ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିସେମ୍ବର 10 ତାରିଖ ରୁ ହେବାକୁ ଯାଉଛି ଦେଶର ସବୁଠାରୁ ବଡ ପରିବର୍ତନ । ଡିସେମ୍ବର ମାସ ଆରମ୍ଭ ରୁ RBI ସାରା ଦେଶରେ ଲଞ୍ଚ କରିବ ଡିଜିଟାଲ ଟଙ୍କା । ଅର୍ଥାତ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଏବେ ଲୋକ ମାନେ ଲେଣ ଦେଣ୍ କରିବେ । ଡିସେମ୍ବର 10 ତାରିଖ ରୁ ଡିଜିଟାଲ ଟଙ୍କା ଲେଣଦେଣ କରିବେ ଲୋକେ । ତେବେ ବନ୍ଧୁଗଣ ଏହି ଡିଜିଟାଲ ଟଙ୍କା କଣ ଏବଂ ଖାସ୍ କରି ଏହି କାଗଜ ଟଙ୍କା ଠାରୁ ଏହା କିପରି ଭିନ୍ନ ଅଟେ ।
ତେବେ ବନ୍ଧୁଗଣ ଏବେ ହିଁ ଜାଣି ରଖନ୍ତୁ ଏହି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟଟି । ଏହା ସହିତ ଓଡିଶା ର କେଉଁ ସ୍ଥାନରେ ପ୍ରଥମେ ଏହା ବ୍ୟବହାର କରାଯିବ । ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା । ତେବେ ଡିଜିଟାଲ ଟଙ୍କାର ପ୍ରଚଳନ କୁ ନେଇ ବଡ ଘୋଷଣା କରିଛି RBI 10 ତାରିଖ ରୁ RBI ପକ୍ଷରୁ ଲଞ୍ଚ ହେବ ଡିଜିଟାଲ ଟଙ୍କା । ତେବେ ପ୍ରାଥମିକ ଭାବେ ଚାରୋଟି ସ୍ଥାନରେ ପରିକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କା ର ବ୍ୟବହାର ଆରମ୍ଭ ହେବ ।
ଏହି ଚାରୋଟି ଟି ସହର ମଧ୍ୟରୁ ଓଡିଶାର ଭୁବନେଶ୍ୱର ମଧ୍ୟ ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ସାଧାରଣ ଲୋକ ମାନେ ଏହି ଡିଜିଟାଲ ଟଙ୍କାର ମଧ୍ୟ ବ୍ୟବହାର କରି ପାରିବେ । ଏବଂ ଏହି ଡିଜିଟାଲ ଟଙ୍କାର ବ୍ୟବହାର ପାଇଁ 8 ଟି ବ୍ୟାଙ୍କ୍ କୁ ଚୟନ କରାଜାଇଛି । ଏମାନେ ବିଧି ବଦ୍ଧ ଭାବେ ଡିଜିଟାଲ ଟଙ୍କାର କାରବାର କରି ପାରିବେ । ପ୍ରାଥମିକ ଅବସ୍ତାରେ ଷ୍ଟେଟବ୍ୟାଙ୍କ୍ ଅଫ୍ ଇଣ୍ଡିଆ , ଆଇସି ଆଇସି ଆଇ , ଇଏସ୍ ବ୍ୟାଙ୍କ୍ ଏବଂ ଆଇଡି ଏଫସି ବ୍ୟାଙ୍କ୍ ଚାରୋଟି ସହର ରେ ସେବା ଆରମ୍ଭ କରିବେ ।
ଦ୍ୱିତିୟ ପର୍ଯ୍ୟାୟ ରେ ଅନ୍ୟ ବ୍ୟାଙ୍କ୍ ମାନଙ୍କୁ ସାମିଲ କରାଯିବ ବୋଲି RBI ପକ୍ଷରୁ ସୂଚନା ଦିଆଜାଇଛି । RBI କହିଛି ଡିସେମ୍ବର 10 ରୁ ରିଟେଲ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୂଦ୍ରା ବା cbdc ପାଇଁ ପାଇଲଟ ପ୍ରଜେକ୍ଟ ଲଞ୍ଚ କରିବ । ଡିଜିଟାଲ ଟଙ୍କା ଗୋଟିଏ ଡିଜିଟାଲ ଟୋକନ ଆକାରରେ ରହିବ । ଜାହା ଆଇନ ଗତ ଗ୍ରହଣିୟ ହେବ । ବର୍ତମାନ ସମୟ ରେ କାଗଜ ଟଙ୍କା ଏବଂ କୟେନ୍ କୁ ଯେଉଁ ସବୁ ନାମରେ ନାମିତ ହୋଇଛି ।
ଡିଜିଟାଲ ଟଙ୍କାକୁ ବି ସେହି ନାମରେ ନାମିତ କରାଯିବ । ଡିଜିଟାଲ କରେନ୍ସି ମାଧ୍ୟମ ରେ RBI ଦ୍ୱାରା ଚିହ୍ନଟ ହୋଇଥିବା ବ୍ୟାଙ୍କ୍ ଏବଂ ଉପଭୋକ୍ତା ମାନେ ଡିଜିଟାଲ ଟଙ୍କାର କାରବାର କରି ପାରିବେ । ମୋବାଇଲ ରେ ଥିବା ଡିଜିଟାଲ ଟଙ୍କା ମାଧ୍ୟମରେ ଉଭୟ ପର୍ସନ ଟୁ ପର୍ସନ ମାଧ୍ୟମରେ ମାର୍ଚ୍ଚେଣ୍ଡ ରୁ ଟୁ ପର୍ସନ ମଧ୍ୟରେ ଲେଣ ଦେଣ ହେବ ବୋଲି ସୂଚନା ଦିଆଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।