ବେରୋଜଗାର ଯୁବକଙ୍କ ପାଇଁ ଖୁସି ଖବର, ସରକାର ନେଲେ ବଡ ନିଷ୍ପତ୍ତି

Bhupesh Bakhel

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବେରୋଜଗାର ଯୁବକଙ୍କ ପାଇଁ ଖୁସି ଖବର । ସରକାର ନେଲେ ବଡ ନିଷ୍ପତ୍ତି । ଏବେ ମିଳିବ ବେରୋଜଗାରୀ ଭତ୍ତା । ରୋଜଗାର ନଥିବା ଯୁବକ ହେବେ ମାଲେମାଲ । ଦେଶରେ ରୋଜଗାର ନପାଇ ନିରାଶ ହୋଇ ବୁଲୁଥିବା ଯୁବକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଭଳି ରାଜ୍ୟରେ ମଧ୍ୟ ଏଥିପାଇଁ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା ।

ଛାତ୍ରମାନେ ସରକାରଙ୍କ ବିରୋଧରେ ରାସ୍ତା ଉପରେ ଉପଦ୍ରବ କରିଥିଲେ । ଏବେବି ଦେଶ ଭିତରେ ବେରୋଜଗାରୀ ନିଆଁ କୁହୁଳି ରହିଥିବା ବେଳେ କେତେବେଳେ ଏହା ବଡ ଆକର ଧାରଣ କରିବ ଏହା କହିବା ଅନିଶ୍ଚିତ । ଏପରି ସ୍ଥିତିରେ ସାଧାରଣତଃ ଦିବସରେ ଛତିଶଗଡ଼ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବାଖେଲ ଯୁବକଙ୍କୁ ପ୍ରତି ମାସରେ ବେରୋଜଗାରୀ ଭତ୍ତା ଦେବାକୁ ସ୍ଥିର କରିଛନ୍ତି ।

Bakhel

ବାଖେଲ ଟୁଇଟ କରି ଜଣାଇଛନ୍ତି ଏହି ଭତ୍ତା ରାଶି ଆଗାମୀ ଆର୍ଥିକ ବର୍ଷ ଠାରୁ ଦିଆଯିବ । ୨୦୧୮ ମସିହା ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ବେରୋଜଗାରୀ ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ସେ ନିର୍ବାଚନ ର ପ୍ରତିଶ୍ରୁତି ବଳରେ ଛତିଶଗଡ଼ ର ଦୀର୍ଘ ୧୫ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିଥିଲା । ତେଣୁ ରାଜ୍ୟ ସରକାର ପ୍ରତି ମାସରେ ୨୫୦୦ ଟଙ୍କାର ବେରୋଜଗାରୀ ଭତ୍ତା ଦେବାକୁ ସ୍ଥିର କରିଛନ୍ତି ।

ଅଧିକାରୀ ମାନେ ବେରୋଜଗାର ଭତ୍ତା ପାଇଁ ବର୍ତ୍ତମାନ ରାଜସ୍ଥାନ ମଣ୍ଡଳର କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି । ରାଜସ୍ଥାନ ସରକାର ମୁଖ୍ୟମନ୍ତ୍ରୀ ଯୁବକ ସମ୍ବଳ ଯୋଜନା ଜରିଆରେ ୨୦୧୯ ମସିହାରୁ ଯୁବକଙ୍କୁ ବେରୋଜଗାରୀ ଭତ୍ତା ଦେଉଛନ୍ତି । ଦିନକୁ ଦିନ ବଢୁଥିବା ଦରଦାମ ବୃନ୍ଧି ସାଙ୍ଗକୁ ବେରୋଜଗାରୀ ଲୋକଙ୍କୁ ହନ୍ତସନ୍ତ କରୁଥିବା ବେଳେ ଛତିଶଗଡ଼ ସରକାରଙ୍କ ଏଭଳି ନିଷ୍ପତ୍ତିରେ ଯୁବକ ମାନେ ଆଶ୍ୱସ୍ତ ପ୍ରକାଶ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *