କେଉଁ ୫ ଜିନିଷକୁ ଦିଆଯାଇଛି ମହାଦାନର ଆଖ୍ୟା ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଦାନ କରିବାକୁ ଗୋଟିଏ ମହତ୍ କାର୍ଯ୍ୟ ଭାବରେ ଗ୍ରହଣ କରାଯାଏ । ଦାନ, ପୂଣ୍ଣ୍ୟ, ପ୍ରାପ୍ତିର ସରଳ ମାର୍ଗ ବୋଲି ଗ୍ରହଣ କରାଯାଇଥାଏ । ସନାତନ ଧର୍ମ ରେ ୫ପ୍ରକାର ଦାନର ବିଶେଷ ମହତ୍ ରହିଛି । ଶାସ୍ତ୍ର ଅନୁସାରେ ଏ ସବୁ ଦାନ ବ୍ୟକ୍ତି ର କଲ୍ୟାଣ କରିବା ସହିତ ଭୌତିକ ସୁଖର ସ୍ୱାମୀ କରାଇଥାଏ । ଏବଂ ଇଶ୍ୱରଙ୍କର ନିକଟତର କରାଇଥାଏ ।

ଗୋ ଦାନ ସନାତନ ଧର୍ମ ରେ ଗୋ ମାତାଙ୍କ ମଧ୍ୟ ରେ ବସବାସ କରିଥାନ୍ତି ୩୩କୋଟି ଦେବାଦେବୀ । ତେଣୁ ଗୋ ଦାନ ହେଉଛି ଗୋଟିଏ ଶ୍ରେଷ୍ଠ ଦାନ । ଗୋ ଦାନ ଦ୍ୱାରା ବ୍ୟକ୍ତି ର ସାତ ପିଢି ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ଥାନ୍ତି । ଗୋ ଦାନ ଦ୍ୱାରା ବ୍ୟକ୍ତି ର ପୂର୍ବଜ ମାନେ ଜନ୍ମ ମରଣ ଚକ୍ରରୁ ମୁକ୍ତି ପାଇଁ ଥାନ୍ତି ।

jitu das

ଅର୍ଣ୍ଣ ଦାନର ଅର୍ଥ କୌଣସି ଭୁକିଲା ମଣିଷକୁ ଗଣ୍ଡିଏ ଖାଇବାକୁ ଦେବା । କୁହାଯାଏ ଯେ ଅର୍ଣ୍ଣ ଦାନ ଶହେ ଯଜ୍ଞ ସହିତ ସମାନ । ଅର୍ଣ୍ଣ ଦାନ କରୁଥିବା ବ୍ୟକ୍ତି ର ଗୃହ ସର୍ବଦା ଧନ ଧାନ୍ୟ ରେ ଭରି ହୋଇ ରହିଥାଏ । ଅର୍ଣ୍ଣ ଦାନ କରୁଥିବା ବ୍ୟକ୍ତି ର ସଂପୂର୍ଣ୍ଣ ପରିବାର ଉପରେ ମାଁ ଲକ୍ଷ୍ମୀ ଓ ଅନ୍ନପୂର୍ଣ୍ଣାଙ୍କ ର କୃପା ରହିଥାଏ ।

ବିଦ୍ୟା ଦାନ କେବଳ ଧାର୍ମିକ ନୁହେଁ ବରଂ ସାମାଜିକ ଦୃଷ୍ଟି ରୁ ମଧ୍ୟ ଶ୍ରେଷ୍ଠ ବୋଲି କୁହାଯାଏ । ବିଦ୍ୟା ଦାନ ଦ୍ୱାରା ସମାଜର କଲ୍ୟାଣ ହୋଇଥାଏ । ବିଦ୍ୟା ଦାନ କରିବା ଦ୍ୱାରା ସରସ୍ୱତୀଙ୍କ ର କୃପା ପ୍ରାପ୍ତି ହୁଏ ।

କନ୍ୟା ଦାନକୁ ମହାନ୍ ଦାନ ବୋଲି କୁହାଯାଏ । ସମସ୍ତ ଦାନ ଠାରୁ ଶ୍ରେଷ୍ଠ ଦାନ । ମାନ୍ୟତା ରହିଛି ଯେ କନ୍ୟା ଦାନ କରିଥିବା ଝିଅର ପିତା ମାତାଙ୍କୁ ମୃତ୍ୟୁ ପରେ ମଖ୍ୟ ପ୍ରାପ୍ତି ହୋଇଥାଏ । ଭୂମି ଦାନ ପ୍ରଚଳନ ପ୍ରାଚୀନ ହିନ୍ଦୁ ଧର୍ମ ରେ ରହିଛି । ରାଜା ବାଣୀ ଭଗବାନ ବିଷ୍ଣୁଙ୍କୁ ବାମନ ଅବତାରରେ ଭୂମି ଦାନ କରିଥିଲେ । ଯାହା ପରେ ଭଗବାନ ବିଷ୍ଣୁଙ୍କର ଅସୀମ କୃପା ପ୍ରାପ୍ତ ହୋଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *