ଟଙ୍କା ଦେ ନହେଲେ ଏଠାରୁ ତୁମକୁ ଛାଡିବୁ ନାହିଁ I ଏମିତି କିଛି କହି ପୁଅ ଝିଅକୁ ଧମକାଉଛନ୍ତି ଅସାମାଜିକ ବ୍ୟକ୍ତି

boys

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଟଙ୍କା ଦେ ନହେଲେ ଭିଡିଓ ଭାଇରାଲ କରିଦେବୁ । ଟଙ୍କା ଦେ ନହେଲେ ଏଠାରୁ ତତେ ଛାଡିବୁନି । ୬୦୦୦ଟଙ୍କା ଦେଲେ ତୁ ତୋ ପ୍ରେମିକାକୁ ନେଇଯାଇ ପାରିବୁ । ନହେଲେ ତୋ ବାପାଙ୍କୁ ଫୋନ୍ କରି ତୁମକୁ ବଦନାମ କରିବୁ । ଏମିତି କିଛି କହି ପୁଅ ଝିଅକୁ ଧମକ ଦେଉଛନ୍ତି କିଛି ଅସାମାଜିକ ବ୍ୟକ୍ତି । ଆଉ ଝିଅକୁ ଯେଉଁଭଳି ଭାବେ ଅସୀଳ ଭାଷାରେ ଗାଳି କରୁଛନ୍ତି ସେସବୁ ଦୁଇ କାନରେ ଶୁଣି ହେବନି ।

ଆଉ ବୁଲିବାକୁ ଆସୁଥିବା ପୁଅ, ଝିଅଙ୍କ ଠାରୁ ଟଙ୍କା ଆଦାୟ କରିବା ର ଏମିତି କିଛି ନୂଆ ଫଣ୍ଡା ଆପଣେଇଛନ୍ତି ଅସାମାଜିକ ବ୍ୟକ୍ତି ମାନେ । ଜଙ୍ଗଲ ଭିତରେ ଫଟୋ ଉଠାଇବାକୁ ଏକ ସୁଯୋଗ ତଥା ରୋଜଗାର ର ମାଧ୍ୟମ ଭାବରେ ବାଛି ନେଇ ସେମାନଙ୍କ ର ଭିଡିଓ ଉତ୍ତଳନ କରିବା ସହ ଭାଇରାଲ କରିବାର ଧମକ ଦେଇ ଆର୍ଥିକ ମୂଲଚାଲ କରିଥାନ୍ତି ଏହିଭଳି ଅସାମାଜିକ ବ୍ୟକ୍ତି ମାନେ ।

ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ବେଳା ଭୂମିରେ ଦେଖିବାକୁ ମିଳିଛି । ବାଲେଶ୍ୱରରୁ ଡଗରା ବେଳା ଭୂମି ର ମଜା ନେବା ପାଇଁ ଜଣେ ଯୁବତୀ ସହ ଦୁଇ ଜଣ ଯୁବକ ଆସିଥିବା ବେଳେ ସେମାନେ ଝାଉଁ ଜଙ୍ଗଲ ମଧ୍ୟରେ ଫଟୋ ଉଠାଉଥିବା ସମୟରେ ସ୍ଥାନୀୟ କିଛି ଲୋକେ ସେମାନଙ୍କୁ ଘେରି ଯିବା ସହିତ ତାଙ୍କର ଭିଡିଓ କରିଥିଲେ ।

dagara

ତେବେ ସ୍ଥାନୀୟ ଲୋକେ ଝିଅକୁ ଅପଶବ୍ଦ କହୁଥିବା ବେଳେ ତାଙ୍କ ସହିତ ଆସିଥିବା ଆଉ ଗୋଟିଏ ଯୁବକ ଏହାକୁ ବିରୋଧ କରିଥିଲେ । ତେବେ ସ୍ଥାନୀୟ ଯୁବକ ମାନେ ସେମାନଙ୍କ ଠାରୁ ୬୦୦୦ ଟଙ୍କା ଦାବି କରିଥିବା ବେଳେ ଯୁବକ ଜଣକ ବହୁ ନିବେଦନ ପରେ ୧୦୦୦ ଟଙ୍କା ଦେଇ ସେଠାରୁ ଚାଲି ଯାଇଥିଲେ । ତେବେ ଟଙ୍କା ତ ନେଲେ ନେଲେ ଭିଡିଓକୁ ବି ଭାଇରାଲ କରିଦେଲେ ଏହି ଅସାମାଜିକ ବ୍ୟକ୍ତି ମାନେ ।

ପରବର୍ତ୍ତୀ ସମୟରେ ଉତ୍ତଳନ ହୋଇଥିବା ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇ ଭାଇରାଲ କରାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ଏଭଳି ବ୍ଲାକମେଲ୍ କାର୍ଯ୍ୟକୁ ଆଗାମୀ ଦିନରେ ନରୁକନ୍ତି ଡଗରା ବେଳା ଭୂମିକୁ କେଉଁ ପର୍ଯ୍ୟଟକ ତଥା ଯୁବକ ଯୁବତୀ ମାନେ ଆସିବାକୁ ଭୟ କରିବେ । ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ପୋଲିସ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *