ପୁଣି ରାସନ କାର୍ଡରେ ଆସୁଛି ବଡ଼ ଖବର | ଏମାନଙ୍କୁ ମିଳିବନି ଆଉ ରାସନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ରାସନ କାର୍ଡ ଧାରି ମାନଙ୍କ ପାଇଁ ଆସୁଛି ଆଉ କିଛି ବଡ ଖୁସି ଖବର । ଯାହାକି ବଡ ଘୋଷଣା ଜାରି କଲେ ମୁଖ୍ୟମନ୍ତ୍ରୀ । ନୂଆ ବର୍ଷ ଭେଟି ଦେଲେ ରାଜ୍ୟ ସରକାର ବର୍ଷେ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅର୍ଥାତ୍ ଷ୍ଟେଟ ଫୁଡ୍ ସିକ୍ୟୁରିଟି ଆକ୍ଟ ଅବଧି ବୃନ୍ଧି କରାଯାଇଛି ।

ରାସନ କାର୍ଡ ହିତାଧିକାରୀ ମାନଙ୍କୁ ଆଉ ବର୍ଷେ ମାଗଣା ଚାଉଳ ଅର୍ଥାତ୍ ଫ୍ରି ରାସନ ପ୍ରଦାନ କରାଯିବ । ୨୦୨୩ ରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ଆଉ ବର୍ଷେ ମାଗଣା ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଫଳରେ ମାସିକ ମୁଣ୍ଡ ପିଛା ଚାଉଳ ମିଳିବ । ଏଥିପାଇଁ ରାଜ୍ୟକୋଷରୁ ଖର୍ଚ୍ଚ ହେବ ପ୍ରାୟ ୧୮୫ କୋଟି ଟଙ୍କା ।

Ration

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ୨୦୧୮ ରୁ ମିଳୁଛି ମାଗଣା ଚାଉଳ । ମହାମାରୀ ସମୟରୁ ସହାୟତା ସ୍ୱରୂପ ହିତାଧିକାରୀ ମାନଙ୍କୁ ମିଳିଛି ଚାଉଳ ଆଉ ଡାଲି । ପ୍ରାୟ ଦୁଇ ବର୍ଷରୁ ଅଧିକ ହେଲାଣି ରାଜ୍ୟ ସରକାର ଲୋକଙ୍କୁ ମାଗଣା ଚାଉଳ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଡିସେମ୍ବର ୨୩ ରେ କେନ୍ଦ୍ର ସରକାର ମାଗଣା ରାସନ ର ଅବଧି ବୃନ୍ଧି କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ରାଷ୍ଟ୍ର ଖାଦ୍ୟ ଆଇନ ସୁରକ୍ଷା କୁ ନେଇ ବଡ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ୮୧. ୩ କୋଟି କୋଟି ଗରିବ ଲୋକଙ୍କୁ ବର୍ଷେ ଯାଏ ଅର୍ଥାତ୍ ୨୦୨୩ ମସିହା ଡିସେମ୍ବର ଯାଏ ମାଗଣା ରେ ରାସନ ପ୍ରଦାନ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *