ଓଡ଼ିଶା ମୁହାଁ ଭୟଙ୍କର ହାଡଭଙ୍ଗା ଶୀତ, ଜାରି ହେଲା ହାଇ ଆଲର୍ଟ

Winter

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କମିବ ତାପମାତ୍ରା ବଢିବ ଶୀତ । ଏହିସବୁ ଜିଲ୍ଲାରେ ପ୍ରବଳ ଜାଡ । ରାତିରେ ଦୁଇ ଚକିଆ ଯାନରେ ବାହାରକୁ ନଯିବା ପାଇଁ ସତର୍କତା । ରାଜ୍ୟରେ ଆଗାମୀ ଦୁଇ ରୁ ତିନିଦିନ ଶୀତ ରହିବ । ରାତିର ତାପମାତ୍ରା ଆହୁରି ନିମ୍ନଗାମୀ ରହିବ । ସୂର୍ଯ୍ୟ କିରଣ ପ୍ରଖର ରହିବ ନାହିଁ । ତେଣୁ ମୁକାବିଲା ପାଇଁ ଲୋକଙ୍କୁ ସତର୍କ ରହିବାକୁ ଯାଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଁବା ପରେ ସ୍ୱତନ୍ତ୍ର ରିଲିଫ କମିସନର ସତର୍କ ସୂଚନା ଜାରି ରଖିଛନ୍ତି । ଏସ୍. ଆର. ଜି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ପୌରପାଳିକା କମିସନର କୁ ଚିଠି ଲେଖା ଯାଇଛି ।

ଏଥିରେ ଉଲେଖ କରାଯାଇଛି ଯେ କିଛି ଜିଲ୍ଲାରେ ୟୋଲ ୱାଣ୍ଣିଂ ଜାରି କରାଯାଇଛି । ଯେଉଁ ଜିଲ୍ଲା ଗୁଡିକରେ ପ୍ରବଳ ଶୀତ ହେବାରେ ଅଛି ସେଠାକାର ଲୋକ ରାତି ସମୟରେ ଦୁଇ ଚକିଆ ଜାନରେ ରାତିରେ ବାହାରକୁ ନଗଲେ ଭଲ ତେବେ ଏସ୍. ଆର. ଜି ପକ୍ଷରୁ କୁହାଯାଇଛି ଯେ ପାଣିପାଗ ବିଭାଗ ର ରିପୋର୍ଟ ଅନୁସାରେ 9 ତାରିଖ ରେ ଝାରସୁଗୁଡା , ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ ଓ ଢେଙ୍କାନାଳ ରେ ପ୍ରବଳ ଶୀତ ହେବ ।

cold

ସେହିଭଳି 10 ତାରିଖ ରାତି ଓ 11 ତାରିଖ ସକାଳୁ ଝାରସୁଗୁଡା , ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ ଓ ଢେଙ୍କାନାଳ ରେ ପ୍ରବଳ ଶୀତ ଅନୁଭୂତ ହେବ । ଏହି ସବୁ ଜିଲ୍ଲା ଗୁଡିକ ଆଇ. ଏମ୍. ଡି ପକ୍ଷରୁ ୟୋଲ ୱାଣ୍ଣିଂ ଜାରି କରାଯାଇଛି । ପ୍ରବଳ ଥଣ୍ଡା ଯୋଗୁ ସାଧାରଣ ଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ତେବେ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ସାରା ରାଜ୍ୟ ଦୁଇ ରୁ ତିନିଦିନ ଯାଏ ରାଜ୍ୟ ର ତାପମାତ୍ରା ସ୍ୱଭାବିକ ଠାରୁ ୩ ରୁ ୫ ଡିଗ୍ରି କମିବ । ତେବେ ଆଗାମୀ କିଛିଦିନ ପାଇଁ ଝାରସୁଗୁଡା , ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି ।

cold

ସେହିଭଳି 10 ତାରିଖ ସକାଳ 8.30 ଯାଏ ଝାରସୁଗୁଡା, ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର ଏହି ସବୁ ସ୍ଥାନରେ ଶୀତ ର ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି ।

ତେବେ ଭୂବନେଶ୍ୱର ସମେତ ଉପକୂଳ ଆଭ୍ୟନ୍ତରୀଣ ଓଡିଶାର ୧୦ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ରୁ ୪ ଡିଗ୍ରୀ ବଢିବ । ତେବେ ବର୍ତ୍ତମାନ ସମୟରେ ରାଜ୍ୟରେ ଶୀତର ପ୍ରଭାହ ଅଧିକ ହୋଇଥିବାରୁ ଏହି ସବୁ ଜାଗାକୁ ଲୋକଙ୍କୁ ଗମନାଗମନ ପାଇଁ ମନା କରାଯାଇଛି । ଆଉ ସତର୍କ ରୁହନ୍ତୁ ଶୀତଦିନ ପାଇଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *