ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ ନାହାନ୍ତି ବର୍ଷିୟାନ୍ ଅଭିନେତ୍ରୀ ଝରଣା ଦାସ କଟକ ଚଣ୍ଡି ରୋଡ ସ୍ଥିତ ବାସଭବନ ରେ ଝରଣା ଦାସ ଙ୍କ ପରଲୋକ ହୋଇଛି । ତେବେ ବନ୍ଧୁଗଣ 82 ବର୍ଷ ବୟସ ରେ ଆଖି ବୁଜିଛନ୍ତି ଝରଣା ଦାସ । ତେବେ ଗତ କାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । ତେବେ ସେ 60 ଦଶକ ରେ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟ ବହୁତ ପ୍ରଭାବ ଶାଳୀ ରହିଥିଲା ।
ଯେତେ ବେଳେ ଓଡିଆ ଫିଲ୍ମ ନାୟିକା ଙ୍କ ଅଭାବ ରହିଥିଲା ସେହି ସମୟ ରେ ସେ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ । ବର୍ତମାନ ସମୟ ରେ ତାଙ୍କୁ ଦେଖିବା ପାଇଁ ଅନେକ ଦର୍ଶକ ମାନେ ଭିଡ ଜମୁଛନ୍ତି । ତାଙ୍କର କଣ୍ଠ ଶ୍ୱର ମଧ୍ୟ ଅତ୍ୟନ୍ତ ଜବନ୍ତ ରହିିଥିଲା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବାକୁ ଚାହିଁବୁ କି କଳା ସହ ଜଡ଼ିତ ପରିବାରରେ ଜନ୍ମ ନେଇଥିଲେ ଝରଣା ଦାସ ।
ଝରଣା ଦାସଙ୍କ ବାପା, କକା ଆଦି ସଙ୍ଗୀତ ସାଧକ ଥିବାସହ ବିଭିନ୍ନ ବାଦ୍ୟଯନ୍ତ୍ରରେ ନିପୁଣ ଥିଲେ । କେବଳ ଏତିକି ନୁହେଁ ତାଙ୍କ ମା’ ଜଣେ ଲେଖିକା ଥିଲେ । ଆଉ ମା’ ଲେଖିଥିବା ନାଟକରେ ସମସ୍ତେ ଭାଇଭଉଣୀ ମିଶି ଅଭିନୟ କରୁଥିଲେ । ଜଣେ ଶିଶୁ କଳାକାର ଭାବରେ କଟକ ଆକାଶବାଣୀରୁ ଅଭିନୟ ଆରମ୍ଭ କରିଥିଲେ ଝରଣା ଦାସ । ଶୌଳବାଳା କଲେଜର ପଢୁଥିବା ସମୟରେ ବେତାର ନାଟକ କରିବା ଆରମ୍ଭ କରିଥିଲେ ।
1964 ମସିହାରେ ସେ ପ୍ରଥମ ଥର ପାଇଁ ଓଡିଆ ସିନେମା ରେ ପାଦ ଦେଇଥିଲେ । ତେବେ ତାଙ୍କର ପ୍ରଥମ ସିନେମା ଟି ଥିଲା ଅମାଡ ବାଟ । 1965 ରେ ନିର୍ମିତ ହୋଇଥିବା ମଲାଜହ୍ନ ସତୀ ଭୂମିକାରେ ଅଭିନୟ କରିଥିଲେ । ଏବଂ ସେ ସେହିଥିରୁ ବହୁତ ଲୋକପ୍ରିୟତା ସାଉଣ୍ଟି ଥିଲେ । ତେବେ ଆକାଶ ବାଣୀ ଏବଂ ଦୂରଦର୍ଶନ ରେ ତାଙ୍କର ପରିଚୟ ଟିକେ ଖାସ ରହିଥିବା ବେଳେ ଏହି ଦୁଇ ଫିଲ୍ମ ସହିତ ଅଦିନ ମେଘ, ଅଭିନେତ୍ରୀ ଥିଲା ତାଙ୍କର ଚର୍ଚ୍ଚିତ ଫିଲ୍ମ ।
ତାଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଅନେକ ଓଲିଉଡ୍ କଳାକାର ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେହି ପରି ଏହାକୁ ନେଇ ଅଭିନେତ୍ରୀ ଝରଣା ଦାସ ଙ୍କ ବିୟୋଗ କୁ ନେଇ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତେବେ ରାଷ୍ଟ୍ରିୟ ମର୍ଯ୍ୟଦା ସହିତ ତାଙ୍କର ଶେଷ କୃତ୍ୟ ସଂମ୍ପର୍କ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।