‘ଆଜି ବି କୋଏଲ୍ ଙ୍କ ମୋ ଗୀତ ଦେଖିଲେ ଫ୍ରେସ୍ ଲାଗେ, ସେ ସିନା ମତେ ପର କରିଦେଲା ହେଲେ ମୁଁ ଆଜି…’: Boby Mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଲବମ କିଙ୍ଗ ବବି ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ । ବବି ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତାଙ୍କର କଥା ବାର୍ତ୍ତା ଠାରୁ ଆରମ୍ଭ କରି ତାଙ୍କ ଷ୍ଟାଇଲ ଆଉ ତାଙ୍କ ଅଭିନୟକୁ ଓଡିଶାବାସୀ ବହୁତ ପରିମାଣରେ ପସନ୍ଦ କରନ୍ତି । ହେଲେ ନିଜ ଫିଲ୍ମ ଠାରୁ ଅଧିକ ସେ ନିଜ ବୈବାହିକ ଜୀବନ ପାଇଁ ଚର୍ଚ୍ଚାରେ ରୁହନ୍ତି ।

ସେ ଓଡିଆ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କ ସହ ଗତ କିଛି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ବିବାହ କିଛି ବର୍ଷ ଅତି ଭଲରେ ଚାଲିଲା ହେଲେ ପରବର୍ତ୍ତୀ ସମୟରେ କୌଣସି କାରଣ ବଶତଃ ଉଭୟ ଅଲଗା ହେଇଗଲେ । ଅଲଗା ହେବା ପରେ କୋଏଲ କଲିକତା ଯାଇ ଜଣେ ଟେଲି ଅଭିନେତାଙ୍କ ସହ ଦ୍ଵିତୀୟ ବିବାହ କରିଲେ ଆଉ ଏବେ ତାଙ୍କର ଏକ ଛୁଆ ବି ଜନ୍ମ ହେଇ ସାରିଛି ।

Bobby Mishra

ଏହାରି ମଧ୍ୟରେ ଓଡିଆ ଅଭିନେତା ବବି ମିଶ୍ର ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଗୋଟିଏ ସାକ୍ଷାତ୍କାର ଦେଇଛନ୍ତି । ଏହି ଠାରେ ବବି ନିଜ ଏକ୍ସ ୱାଇଫ କୋଏଲ ବାନାର୍ଜୀଙ୍କ ବିଷୟରେ କହିଛନ୍ତି । ବବି ଏହି ସାକ୍ଷାତ୍କାରରେ କହିଛନ୍ତି ଯେ ଆମେ ଏଣ୍ଟ୍ରି କରିବା ବେଳେ ଆଲବମରେ ଅଭିନୟ କରିଲୁ ସେତେବେଳେ ମୁଁ ବହୁତ ସଂଘର୍ଷ କରିଥିଲୁ । ସେତେବେଳେ କାମ ମିଳିବା ଏତେ ସହଜ ବି ନଥିଲା ।

ଗୋଟିଏ ଚ୍ୟାନେଲ ଥିଲା ଦୂରଦର୍ଶନ ସେଥିରେ ଆମେ ମାନେ କାମ କରୁଥିଲୁ । ଆଉ ତାକୁ ଛାଡି ଦେଲେ ସିନେମା । ତା ଛଡା ସେତେବେଳେ ଟେଲି ଫିଲ୍ମ ହେଉଥିଲା । ଗୋଟେ କାମ କରିବା ପାଇଁ ଆମେ ବହୁତ ଷ୍ଟୁଡିଓ ଘୁରି ବୁଲୁଥିଲୁ । ଫିଲ୍ମ ଇଣ୍ଡଷ୍ଟ୍ରି କହିଲେ କେବଳ କଟକରେ ଥିଲା ତେଣୁ ମୁଁ କଟକରେ ଆସି ରହୁଥିଲି ।

ଗୋଟେ ସମୟରେ କୋଏଲଙ୍କର ମୋର ଯେଉଁ ଗୀତ କରିଥିଲୁ ମନ ତତେ ଦେଇଦେଲି ଆଜି ସେ ଗୀତ ଦେଖିଲେ ମୋତେ ଫ୍ରେସ ଲାଗେ । ମୁଁ ଭାବେ ମୁଁ କରିଥିଲି ଏତେ ସୁନ୍ଦର ଗୀତ ହେଇଥିଲା । ଆମେ ବର୍ଷାରେ ସୁଟିଂ କରିଥିଲୁ ତରବରିଆ ହେଇ ଶୁଟିଙ୍ଗ କରିଥିଲୁ ହେଲେ ଗୀତ ବହୁତ ଭଲ ହେଇଥିଲା ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *