ଫୋରେନସିକ୍ ଲାବରୁ ଯେଉଁ ତଥ୍ୟ ମିଳିଲା ସେଥିରେ ଇଡି ଅସନ୍ତୁଷ୍ଟ । ଇଡି ଯାହା ଅନୁମାନ କରୁଥିଲା ତାହା ନାହିଁ ।

ED

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚର୍ଚ୍ଚିତ ବ୍ଲାକ ମେଲର ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାଡପଡା ଜେଲ ରେ ଥିବା ବେଳେ ବେଆଇନ ଆର୍ଥିକ କାରବାର ମାମଲା ରେ ଇଡି ତଦନ୍ତ ଜାରି ରଖିଛି । ହଁ ବନ୍ଧୁଗଣ ବୁଧବାର ଜଗବନ୍ଧୁ , ଅର୍ଚ୍ଚନା ଏବଂ ଖଗେଶ୍ୱର ଭିଡ଼ିଓ କଲ ମାଧ୍ୟମ ରେ କୋର୍ଟ ରେ ହାଜର ହୋଇଥିଲେ ।

ଆଉ ଏହି ସମୟ ରେ ଇଡି ଅର୍ଚ୍ଚନା , ଜଗବନ୍ଧୁ ଙ୍କ ଠାରୁ ଜବଦ କରିଥିବା ଡିଜିଟାଲ ପ୍ରମାଣ ପତ୍ର କୁ ସେଣ୍ଟ୍ରାଲ ଫରେନସିକ ଲ୍ୟାବ୍ କୁ ପଠେଇ ଯାଞ୍ଚ କରିବାକୁ କୋର୍ଟ ଙ୍କ ପାଖରେ ଆବେଦନ କରିଛି । ଆଉ ଟେଷ୍ଟ ପରେନ୍ସିକ୍ ସାଇନ୍ସ ଲେବରୋଟ୍ରି ରେ ଏହି ଡିଜିଟାଲ ପ୍ରମାଣ ପତ୍ର ର ଯାଞ୍ଚ ରେ ମିଳିଥିବା ତଥ୍ୟ କିନ୍ତୁ ଇଡି ମନକୁ ଜାଇ ନାହିଁ । ଟେଷ୍ଟ ପରେନ୍ସିକ୍ ଲ୍ୟାବ ରୁ ଯେଉଁ ତଥ୍ୟ ମିଳିଛି ସେହି ତଥ୍ୟରେ ଇଡି ସନ୍ତୁଷ୍ଟ ନାହିଁ ।

Archana nag 1

କାରଣ ଇଡି ଯେଉଁ ତଥ୍ୟ କୁ ଆଶା କରୁଥିଲା ସେହି ପରି କିଛିବି ତଥ୍ୟ ମିଳିନାହିଁ । ସେହିଥି ପାଇଁ ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲ୍ୟାବ ରେ ଏହି ପ୍ରମାଣ ପତ୍ରର ଅଧିକ ଯାଞ୍ଚ କରାଗଲେ ବେଆଇନ ଅର୍ଥ କାରବାର କୁ ନେଇ କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଇଡି ଆଶା କରିଛି । ଆଉ କୋର୍ଟ ବି ଏହି ନେଇ ଅନୁମତି ଦେଇ ପାରନ୍ତି ବୋଲି କୁହାଯାଉଛି ।

ଅନ୍ୟ ପକ୍ଷରେ ଆଗାମୀ 24 ତାରିଖ ରେ ଅର୍ଚ୍ଚନା ଜଗବନ୍ଧୁ ଖଗେଶ୍ୱର , କୋର୍ଟ ନିକଟ ରେ ହାଜର ହେବାର ରହିଛି । ଗିରୋଫ ବେଳେ ଅର୍ଚ୍ଚନା ଙ୍କ ଘରୁ 4 ରୁ ଅଧିକ ମୋବାଇଲ ଫୋନ ଦୁଇଟି ଟେବଲେଟ । ଗୋଟିଏ ପେଣ୍ଡରାଇବ ଏବଂ ଖଗେଶ୍ୱର ଙ୍କ ପାଖରୁ ଦୁଇରୁ ଅଧିକ ମୋବାଇଲ ପୋଲିସ ଜବଦ କରିଥିଲା । ଜାହାକୁ ଟେଷ୍ଟ ପରେନ୍ସିକ୍ ଲ୍ୟାବ୍ କୁ ପଠା ଜାଇଛି ।

ଆଉ ସେହି ଟେଷ୍ଟ ରୁ ଯେଉଁ ତଥ୍ୟ ଆସିଲା ସେହିଥିରେ ଅସନ୍ତୁଷ୍ଟ ରହିଛି ଇଡି । ଆହୁରୀ କିଛି ତଥ୍ୟ ଆଶା କରିଛି ଇଡି । ଆଉ ସେହିଥି ପାଇଁ ପୁଣି ଥରେ ଅଧିକ ଜାଞ୍ଚ କରିବା ପାଇଁ କୋର୍ଟ ଙ୍କ ପାଖରେ ଆବେଦନ କରି ପାରେ ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *