ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳୁ ସକାଳୁ ଅର୍ଚ୍ଚନା କୁ ଭେଟିବା ପାଇଁ ମାନେ ନିଜ ମାଆ କୁ ଭେଟିବା ପାଇଁ । ଇଡି କାର୍ଯ୍ୟାଳୟ ରେ ପହଁଚି ଥିଲା ଅର୍ଚ୍ଚନା ର 5 ବର୍ଷର ପୁଅ । ଆଉ ଯେତେ ବେଳେ ଇଡି କାର୍ଯ୍ୟାଳୟ ଭିତର କୁ ଅର୍ଚ୍ଚନା ର ପୁଅ ପସିଥିଲା ଠିକ୍ ସେମିତିକି ବେଳେ ଅର୍ଚ୍ଚନା ତାହାକୁ ଦେଖି ଭାବ ବିହୋଳ ହୋଇଜାଇ ଥିଲା । କୁଣ୍ଢୋଇ ପକେଇ ଭୋ ଭୋ ହୋଇ କାନ୍ଦିଥିଲା ।
ବିଶେଷ ସୂତ୍ର ରୁ ମିଳିଥିବା ଖବର ଅନୁସାରେ ମାଆ ପୁଅ କିଛି ସମୟ ପାଇଁ କଥା ବାର୍ତ୍ତା ହୋଇଥିଲେ । ଆଉ ପୁଅ ମାଆ କୁ ପଚାରିଥିଲା ମାଆ ତୁ କେବେ ଘରକୁ ଯିବୁ ତୁ କଣ ଏଇଠି ରହିଯିବୁ । ଏମିତି ଅନେକ ଏଣୁ ତେଣୁ ପ୍ରଶ୍ନ ପଚାରିଥିଲା ତାର ପୁଅ ଆଉ ଜାହାର ଉତ୍ତର କିଛିବି ଦେଇନଥିଲା ଅର୍ଚ୍ଚନା । ମନ ଦେଇପଢିବୁ ଠିକ୍ ସମୟ ରେ ଖାଇବୁ । ଏମିତି କିଛି କହି ଭୋ ଭୋ ହୋଇ କାନ୍ଦି ପକେଇ ଥିଲା ଅର୍ଚ୍ଚନା । ଆଉ ନିଜ ପୁଅକୁ ଜାବୁଡି ପକେଇ ନିଜର ଅକୁହା ବେଦନା କୁ ନିଗାଡି ପକେଇ ଥିଲା ।
ଆଉ ଏହି ସମୟ ର ଦୃଶ୍ୟ ସେଠାରେ ସମସ୍ତ ଙ୍କୁ ଭାବ ବିହୋଳ କରିଥିଲା । ବ୍ଲାକ ମେଲିଂ ଘଟଣା ରେ ଅର୍ଚ୍ଚନା ଗରୋଫ ହେବା ଠାରୁ ମାଆ ପୁଅଙ୍କର କେବେବି ଭେଟ ହୋଇ ନଥିଲା । ଆଜି ଇଡି କାର୍ଯ୍ୟାଳୟ ରେ ପୁଅର ଏମିତି ଭେଟ ଯେମିତି ସମସ୍ତ ଙ୍କୁ ଇମୋସନ କରି ଦେଇଥିଲା । ଆଉ ପାଖରେ ଉପସ୍ଥିତ ଥିଲେ ଅର୍ଚ୍ଚନା ଙ୍କ ବାପା । ଏହି ଦୃଶ୍ୟ ଦେଖି ସାରିବି ସେ ବି କାନ୍ଦୁ ଥିଲେ ।
ଅର୍ଚ୍ଚନା ତାଙ୍କ ପୁଅ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ କହିଥିଲେ ସବୁ ଠିକ୍ ହୋଇଯିବ । ମୁଁ ପୁଣି ଘରକୁ ଯିବି । ତତେ ସ୍କୁଲ ନେଇ ଯିବି ଆଉ ପୁଣି ଆଣିବା ପାଇଁ ଯିବି । ତୁ ଖାଉଥିବା ତୋ ମନ ପସନ୍ଦର ଜିନିଷ ରାନ୍ଧିକି ଦେବି । ଆଉ ଅଳ୍ପ ଦିନ ମୋ ବାବା ଟା ପରେ ଟିକେ ଅପେକ୍ଷା କରିଜା । ଆଉ ଏହା ପରେ ଆଜି ଅର୍ଚ୍ଚନା କୁ କୋର୍ଟ ରେ ହାଜର କରାଜାଇଛି ।
ଆଉ ସେପଟେ କୋର୍ଟ ରେ ପହଁଚି ଛନ୍ତି ଜଗବନ୍ଧୁ ଚାନ୍ଦ । ଜଗବନ୍ଧୁ ଙ୍କୁ ରିମାଣ୍ଡ ପାଇଁ ଆବେଦନ କରି ପାରେ ଇଡି । ଆଉ ରିମାଣ୍ଡ ରେ ନେବା ପରେ ଜଗବନ୍ଧୁ ଙ୍କୁ ପଚରା ଉଚୁରା କରିବାକୁ ଇଡି ଅଫିସ କୁ ନେବେ ଇଡି ଅଧିକାରୀ ମାନେ । ଆଉ ସୁଣିବାକୁ ମିଳୁଛି ପୁଣି କୁଆଡେ ଅର୍ଚ୍ଚନା କୁ ରିମାଣ୍ଡ ରେ ନେବାକୁ ଆବେଦନ କରିବ ଇଡି । ତେବେ ଦେଖିବାକୁ ବାକି ରହିଲା ଏଇ ଥର ପୁଣି କେଉଁ ପ୍ରକାରର ସତ ବାହାର କରୁଛି ଇ଼ଡି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।