ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଫାୟାରିଂ । ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି ଚଳାଇଛନ୍ତି ଜଣେ ପୋଲିସ୍ ଏ ଏସ ଆଇ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେହି ସମୟରେ ଏକ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ସ୍ପଷ୍ଟ ଶୁଭୁଛି ଗୁଳି ଫୁଟିବାର ଶବ୍ଦ।ସମୟ ମଧ୍ୟାହ୍ନ ପ୍ରାୟ 12.20 । ଝାରସୁଗୁଡ଼ାରୁ ବ୍ରଜରାଜନଗର କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗାନ୍ଧି ଛକରେ ଗାଡ଼ିରୁ ଓହ୍ଲାଇବା ବେଳକୁ ଜିନ୍ଦାବାଦ୍ ପଡୁଥିଲା । ବେକରେ ଫୁଲମାଳ ବି ପଡିଲା ।
ଠିକ୍ ସେତିକି ବେଳେ ଅତର୍କିତ ଭାବେ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି କିଏ ଜଣେ ଗୁଳି ଚଳାଇଲା । ହଠାତ୍ କେହି କିଛି ବୁଝି ପାରିନଥିଲେ । କିନ୍ତୁ ମନ୍ତ୍ରୀ ନିଜେ ଛାତିକୁ ଚାପି ଧରି କହିଥିଲେ କିଏ ଗୋଟେ ମତେ ମାରିଦେଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ଏୟାର ଲିଫ୍ଟ ଯୋଗେ ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିବା ବେଳେ ଘଣ୍ଟା ଘଣ୍ଟା ଚିକିତ୍ସା ସ୍ୱେତେ ବି ତାଙ୍କୁ ବଞ୍ଚେଇ ହୋଇ ନଥିଲା ।
ତେବେ ପ୍ରଶ୍ନ ଉଠୁଛି ପୋଲିସ୍ ଏ ଏସ ଆଇ ଗୋପାଳ ଦାସ କିଏ । ଆଉ କଣ ପାଇଁ ମନ୍ତ୍ରୀ ଙ୍କ ଉପରକୁ ଗୁଳି ଚଳେଇ ଥିଲା । ତେବେ ଏହାକୁ ନେଇ ପୋଲିସ୍ ଏ ଏସ ଆଇ ଗୋପାଲ ଙ୍କ ପତ୍ନୀ ଙ୍କ କହିବା ଅନୁସାରେ ମନ୍ତ୍ରୀ ଙ୍କ ଗୁଳିମାଡ ସଂମ୍ପର୍କ ରେ ସେ କିଛିବି ଜାଣିନାହାଁନ୍ତି । ଝିଅଙ୍କ ସହିତ ସେ ଆଜି ଭିଡିଓ କୋଲିଂ ରେ କଥା ହୋଇଥିଲେ । ଅଜଣା କାମ ଅଛି କହି ସେ କଲ କାଟିଦେଇଥିଲେ ।
ତେଣୁ ମୁଁ ତାଙ୍କ ସହିତ ମୋବାଇଲ ଫୋନ ରେ କଥା ହୋଇ ପାରି ନାହିଁ । 4 ରୁ 5 ମାସ ଆଗୁରୁ ସେ ଘରକୁ ଆସିଥିଲେ । ସେ ମାନଶୀକ ରୋଗର ଶୀକାର ଥିଲେ । ମନ୍ତ୍ରୀ ଙ୍କ ସହିତ ଶତୃତା ନେଇ ମୁଁ କିଛି ଜାଣି ନଥିଲି । ଏବେ ମୋ ପିଲା ମାନେ ଚିନ୍ତାରେ ରହିଛନ୍ତି । ଘଟଣା ର ତଦନ୍ତ ହେବା ଦରକାର ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।
ତେବେ ମାସକ ତଳେ ମନ୍ତ୍ରୀ ନବ ଦାସ ଗାଳି ଦେଇଥିଲେ ବୋଲି କୁହାଯାଉଛି । ତେବେ ଯଦି ଏହି ଘଟଣା ସତ ହୋଇଥିବ । ତେବେ ଏହି ଘଟଣା ରେ ଗୋପାଳ ଦାସ ପ୍ରତିକ୍ରିୟା ଶୀଳ ହୋଇ ଏହି ଘଟଣା ଘଟେଇ ଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଜାଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।