୍ୟର ବିଷୟ ହେଲାକି ଯେବେ ବିଏମସି ପକ୍ଷରୁ ଭଙ୍ଗା ରୁଜା ଚାଲିଥିଲା ସେବେ ବି ମଟନ ପ୍ରେମୀଙ୍କ ଭିଡ ଜମି ଥିଲା ଦୋକାନ ଆଗରେ । ଆଉ ସେହି ଗ୍ରାହକ ମାନଙ୍କୁ ପୁଣି ଥରେ ସେବା ଯୋଗେଇବାକୁ ନୂଆ ଠିକଣାରେ ଖୋଲିଲା କିଶୋର ଭାଇନାଙ୍କ ମଟନ ଦୋକାନ ।

ସେହି ଚାଳିଆ ଆଉ ନାହିଁ ଛାତ ଘରେ ଏବେ ଲୋକ ବସି କିଶୋର ଭାଇନାଙ୍କ ମଟନ ମଜା ନେଇପାରିବେ । ବନ୍ଧୁଗଣ ଏବେ ପୁଣି ଖାଇବାକୁ ମିଳିବ କିଶୋର ଭାଇନାଙ୍କ ମଟନ । ବହୁତ ଦିନ ଧରି ସେବା ଯୋଗେଇବାରେ ବିଫଳ ହୋଇଥିଲେ କିଶୋର ଭାଇ । ଏମିତି ଗ୍ରାହକ ମାନେ ମଧ୍ୟ ମଟନ ଖାଇବାକୁ ଆସି ଦୋକାନ ବନ୍ଦ ଥିବା କାରଣରୁ ଫେରି ଯାଉଥିଲେ ।

kishor

ତେବେ ବର୍ତମାନ ସମୟରେ ଗଜପତି ନଗର ସୈନିକ ସ୍କୁଲ ପାଖରେ କିଶୋର ଭାଇନାଙ୍କ ଏହି ନୂଆ ଦୋକାନଟି ଖୋଲିଛି । ଆପଣ ମାନେ ସେଠାକୁ ଯାଇ କିଶୋର ଭାଇନାଙ୍କ ହାତ ରନ୍ଧା ସେହି ସୁଆଦିଆ ମଟନ ଝୋଳକୁ ଉପଭୋକ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *