ପୁଣି ଆସୁଛି ବାତ୍ୟା | ଡିସେମ୍ବର ୫ ରେ ଲଘୁଚାପ, ୮ ରେ ବାତ୍ୟା |

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଡିସେମ୍ବର ୫ ତାରିଖରେ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହ ଦେଖା ଦେଇଛି ଏକ ବାତ୍ୟା ଆଶଙ୍କା । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଡିସେମ୍ବର ୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ବାତ୍ୟା ର ରୂପ ନେଲେ ଓଡିଶା ଉପରେ କ’ଣ ପ୍ରଭାବ ରହିବ ।

ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଁଛି । ଓଡିଶା ଭିତରକୁ ସାମୁଦ୍ରିକ ବାୟୁ ପ୍ରଭାବ ହେତୁ ବାୟୁ ମଣ୍ଡଳର ଆଦ୍ରତା ବୃଦ୍ଧି ପାଇଁଛି । ଫଳରେ ରାତିର ତାପମାତ୍ରା ଅନେକ ସ୍ଥାନରେ ସ୍ୱଭାବିକ ଠାରୁ ଅଧିକ ରହିବା ସହ ରାଜ୍ୟରେ ଶୀତର ପ୍ରକପ ହ୍ରାସ ପାଇଁଛି । ତେବେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ସହ ଦେଖା ଦେଇଛି ଏକ ବାତ୍ୟା ଆଶଙ୍କା ।

batya

ଡିସେମ୍ବର ୫ ତାରିଖରେ ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସମ୍ଭାବୀୟ ଲଘୁଚାପଟି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ କ୍ରମେ ଏହା ପଶ୍ଚିମ ଆଉ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆଉ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ଆଉ କ୍ରମେ ଏହା ୮ ତାରିଖ ବେଳକୁ ଓ ଦକ୍ଷିଣରେ ତାମିଲନାଡୁ ଆଉ ପୁଡୁଚେରୀ ରେ ଉପକୂଳକୁ ପହଞ୍ଚିପାରେ ।

ତେବେ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ବାତ୍ୟା ହେବା ନେଇ କିନ୍ତୁ ଏ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ କୌଣସି ସୂଚନା ଦେଇ ନାହିଁ । କିନ୍ତୁ ବିଦେଶୀ ପାଣିପାଗ ସଂସ୍ଥା ଉଇନ୍. ଡିଣ୍ଟ. ଡଟକମ ରୁ ଜଣା ପଡିଛି ସମ୍ଭାବ୍ୟ ଲଘୁଚାପଟି ୮ ତାରିଖ ବେଳକୁ ବାତ୍ୟାର ରୂପ ନେଇ ସ୍ଥଳ ଭାଗକୁ ଛୁଇଁପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *