ଯାତ୍ରା ଛାଡ଼ୁଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ! ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଫ୍ୟାନ ମାନେ ଆଶ୍ଚର୍ଯ୍ୟ

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତଙ୍କୁ ସାହାର୍ଯ୍ୟ ର ହାତ ବଢାଉଥିବା ବିବାଦୀୟ ରାଣୀ ପଣ୍ଡା ଆଉ ଯାତ୍ରା କରିବେନି । ଯାତ୍ରା ଛାଡିଦେବେ ରାଣୀ ପଣ୍ଡା । ରଙ୍ଗୀନ୍ ଆଲୁଅ ଥିବ ମ୍ୟିଜିକ ଥିବ ହେଲେ ରାଣୀ ପଣ୍ଡା ଆଉ ଷ୍ଟେଜରେ ନଥିବେ । ଯାହାଙ୍କୁ ଦର୍ଶକ ଦେଖିବା ପାଇଁ ଆସନ୍ତି ସେହି ରାଣୀ ପଣ୍ଡା ଛାଡିବାକୁ ଯାଉଛନ୍ତି ଯାତ୍ରା ଦୁନିଆ । ଏବେ ରାଣୀ ପଣ୍ଡା ଆଉ ଯାତ୍ରା ରେ ଦେଖାଯିବେ ନାହିଁ । ଯାତ୍ରା ସହ ନିଜର ସବୁ ଚୁକ୍ତିକୁ ଛାଡି ଯାତ୍ରା ଦୁନିଆ ଛାଡିଦେବେ ରାଣୀ ପଣ୍ଡା । ଏହା ଆମେ ନୁହେଁ ଏହା କହିଛନ୍ତି ଖୁଦ୍ ରାଣୀ ପଣ୍ଡା ।

ଯେଉଁ ଯାତ୍ରା ପେଣ୍ଡାଲ ଦିନେ ରାଣୀଙ୍କ ବୋଲ୍ଡ ଡ୍ୟାନ୍ସ ପାଇଁ ଦୁଲୁକୁ ଥିଲା ସେହି ଷ୍ଟେଜ ଏବେ ପୁରା ପୁରା ଫାଙ୍କା ଫାଙ୍କା ଲାଗିବ । ପୁରା ଶାନ୍ତ ପଡିଯିବ । ଷ୍ଟେଜ ଥିବ, ଲାଇଟ୍ ଥିବ ହେଲେ ରାଣୀ ପଣ୍ଡା ନଥିବେ । କି ତାଙ୍କର ସେ ନାଚ ନଥିବ । ଆଉ ରାଣୀ ପଣ୍ଡାଙ୍କ ଡାଇଲଗ ବି ଲୋକମାନେ ଶୁଣି ପାରିବେ ନାହିଁ। ଗୋଟିଏ ସମୟ ଥିଲା ଯେଉଁ ସମୟରେ ଯାତ୍ରା କେବଳ ରାଣୀ ପଣ୍ଡାଙ୍କ ପାଇଁ ସୁପର ଡୁପର ହିଟ୍ ହେଉଥିଲା ।

rani

ହଜାର ହଜାର ଦର୍ଶକ କେବଳ ରାଣୀ ପଣ୍ଡାଙ୍କ ନାଚ ଦେଖିବା ପାଇଁ ଆସୁଥିଲେ । କିନ୍ତୁ ଏବେ ସେ ସ୍ୱପ୍ନ ଆଉ ଦର୍ଶକ ମାନଙ୍କର ପୂରଣ ହେବ ନାହିଁ । ସୋସିଆଲ ମିଡିଆରେ ସେ ଯାତ୍ରା ଛାଡି ଦେଉଛନ୍ତି ବୋଲି ସେ ଲେଖି ଏକ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ରାଣୀ ପଣ୍ଡାଙ୍କ ଫ୍ୟାନଙ୍କ ମନରେ ଏକ ଶକ୍ତ ଧକ୍କା ଲାଗିଛି । ରାଣୀ ପଣ୍ଡା ଲେଖିଛନ୍ତି କି ନମସ୍କାର ଓଡିଶାବାସୀ । ଆପଣ ମାନଙ୍କ ଭଲ ପାଇଁବାରେ ତିଆରି ମୁଁ ଆପଣ ମାନଙ୍କ ଦୁଃଖ ସୁଖର ସାଥି ବିବାଦୀୟ ରାଣୀ ପଣ୍ଡା ।

ମୋର ଅନେକ ଅସୁବିଧା କାରଣରୁ ମୁଁ ମୋ ଆଡୁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡୁଛି । ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ମାଲକକୁ ୫ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ବାକି ଅଛି । ସେ ପଇସା ସୁଜିଲା ପରେ ଖୁବ୍ ଶୀଘ୍ର ଯାତ୍ରାରୁ ବିଦାୟ ନେବେ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡା ଏବେ ସୂର୍ଯ୍ୟ ମନ୍ଦିର ରେ ରହିଛନ୍ତି । ଆଉ ସେ ସୂର୍ଯ୍ୟ ମନ୍ଦିର ଛାଡିବେ । ସେ ଯାତ୍ରା ଦୁନିଆକୁ ପୁରା ଅଲବିଦା କହିବେ ନାଁ ଆଉ ଗୋଟିଏ ଯାତ୍ରା ପେଣ୍ଡାଲ ରେ ଦେଖାଯିବେ ତାକୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *