ଗୀତ ଗାଇ ଆସୁଛି, ବହେ ମାରୁଛି | ମତେ ଆଉ ମୋ ପିଲାକୁ ଭଲ ପାଉନି, ମତେ ନ୍ୟାୟ ଦିଅ ପୋଲିସ ବାବୁ

human sagar 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋ ସ୍ୱାମୀ ଭଲ ଗାୟକ କିନ୍ତୁ ଭଲ ସ୍ୱାମୀ ନୁହନ୍ତି । ସେ ଉପରେ ସାଧା ଭିତରେ ପୁରା ଖତରା । ଉପରେ ସେ ନାୟର ଆଉ ଭିତରେ ପୁରା ଖଳ ନାୟକ । ହଁ ନୀତି ଗୀତ ଗାଇ ଆସନ୍ତି ଆଉ ମତେ ଧୁମ୍ ମାରନ୍ତି । ଗୀତ ଗାଇ ସମସ୍ତ ହୃଦୟ ଜିତି ଥିବା ହ୍ୟୁମାନ ସାଗର ଏବେ ପୁଣିଥରେ ଚର୍ଚ୍ଚା କୁ ଆସିଛନ୍ତି । ଏଇ ଦିନ କେଇଟା ବିତିନି ହ୍ୟୁମାନ ସାଗର ବିବାଦ ରେ ଛନ୍ଦି ହୋଇଥିଲେ ।

କଥା ଉଠିଥିଲା କି ଜଗନ୍ନାଥଙ୍କ ର ଗୀତ ଗାଇବା ପାଇଁ କୁଆଡେ ଅରାଜି ହେଉଛନ୍ତି ହ୍ୟୁମାନ ସାଗର । ଆଉ ଏହାପରେ ସେ ସିଧା ଷ୍ଟେଜ୍ ଉପରକୁ ଉଠି ଜଗନ୍ନାଥଙ୍କ ଭଜନ ଗାଇଥିଲେ । ଆଉ ଏବେ ପୁଣିଥରେ ତାଙ୍କ ନାଁରେ ବିବାଦ ଉଠିଛି । ଆଉ ଏ ବିବାଦ ଆଉ କେହି ଆଣି ନାହାଁନ୍ତି ବରଂ ତାଙ୍କ ଧର୍ମପତ୍ନୀ ଆଣିଛନ୍ତି । ଆଉ ତାଙ୍କ ପତ୍ନୀଙ୍କ କହିବା କଥା ତାଙ୍କ ସ୍ୱାମୀ ତାଙ୍କୁ ମାନସିକ ଆଉ ଶାରିରୀକ ନିର୍ଯାତନା ଦେଉଛନ୍ତି ।

human sagar

ସମସ୍ତଙ୍କ ହୃଦୟ ରେ ଗୀତ ଗାଇ ରାଜ୍ କରୁଥିବା ହ୍ୟୁମାନ ସାଗର କିନ୍ତୁ ଜଣେ ଭଲ ସ୍ୱାମୀ ନୁହନ୍ତି ଏକଥା ନିଜେ ତାଙ୍କ ସ୍ତ୍ରୀ କହିଛନ୍ତି । ରାଜ୍ୟର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ତାଙ୍କ ପତ୍ନୀ ନିର୍ଯାତନା ର ଅଭିଯୋଗ ଆଣିଛନ୍ତି । ବଲାଙ୍ଗିର ର ଏହି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ କଟକ ସିଡିଏ ସେକ୍ଟର ଛଅ ରେ ରୁହନ୍ତି । ଏହି ଗଲା କିଛି ମାସ ହେବ ପତ୍ନୀଙ୍କୁ ସେ ଅବହେଳା କରିବା ସହ ଶାରିରୀକ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ।

ପାରିବାରିକ ଅଶାନ୍ତି ଯୋଗୁ ତାଙ୍କ ପତ୍ନୀ ଗଲା କିଛି ମାସ ହେବ ବାଲେଶ୍ଵରରେ ନିଜ ବାପ ଘରେ ରହୁଛନ୍ତି । କିନ୍ତୁ ଗତକାଲି ହଠାତ୍ ଡିସିପି ଅଫିସରେ ପହଞ୍ଚି ନିଜେ ହ୍ୟୁମାନ ସାଗରଙ୍କ ବିରୋଧରେ ଏତଲା ଦେଇଛନ୍ତି । ଡିସିପି ଏହି ଘଟଣା ର ତଦନ୍ତ କରି ମହିଳା ଥାନାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଉଭୟଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଛି ।

ତେବେ ଦେଖିବାକୁ ବାକି ରହିଲା ହ୍ୟୁମାନ ତାଙ୍କ ପତ୍ନୀ ଥାନାରେ ଉପସ୍ଥିତ ରହି ଏହି ସମସ୍ୟାର ସମାଧାନ କରୁଛନ୍ତି କି ନାହିଁ । କିନ୍ତୁ ଏସବୁ ଭିତରେ ଏହି ଖବରକୁ ଦେଖିସାରିବା ପରେ ହ୍ୟୁମାନଙ୍କୁ ଭଲ ପାଉଥିବା ସମସ୍ତେ କହୁଛନ୍ତି ଜାଣି ଶୁଣି ନିଜେ ଗଢିଥିବା ନିଜ ଭବିଷ୍ୟତକୁ ଭାଙ୍ଗି ଦିଆ ନାହିଁ । କାରଣ ସେ ହେଉଛି ନାରୀ । ନାଁ ମାନେ ନାହିଁ ଅରି ମାନେ ଶତୃ । ଯାହା କେହି ନାହିଁ ଶତୃ ସେହି ଅଟେ ନାରୀ । ତାଙ୍କ ବିରୋଧରେ ଲାଗି ତାଙ୍କୁ ନିର୍ଯାତନା ଦେଇ କେହି କେବେ ସଫଳ ହୋଇନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *