ପ୍ରେମୀଯୁଗଳଙ୍କୁ ନେଇ କୋର୍ଟଙ୍କର ଐତିହାସିକ ନିଷ୍ପତ୍ତି: ନିର୍ବନ୍ଧ ପରେ ଯୁବତୀଙ୍କୁ ପଠାଇ ପାରିବେ ଅ-ଶ୍ଲୀ-ଳ ମେସେଜ୍, ଜାଣନ୍ତୁ ପୂରା ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିର୍ବନ୍ଧ ପରେ ଯୁବତୀଙ୍କୁ ଅ-ଶ୍ଲୀ-ଳ ଭିଡ଼ିଓ ପଠାଇ ପାରିବେ ଯୁବକ । ମୁମ୍ବାଇର ଏକ କୋର୍ଟ ଏହିପରି ଏକ ନିଷ୍ପତ୍ତି ଶୁଣାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିବାହ କରିବାକୁ କଥା ଦେଇ ରେପ୍ କରିଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଥିଲେ । ଏହାର ଶୁଣାଣି କରିବାକୁ ଯାଇ ମାନ୍ୟବର କୋର୍ଟ ଅଭିଯୁକ୍ତ ଯୁବକଙ୍କୁ ଖଲାସ କରିବା ସହ ଏହିପରି ନିଷ୍ପତ୍ତି ଶୁଣାଇଛନ୍ତି । ନିର୍ବନ୍ଧ ପରେ ଏହି ପରି ମେସେଜ୍ ଏବଂ ଭାବନାର ଆଦାନ ପ୍ରଦାନ ହେବା ଦ୍ୱାରା ଜଣେ ଅନ୍ୟଜଣଙ୍କୁ ବୁଝିବାରେ ସକ୍ଷମ ହେବେ ବୋଲି କୋର୍ଟ କହିଛି।

ମିଳିଥିବା ସୂଚନା ଅନୁସାରେ ଏହି ଯୁବକଙ୍କର 2007 ମସିହାରେ ଉକ୍ତ ଯୁବତୀଙ୍କ ସହ ଏକ ମାଟ୍ରିମୋନିଆଲ ୱେବସାଇଟରେ ଦେଖା ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢ଼ି ଉଠିବା ସହ ଯୁବକ ଜଣକ ବିବାହ ପ୍ରତିଶୃତି ଦେଇଥିଲେ । ଏପରିକି ଯୁବକ ଜଣକ ବିବାହ କରିବା ପାଇଁ ଏକ ଆର୍ଯ୍ୟ ସମାଜ ମନ୍ଦିରକୁ ମଙ୍ଗଳ ସୂତ୍ର ସହିତ ଯାଇଥିଲେ ।

Court

କିନ୍ତୁ, ତାଙ୍କ ମାଆ ଏହି ବିବାହରେ ରାଜି ନ ହେବାରୁ ସେ ଯୁବତୀଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ଦେଇଥିଲେ । ଏହାପରେ 2010 ମସିହାରେ ଯୁବତୀ ଜଣକ ଯୁବକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଥିଲେ । ଏହି ଘଟଣାର ଶୁଣାଣି କରିବାକୁ ଯାଇ କୋର୍ଟ ରାୟ ଶୁଣାଇଥିଲେ ଯେ ବିବାହ ପାଇଁ କଥା ଦେଇ ମନା କରିବାକୁ ଧୋକା ବା ଦୁ-ଷ୍କ-ର୍ମ କୁହାଯାଇ ପାରିବ ନାହିଁ ।

ଯୁବକ ନିଜର ମାଆ ଙ୍କ ଇଚ୍ଛା ମାନିବାକୁ ଯାଇ ଏହି ବିବାହରୁ ଓହରି ଯାଇଥିଲେ ତେଣୁ ଏହା ମିଛ ପ୍ରତିଶୃତି ଦେଇଥିବାର ମାମଲା ନୁହେଁ । ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଭାବି ପତି ବା ନିର୍ବନ୍ଧ ପରେ ପ୍ରେମିକ ତାର ଭାବି ପତ୍ନୀକୁ ସେ-କ୍ସ ଉଦ୍ଦେଶ୍ୟରେ କହି ପାରିବ । ଏହାକୁ କିପରି ଭାବରେ ନେବାକୁ ହେବ ସମ୍ପୂର୍ଣ୍ଣ ଭାବରେ ଉକ୍ତ ଯୋଡି ଉପରେ ନିର୍ଭର କରିଥାଏ । ଶେଷରେ କୋର୍ଟ ଉକ୍ତ ମାମଲାର ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *