ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାତ୍ୟା ମାଣ୍ଡୋସ ର ପ୍ରଭାବ ଓଡିଶା ଉପରେ ପଡିନଥିବା ବେଳେ ବାହ୍ୟ ବଳୟ ଯୋଗୁଁ ଗଜପତି , କଟକ , କୋରାପୁଟ , କନ୍ଧମାଳ , ଭଦ୍ରକ , ନୟାଗଡ , ସମ୍ବଲପୁର , ଝାଡସୁଗୁଡା , ପାରାଦ୍ୱୀପ , ହୀରାକୁଦ ଏବଂ ନୂଆପଡା ରେ ପାଗ ମେଘୁଆ ରହିବା ସହିତ ହାଲୁକା ବର୍ଷା ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ବିଶେଷ କରି ମାଲକାନା ଗିରି , କୋରାପୁଟ , ନବରଙ୍ଗପୁର , ରାୟଗଡା , ଜଗପତି , କଳାହାଣ୍ଡି ଏବଂ କନ୍ଧମାଳ , ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଜାଇଛି ।
ଆଉ ଏହି 7 ଜିଲ୍ଲା ଗୁଡିକ ବ୍ୟତିତ ଅନ୍ୟ ଜିଲ୍ଲା ଗୁଡିକ ରେ ପାଗ ସୁଖିଲା ରହିବ । ଉତ୍ତରା ବାହାରିବା କଷ୍ଟକର ହୋଇ ପଡିଥିଲା ତେବେ ବାତ୍ୟା ମାଣ୍ଡୋସ ଯୋଗୁଁ ରାଜ୍ୟକୁ ଉତ୍ତରା ପବନ ବହିବା ବନ୍ଦ ହୋଇଥିବା ବେଳେ ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ ।
ଗତ 24 ଘଣ୍ଟାରେ କେଉଁଝର ଏବଂ ଝଡସୁଗୁଡାରେ ରାତିର ତାପମାତ୍ରା 11 ଡୀଗ୍ରି ରହିଥିବା ବେଳେ ଦାରିଙ୍ଗବାଡି ରେ 12 ଡୀଗ୍ରି ରେକର୍ଡ ହୋଇଛି । ସେପଟେ କିନ୍ତୁ ଅମଳ ସମୟ ଆସିବାରୁ ଚାଷୀ ଚିନ୍ତା ବଢେଇ ଦେଇଛି । ତେବେ ଏହି ସବୁ ଭିତରେ କିନ୍ତୁ ଆସନ୍ତା 5 ଦିନ ପର୍ଯ୍ୟନ୍ତ ପାଗ ଅପରିବର୍ତିତ ରହିବ ବୋଲି ସୂଚନା ରହିଛି । ଶୀତ ଟିକେ ପୂର୍ବ ଅପେକ୍ଷା କମ୍ ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।