ପ୍ରବଳ ଜାଡରେ ଥରିବ ଓଡ଼ିଶା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହାଡ ଭଙ୍ଗା ଜାଡରେ ଥରିବ ରାଜ୍ୟ । 5 ଡୀଗ୍ରି ଖସିବ ପାରଦ ଶୀତର ପ୍ରକୋପ ସାମାନ୍ୟ ବଢିଛି । ଥଣ୍ଡା ଆହୁରୀ ବଢିବ । ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ତୁଳନାରେ 3 ରୁ 5 ଡୀଗ୍ରି କମିବାର ସମ୍ଭାବନା ରହିଛି । ଏହି ପରି ପୂର୍ବାନୁମାନ କରିଛି ଭାରତିୟ ପାଣିପାଗ ବିଭାଗ ।

ତେବେ ବନ୍ଧୁଗଣ ଏହି ବିଷୟରେ କଣ ରହିଛି ସଂମ୍ପର୍ଣ୍ଣ ଖବର ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ର ବିଶେଷଜ୍ଞ୍ୟ ଉମାଶଙ୍କର ଦାସ ଙ୍କ କହିବା ଅନୁସାରେ ପୂର୍ବଦିଗ ରୁ ସାମୁଦ୍ରିକ ପବନ ଅନୁସାରେ ଗତ କାଲି ଅନେକ ଜାଗାରେ ଦିନର ତାପମାତ୍ରା ହ୍ରାସ ପାଇଥିବା ବେଳେ ପାଗ କୁହୁଡିଆ ଥିଲା । ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ଦିଗରୁ କାଲୁଆ ପବନ ପ୍ରଭାବ ବଢିବ । ଏହା ଫଳରେ ରାତି ତାପମାତ୍ରା ଏବେ ଯେତିକି ରହିଛି ତା ତୁଳନା ରେ ରାତି ତାପମାତ୍ରା 3 ରୁ 5 ଡୀଗ୍ରି କମିପାରେ ।

cold

ତେବେ ଭୁବନେଶ୍ୱରରେ ରାତି ତାପମାତ୍ରା 11 ରୁ 12 ଡୀଗ୍ରି ରେ ପହଁଚି ପାରେ ସେହି ପରି ଆଭ୍ୟନ୍ତରଣିୟ ଅଞ୍ଚଳ ରେ ରାତିର ତାପମାତ୍ରା 10 ଡୀଗ୍ରି ରୁ କମ୍ ରହିପାରେ । ତେବେ ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ଶୀତ ପ୍ରକୋପ ଅଧିକ ରହିବା ସମ୍ଭାବନା ରହିଛି । ତେବେ ରାତିରେ ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା 11.7 ଡୀଗ୍ରି ଥିବା ବେଳେ , ଢେଙ୍କାନାଳ ରେ 12 ଡୀଗ୍ରି ।

ବାରିପଦା ରେ , 13 ଡୀଗ୍ରି , କୋରାପୁଟ ରେ 13 ଡୀଗ୍ରି , ଦାରିଙ୍ଗ ବାଡିରେ 13 ଡୀଗ୍ରି , କେଉଁଝରରେ 13.2 ଡୀଗ୍ରି , ଫୁଲବାଣୀ ରେ 14 ଡୀଗ୍ରି , କେନ୍ଦ୍ରାପଡା ରେ 14.6 ଡୀଗ୍ରି , ଅନୁଗୁଳ ରେ 14.6 ଡୀଗ୍ରି , ନୂଆପଡା ରେ 15 ଡୀଗ୍ରି , ସୁନ୍ଦରଗଡ ରେ 15 ଡୀଗ୍ରି କଟକ ରେ 15.2 ଡୀଗ୍ରି , ଚାନ୍ଦବାଲୀରେ 15.3 ଡୀଗ୍ରି , ଭୁବନେଶ୍ୱରେ 15.8 ଡୀଗ୍ରି ସେଲିସିୟସ ରେକର୍ଡ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *