ଜାନୁଆରୀ ୧୫ ତାରିଖରୁ କଟିବ ଚାଲାଣ ,ଗାଡ଼ିରେ ନଥିଲେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ !

number plate

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୧୫ରୁ କଟିବ ଚାଲାଣ । ଗାଡିରେ ହାଇ ସିକ୍ୟୁରିଟି ନଥିଲେ ଜାନୁୟାରୀ ୧୫ ତାରିଖରୁ କଟିବ ଚାଲାଣ । ୫ ହଜାର ରୁ ୧୦ ହଜାର ପର୍ଯ୍ୟନ୍ତ କଟିବ ଚାଲାଣ । ତେବେ ଅତିରିକ୍ତ ପରିବହନ କମିଶନର ଲାଲ୍ ମୋହନ ସେଠି ଏକ ପ୍ରେସ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛନ୍ତି ।

ତେବେ ୧/୪/୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡି ତଥା ଯେଉଁଗୁଡିକ ର ଶେଷ ନଂ ୧,୨,୩,୪,୫ ଆଉ ୬ରେ ଶେଷ ହୋଇଥିବ ସେଗୁଡ଼ିକରେ ହାଇ ସିକ୍ୟୁରିଟି ରେଜିଷ୍ଟେସନ ପ୍ଲେଟ ଲାଗି ନଥିଲେ ଆସନ୍ତା ୧୫ ତାରିଖରୁ ଚାଲାଣ କଟାଯିବାର କାରଣ ଏହି ସବୁ ନମ୍ବର ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟେସନ ପ୍ଲେଟ ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଯାଇଛି ।

Number plate

ତେବେ ୨୦୨୨ ଡିସେମ୍ବର ୩୧ ସୁଧା ଏହି ସବୁ ନମ୍ବର ଥିବା ଗାଡି ଗୁଡିକୁ ହାଇ ସିକ୍ୟୁରିଟି ରେଜିଷ୍ଟେସନ ପ୍ଲେଟ ଲଗାଇବାକୁ କୁହାଯାଇଥିଲା । ଓଡିଶା ରେଜିଷ୍ଟେସନ ମାର ଓ ରେଜିଷ୍ଟେସନ ନମ୍ବର ୭ ଏବଂ ୮ ସହିତ ଶେଷ ହୋଇଥିବା ଗାଡି ଗୁଡିକରେ ହାଇ ସିକ୍ୟୁରିଟି ରେଜିଷ୍ଟେସନ ପ୍ଲେଟ ଲଗାଇବାର ଶେଷ ତାରିଖ ହୋଇଛି ଜାନୁୟାରୀ ୩୧ ତାରିଖ ।

ସେହିପରି ୯ ଓ ୦ ସହିତ ଶେଷ ହୋଇଥିବା ଗାଡି ଗୁଡିକରେ ହାଇ ସିକ୍ୟୁରିଟି ରେଜିଷ୍ଟେସନ ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଫେବୃଆରୀ ୨୮ ତାରିଖ । ଏହି ଧାର୍ଯ୍ୟ ସମୟ ଶେଷ ହେଲେ ଏହି ସବୁ ଗାଡି ଗୁଡିକର ହାଇ ସିକ୍ୟୁରିଟି ରେଜିଷ୍ଟେସନ ପ୍ଲେଟ ଜାଞ୍ଚ କରାଯିବ ।

ତେବେ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ଲାଲ୍ ମୋହନ ସେଠି କହିଛନ୍ତି ଯେ ୯/୧/୨୦୨୩ ସୁଧା ସମୁଦାୟ ୩୫ ଲକ୍ଷ ୫୬ ହଜାର ୮ଶହ ୧୯ ଗାଡି ମାଲିକ ସ୍ଲଟ ବୋକ କରିଛନ୍ତି । ଏଥିରୁ ୨୭ ଲକ୍ଷ ୨୪ ହଜାର ୯୯୪ ଟି ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟେସନ ପ୍ଲେଟ ଲଗାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *