ଟ୍ରେନ ଭିତରେ ଷ୍ଟଣ୍ଟ କରୁଥିଲେ ସୋନୁ ସୁଦ, ଗାଳିଦେଲେ ରେଲୱେ କର୍ମଚାରୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋନୁ ସୁଦଙ୍କ ଭୁଲ୍ ପାଇଁ ତାଗିଦ୍ କଲା ରେଲୱେ । କହିଲା ତମେ ଏମିତି କରିବା ବିରକୁଲ ଠିକ୍ ନୁହେଁ । ଏଇଟା ତମ ଫିଲ୍ମ ନୁହେଁ ଯେ ତୁମେ ଏମିତି ଷ୍ଟଣ୍ଟ କରିବ । ସୋନୁ ସୁଦ ହେଉଛନ୍ତି ବଲିଉଡ ର ସୁପରହିଟ୍ ହିରୋ । ଯାହାଙ୍କ ଉପରେ ତାଙ୍କର ଫ୍ୟାନ୍ସ ମାନେ ତାଙ୍କର ଜୀବନ ଦେବାକୁ ପଛାନ୍ତି ନାହିଁ । ସୋନୁ ସବୁବେଳେ ଅଭାବିଙ୍କୁ ସାହାର୍ଯ୍ୟ କରିବାକୁ ଆସିଥାନ୍ତି ଏବଂ ସବୁବେଳେ ତାଙ୍କର କାର୍ଯ୍ୟ ପାଇଁ ସେ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି । ହେଲେ ସୋନୁ ଏମିତି କିଛି କରିଦେଇଛନ୍ତି ଯେଉଁଥିପାଇଁ ତାଙ୍କୁ ପ୍ରଶଂସା ନୁହେଁ ତୀରସ୍କାର ହେବାକୁ ପଡିଛି ।

କିଛିଦିନ ପୂର୍ବରୁ ସୋନୁ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଆଉ ସେହି ଭିଡିଓ ରେ ରେଲୱେ ତାଙ୍କୁ ତାଗିଦ୍ କରିଛି । ଟ୍ରେନରେ ଏମିତି ଯାତ୍ରା କରିଥିଲେ ସୋନୁ। ତେବେ ସୋନୁ ୨୦୨୨ ଡିସେମ୍ବର ୧୩ ରେ ନିଜ ସୋସିଆଲ ମିଡିଆରେ ଟ୍ରେନ ରେ ଯାଉଥିବା ଏକ ଭିଡିଓ ସେୟାର କରିଥିଲେ । ସୋନୁ ଏହି ଭିଡିଓ ରେ ବହୁତ ସ୍ପିଡରେ ଯାଉଥିବା ଟ୍ରେନ ର ଗେଟ ପାଖରେ ତଳେ ବସି ବାହାରକୁ ଚାହିଁ ଯାତ୍ରା କରୁଥିଲେ ।

sanu

ଟ୍ରେନ ଗେଟ ପାଖରେ ଥିବା ହ୍ୟାନ୍ଡଲେକୁ ଧରି ଯାତ୍ରାକୁ ଉପଭୋଗ କରୁଥିଲେ ସୋନୁ । ହେଲେ ଏହି ଯାତ୍ରା ସିନା ତାଙ୍କୁ ମଜା ଦେଉଥିଲା ହେଲେ ଏହା ଅନ୍ୟ ମାନଙ୍କ ପାଇଁ ବିପଦ ହୋଇପାରେ ବୋଲି ଉତ୍ତର ରେଳବାଇ କହିଛି । ରେଲୱେ ଟୁଇଟ କହିଛି କି ଏମିତି ଯାତ୍ରା କରିବା ବହୁତ ବିପଦ ।

ପ୍ରିୟ ସୋନୁ ସୁଦ ଦେଶ ପାଇଁ ଆପଣ ଏକ ଆଦର୍ଶ । ଟ୍ରେନ ର ଗେଟ ପାଖରେ ବସି ଯାତ୍ରା କରିବା ବହୁତ ବିପଦ ଜନକ । ଏଭଳି ଯାତ୍ରା କରିବା ଦ୍ବାରା ଆପଣଙ୍କ ଫ୍ୟାନ୍ସ ମାନଙ୍କ ପାଖକୁ ଏକ ଖରାପ ବାର୍ତ୍ତା ଯାଇପାରେ । ଦୟାକରି ଏମିତି କରନ୍ତୁ ନାହିଁ ।

ସେପଟେ ମୁମ୍ବାଇ ରେଲୱେ ମଧ୍ୟ ସୋନୁଙ୍କୁ ତାଗିଦ୍ କରିଛି । ମୁମ୍ବାଇ ଜି.ଆର.ପି କହିଛି କି ଟ୍ରେନ ର ଗେଟ ପାଖରେ ବସି ଯାତ୍ରା କରିବା ଫିଲ୍ମ ରେ ଭଲ ଲାଗୁଥାଇ ପାରେ କିନ୍ତୁ ପ୍ରକୃତ ଜୀବନ ରେ ଏହା ଏକ ବିପଦ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *