ଶୀତରେ ଥରୁଛି ଓଡ଼ିଶା। ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା।

Winter

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୀତରେ ଥରୁଛି ସାରା ଓଡିଶା । ଖସୁଛି ପାରଦ ଜାଡରେ ଥରୁଛି ସାରା ଓଡିଶା । ହାଡଭଙ୍ଗା ଶୀତ ହୋଇଛି । ଶୀତ ମାଡି ଆସୁଛି । ୧୫ ଡିଗ୍ରୀ ତଳେ ରାଜ୍ୟର ୨୦ ସହରର ତାପମାତ୍ରା। ଆଉ ୧୦ ଡିଗ୍ରୀ ତଳେ ୪ ସହର ତାପମାତ୍ରାରେ ରେକର୍ଡ କରାଯାଇଛି । ଯେଉଁଥି ପାଇଁ ରାଜ୍ୟର ତାପମାତ୍ରା କମୁଛି ରାଜ୍ୟର ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ।

ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଶିମିଳିଗୁଡା । ଯେଉଁଠି ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ କରାଯାଇଛି । ଆଉ କନ୍ଧମାଳ ଜିଲ୍ଲାର ୩ ସହରର ତାପମାତ୍ରା ୧୦ଡିଗ୍ରୀ ତଳକୁ ରହିଛି । ଯେପରିକି ଜି ଉଦୟଗିରି, ଫୁଲବାଣୀ, ଆଉ ଦାରିଙ୍ଗବାଡ଼ି । ଉଦୟଗିରି ର ତାପମାତ୍ରା ୯ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀ ଆଉ ଦାରିଙ୍ଗବାଡ଼ିର ତାପମାତ୍ରା ୯.୫ ଡିଗ୍ରୀ ରହିଛି ।

cold

ଯେଉଁଥି ପାଇଁ କନ୍ଧମାଳରେ ହାଡଭଙ୍ଗା ଶୀତ ହେଉଛି । ଶୀତରେ ଦାନ୍ତକୁ ଦାନ୍ତ ବାଜି ଯାଉଛି । ଆଉ ଏହା ସହ ନବରଙ୍ଗପୁର, ସୁନ୍ଦରଗଡ଼ ଜିଲ୍ଲାରେ ରାତିର ତାପମାତ୍ରା ୧୦ ଡିଗ୍ରୀ ରହିଛି । କୋରାପୁଟ ରେ ୧୦.୨ ଡିଗ୍ରୀ ରହିଥିବା ବେଳେ ବୌନ୍ଧରେ ୧୦.୫ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି । ଆଉ ରାଜ୍ୟର ଶୀତରେ ପ୍ରଭାବ ଗତକାଲି ଅପେକ୍ଷା ଆଜି କମ୍ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୪ଦିନ ପ୍ରର୍ଯ୍ୟନ୍ତ ରାଜ୍ୟରେ ପାରଦ ସ୍ତରରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଉ ଏହାପରେ ଆଗକୁ ଶୀତ ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଆଜିଠାରୁ କୁହୁଡ଼ି ପଡିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *