ବିବାଦ ଭିତରେ ବି ସଭିଙ୍କର ଗେହ୍ଲା ପୁଅ ସାଜିଛନ୍ତି ଅନୁଭବ ମାହାନ୍ତି । ଯିଏ ଦେଖୁଛି ସିଏ କୁଣ୍ଢାଇ ପାକାଉଛି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବିବାଦ ଥିଲେ ବି କମୁନି ଅନୁଭବ ମହାନ୍ତିଙ୍କ ର କ୍ରେଜ୍ । ବିବାଦ ଭିତରେ ବି ସଭିଙ୍କର ଗେହ୍ଲା ପୁଅ ଅନୁଭବ । ଯିଏ ଦେଖୁଛି ସିଏ କୁଣ୍ଢାଇ ପକାଉଛି । ପାରିବାରିକ ବିବାଦ ମାମଲାରେ ଛନ୍ଦି ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ବିବାଦ ଅନୁଭବ ମହାନ୍ତିଙ୍କ ର ପିଛା ଛାଡୁନି । ହେଲେ ଏହାରି ଭିତରେ କିନ୍ତୁ ବାଳୁଙ୍ଗା ଟୋକାଙ୍କ ର କ୍ରେଜ୍ କମୁନାହିଁ । ଯେତେ ବିବାଦ ରେ ଛନ୍ଦି ହେଉଛନ୍ତି ସେତେ କ୍ରେଜ୍ ବଢିବାରେ ଲାଗିଛି ।

ଏବେବି ହଲ୍ ରେ ଫିଲ୍ମ ପଡିଲେ ସୁପର ଡୁପର ହିଟ୍ ହେଉଛି । ହାଉସଫୁଲ୍ ରହୁଛି ପୁରା ହଲ । ତେବେ ଏମିତି କ୍ରେଜ୍ କେବଳ ଅନୁଭବ ମହାନ୍ତିଙ୍କ ର ଭଲ ପାଇଁବା ଏବଂ ଚଳଚ୍ଚିତ୍ର ରେ ନିଛକ ଅଭିନୟ ପାଇଁ । ଏମାନେ ହେଉଛନ୍ତି ପ୍ରକୃତ ଫ୍ୟାନ । ଯେଉଁମାନେ ଅନୁଭବ ମହାନ୍ତିଙ୍କ ର ଆସିବା ଖବର ଶୁଣି ଆସି ପହଞ୍ଚି ଯାଇଛନ୍ତି । ସବୁଠାରୁ ବଡ କଥା ହେଉଛି ହୃଦୟ ବାନ ଅନୁଭବ ସମସ୍ତଙ୍କୁ କୁଣ୍ଢାଇ ପକାଉଛନ୍ତି ।

anubhav

ତାଙ୍କ ଭିତରେ ବାଛ ବିଚାର କିଛି ନାହିଁ । ହସ ହସ ମୁହଁ ରେ ସମସ୍ତଙ୍କୁ କହୁଛନ୍ତି କେମିତି ଅଛ । ହାତ ଯୋଡି ନୂଆ ବର୍ଷ ର ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି । ଅନୁଭବ ମହାନ୍ତିଙ୍କ ର ଏଭଳି ବ୍ୟବହାର ପାଇଁ ବିବାଦ ଭିତରେ ବି ତାଙ୍କ କ୍ରେଜ୍ କମିନାହିଁ । ସେପଟେ ଉକ୍ତ କାର୍ଯ୍ୟକ୍ରମ ରେ ମଧ୍ୟ ଯୋଗ ଦେବା ସମୟରେ ସବୁ ଅଭିନେତା ଏବଂ ବୟସ୍କ ଲୋକମାନେ ଅନୁଭବଙ୍କୁ ଆଲିଙ୍ଗନ କରି ଗାଲକୁ ଆଉଁସି ପକାଉଛନ୍ତି ।

ଅନୁଭବ ମହାନ୍ତି ବେଶ୍ ଭଲ ଭାବରେ ଜାଣିଛନ୍ତି ଦୁନିଆରେ ଯଦି ଭଲ ପାଇଁବା ପାଇବାକୁ ହୁଏ ତେବେ ସମସ୍ତଙ୍କୁ ମନରୁ ଆଦର କରିବାକୁ ପଡେ । ଯାହାକି ସେ ଏବେ କରି ଚାଲିଛନ୍ତି । ଆଉ ଜୀବନ ର ପ୍ରକୃତ ଖୁସି ସାଉଁଟି ଚାଲିଛନ୍ତି । ସେପଟେ ଠାକରା ଗାଲ ବେଳର ପ୍ରଥମ ଫିଲ୍ମ ଆଇ ଲଭ୍ ଇଉ ର ପୋଷ୍ଟର ଦେଖି ଖୁସି ହୋଇ ଯାଉଛନ୍ତି ଅନୁଭବ । ପୁରୁଣା କଥା ଗୁଡିକ ମନେ ପକେଇ ଦେଉଛନ୍ତି । କହୁଛନ୍ତି କେତେ ଭଲ ଥିଲା ସେତେବେଳର ସମୟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *