ପୁଣି ଏହି ଦିନଠୁ ହେବ ଲ-କ-ଡା-ଉନ । ସରକାର ଦେଇ ଦେଲେ ଏହି ବଡ ସୁଚନା

n-odisha

ଚୀନ ସମେତ ସାରା ବିଶ୍ୱରେ କରୋନା ଆତଙ୍କ ଏବେ ବଢ଼ିବାରେ ଲାଗିଛି । ବଡଦିନ ଏବଂ ନୂଆବର୍ଷ ପାଳନ ପରେ ଜାପାନ,ଆମେରିକା,ଦକ୍ଷିଣ କୋରିଆ ଏବଂ ବ୍ରାଜିଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାରା ବିଶ୍ୱରେ ବିଗତ ୭ ଦିନ ମଧ୍ୟରେ ୩୦ଲକ୍ଷରୁ ଅଧିକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏହି ୭ ଦିନ ମଧ୍ୟରେ ୯୮୪୭ ଜଣ ମୃତ୍ୟୁବରଣ କରିଛନ୍ତି। କେବଳ ଜାପାନରେ ହିଁ ୨୧୮୮ ଜଣ ଲୋକଙ୍କ କରୋନା ପାଇଁ ଜୀବନ ଯାଇଛି ।

କରୋନା ମୃତ୍ୟୁ ସଂଖ୍ୟା ଉପରେ ନଜର ରଖୁଥିବା ସଂସ୍ଥା ୱାଲଡୋମିଟରର ସୂଚନା ଅନୁସାରେ ଗତ ୭ ଦିନ ମଧ୍ୟରେ, ସାରା ବିଶ୍ୱରେ ୩,୦୪୪,୯୯୯ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ୯,୮୪୭ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ୨,୫୪୫,୭୮୬ ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି।

ଜାପାନ କରୋନାରେ ଅଧିକ ସଂକ୍ରମିତ । ଗତ ୧ ସପ୍ତାହରେ ଏଠାରେ ୧୦ ଲକ୍ଷ ମାମଲା ଦେଖିବାକୁ ମିଳିଛି। ଏହି ସମୟରେ ୨୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ କୋରିଆରେ ମଧ୍ୟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଠାରେ ୪୫୭,୭୪୫ ମାମଲା ଚିହ୍ନଟ ହୋଇଛି। ଏଥିସହ ୪୨୯ ଜଣଙ୍କର ମୃତ୍ୟୁ ଘଟିଛି।

COVID

ସେହିଭଳି ଆମେରିକାରେ, ୭ ଦିନରେ ୨୧୨,୦୨୬ ମାମଲା ଦେଖିବାକୁ ମିଳିଛି। ଗତ ୭ ଦିନ ମଧ୍ୟରେ କରୋନାରେ ୧୨୩୯ ଲୋକ ପ୍ରାଣ ହରାଇଛନ୍ତି। ବ୍ରାଜିଲରେ ୭ ଦିନରେ ୧୮୫,୯୪୭ ମାମଲା ଦେଖିବାକୁ ମିଳିଛି। ଯେତେବେଳେ କି ୧୦୧୫ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ଚୀନ୍‌ର ପଡୋଶୀ ତାଇୱାନରେ ୧୮୫୯୪୭ ମାମଲା ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି। ହଂକଂରେ କରୋନାରେ ୨୯୧ ଜଣଙ୍କର ମୃତ୍ୟୁ ହୋଇଛି। ୧୬୪୧୮୨ ମାମଲା ଚିହ୍ନଟ ହେଇଛି ।

ତେବେ ଏବେ ଯାଏ ବି ଭାରତର ସ୍ତିତି ଏତେ ବି ଖରାପ ନ ହୋଇଥିଲେ ମଧ୍ୟ ସ୍ୱାସ୍ତ୍ୟ ବିଶେଷଙ୍ଗଙ୍କ ମତ ଅନୁସାରେ ଆଗାମୀ 15 ରୁ 25 ଦିନ ମଧ୍ୟରେ ଭାରତର ସ୍ତିତି ବି ସାଙ୍ଘାତିକ ହୋଇପାରେ । ତେବେ ଏହାକୁ ଦୁଷ୍ଟିରେ ରଖି ଏବେ ସରକାର ସଜାଗ ହେବା ସହିତ ରାଜ୍ୟ ସରକାର ମାନଙ୍କୁ ଏହି ଦିଗରେ  ସଜାଗ ରହିବା ପାଇଁ ସୁଚନା ଦେଇଛନ୍ତି ।

ତେବେ ଓଡିଶାରେ ଆଗାମୀ ଦିନରେ ହକି ବିଶ୍ୱକପର ଆୟୋଜନ ହେଉଥିବାରୁ ଆଗକୁ ସ୍ତିତି ସଙ୍ଗୀନ ନ ହେବା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇ ପାରନ୍ତି । ପୁଣି ରାଜ୍ୟରେ ବିଭିନ୍ନ କଟକଣା ଦେଖା ଦେଇପାରେ ବୋଲି ସୁଚନା ରହିଛି । ତେବେ ଦେଖାଜାଉ ଆଗାମୀ ଦିନରେ ସ୍ତିତ କମ ହେଉଛି ।

Leave a Reply

Your email address will not be published. Required fields are marked *