ବାପ ଯଦି ହେଇଛୁ, ଛୁଆ ଦାୟିତ୍ଵ ନେ..|

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଛୁଆ ଜନ୍ମ ହେଲା ପରେ ବାପ ଭୁଲିଗଲା ନିଜ ପିଲା ପ୍ରତି ଥିବା କର୍ତ୍ତବ୍ୟ । ଆଉ ଏପଟେ ସ୍ତ୍ରୀ ଆଣିଛନ୍ତି ସ୍ୱାମୀଙ୍କ ନାଁ ରେ ଏଭଳି ଅଭିଯୋଗ ଯାହାକି ସ୍ୱାମୀଙ୍କ ଚରିତ୍ର ଉପରେ ସନ୍ଦେହ ସୃଷ୍ଟି କରୁଛି । ହସୁଥିବା ଖେଳୁଥିବା ଏକ ବୈବାହିକ ଜୀବନରେ ସତେ ବା ଲାଗି ଯାଇଛି କାହାର ଏକ ନଜର । ଛୁଆଁଟି ଜନ୍ମ ହେବା ପରେ ମାଁ ଏବେ ଚାହୁଁଛନ୍ତି ତାଙ୍କ ସ୍ୱାମୀ ଫେରିଆସୁ ।

କିନ୍ତୁ ଏପଟେ ସ୍ୱାମୀ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି କହୁଛି ମୋର କିଏ କ’ଣ ଉଖାଡିବ ଉଖାଡୁ । ମୋତେ କେହି କିଛି କରିପାରିବେନି । ମାତ୍ର ୯ ଦିନର ପୁଅ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହେବା ପରେ ଏବେ ସେ ଅସୁସ୍ଥ ଅବସ୍ଥାରେ ଜୀବନ ମରଣ ସହ ସଂଘର୍ଷ କରୁଛି । ପୁଅର ସୁସ୍ଥତା ପାଇଁ ମାଁ ବ୍ୟାକୁଳ ହୋଇ କାନ୍ଦୁଛି । କିନ୍ତୁ ବାପର ଦେଖା ନାହିଁ ।

ma

ଯୋଡା ବ୍ଲକ ବଡବିଲ ସହରର ଚାନ୍ଦିନୀ ପାତ୍ର । ପିଲାଟି ଦିନରୁ ବାପା, ମାଁ ଛେଉଣ୍ଡ । ମାମୁଁ ଘରେ ବଢି ଆସିଥିବା ଚାନ୍ଦିନୀ କୁ ଭଲ ପାଇଁ ବସିଥିଲେ ଶ୍ରୀରାମ ନଗରର ଅଭିଷେକ ଚୌତେ । ଭଲ ପାଇଁ ବିବାହ ବି କଲେ । ଚାନ୍ଦିନୀ କୁ ନେଇ ଭଡ଼ା ଘରେ ରହୁଥିଲେ । ତେବେ ଗର୍ଭବତୀ ଥିବା ସମୟରେ ଅବିଷେକଙ୍କ ର ଅନ୍ୟ ଝିଅଙ୍କ ପ୍ରତି ଦୁର୍ବଳତା ବଢିଲା । ଆଉ ଏନେଇ ଚାନ୍ଦିନୀ ତାଙ୍କୁ ରେଡ୍ ହାଣ୍ଡରେଣ୍ଡ ଧରିଥିବା କଥା ମଧ୍ୟ କୁହନ୍ତି ।

ତେବେ ଅନ୍ୟ ଝିଅ ସହିତ ତାଙ୍କ ସ୍ୱାମୀଙ୍କ ସ-ମ୍ପର୍କ ଥିବା ନେଇ ସେ ଅଭିଯୋଗ ମଧ୍ୟ ଆଣୁଛନ୍ତି । ଏପଟେ ଶିଶୁଟିର ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ଚାନ୍ଦିନୀ ନିଜ ସ୍ୱାମୀଙ୍କୁ ଫୋନ୍ କରିବା ସତ୍ତ୍ୱେ ସେ ଆଉ ମେଡିକାଲକୁ ଆସୁ ନଥିବାରୁ ଅତ୍ୟନ୍ତ ଅସହାୟ ଅବସ୍ଥା ରେ ଉଭୟ ମାଁ ଓ ଛୁଆ ହସ୍ପିଟାଲରେ ସେମିତି ପଡି ରହିଛନ୍ତି । ଗୋଟିଏ ପଟେ ଚାନ୍ଦିନୀ ପୁଅର ଚିକିତ୍ସା କରିବ ନାଁ ସ୍ୱାମୀ ର ଆସିବା ବାଟକୁ ଅନାଇବ । ଆଖିରୁ ଲୁହ ସେମିତି ବହି ଚାଲିଛି ।

କର୍ମ ଆଉ ଭାଗ୍ୟକୁ ଆଦରି ଏବେ ଆଶା କରୁଛି ତାଙ୍କୁ ନ୍ୟାୟ ଦେଇ ପାରିବ ପ୍ରଶାସନ । ଦେଖିବାକୁ ବାକି ରହିଲା ଏବେ ଜନ୍ମ କରିଥିବା ଶିଶୁ ପୁତ୍ର ର ଦାୟୀତ୍ୱ ନେବା ପାଇଁ ଅଭିଷେକ ଫେରୁଛି ନାଁ ନାହିଁ । ପାଶ୍ଚାତ୍ୟ ଦେଶରେ ସ୍ୱାମୀ, ସ୍ତ୍ରୀଙ୍କ ର ବି ଝଗଡା ହୁଏ । ସ୍ୱାମୀ, ସ୍ତ୍ରୀ ଅଲଗା ବି ହୋଇଯାଆନ୍ତି । ହେଲେ ଏ ଛୁଆଟି ପ୍ରତି ଥିବା ଦାୟୀତ୍ୱ ପ୍ରତିଟି ବାପା, ମାଁ ନବାକୁ ବାଧ୍ୟ ଅଟନ୍ତି । କାହିଁକି ନା ସେମାନେ ତାଙ୍କୁ ଦୁନିଆକୁ ଆଣିଛନ୍ତି । ତେବେ ଏଭଳି ଯଦି ବି ଆମ ଦେଶରେ ଏଭଳି ଆଇନ୍ କାନୁନ ର ବ୍ୟବସ୍ଥା ରୁହନ୍ତା ନିଶ୍ଚିତ ଏଭଳି ବେଭିକର ବାପକୁ ପାନେ ଦିଆଯାଇ ପାରନ୍ତା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *