ବ୍ୟକ୍ତିଙ୍କ ପେଟରୁ ବାହାରିଲା 1 କେଜିରୁ ଉର୍ଦ୍ଧ୍ଵ କଏନ୍, କେମିତି ଏହା ରୋଗୀଙ୍କ ପେଟ ଭିତରକୁ ଆସିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଠେଣି ଠୁ ନେଇ 10 ଟଙ୍କିଆ କଏନ ପର୍ଯ୍ୟନ୍ତ ପେଟ ଭିତରୁ ବାହାରିଲା 187 ଟି କଏନ । ଜାହାର ଓଜନ ରହିଛି ସଂମ୍ପର୍ଣ୍ଣ ଏକ କେଜି 200 ଗ୍ରାମ । ତେବେ ବନ୍ଧୁଗଣ ଏହି ଦିନରେ କର୍ଣ୍ଣାଟକ ର ବାଗଲକୋଟ ରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ହଁ ବନ୍ଧୁଗଣ ଆଜିର ଦିନରେ ଜଣେ ବ୍ୟକ୍ତିଙ୍କ ପେଟରୁ 187 ଟି କଏନ ବାହାରିଥିବାର ଦେଖିବା ପାଇଁ ମିଳିଛି ।

ପେଟ ବ୍ୟଥାର ଅଭିଯୋଗ ତଥା ବାନ୍ତି ହେବାର ଅଭିଯୋଗ ନେଇ ହସ୍ପିଟାଲ ରେ ପହଁଚିଥିଲେ ଏହି ବ୍ୟକ୍ତି ଜଣଙ୍କ ଜାହା ପରେ ଡାକ୍ତର ତାଙ୍କର ଅଲଗା ଅଲଗା ଟେଷ୍ଟ କରେଇଥିଲେ । ତେବେ ଶେଷରେ ଇଣ୍ଡୋସ୍କୋପୀ ରିପୋର୍ଟ ରୁ ଜଣା ପଡିଥିଲା ଯେ ବ୍ୟକ୍ତିଙ୍କ ପେଟରେ ବହୁତ ଗୁଡିଏ କୟେନ ଭରି ରହିଛି । ଅପରେସନ କରିବା ପରେ ବ୍ୟକ୍ତି ଙ୍କ ପେଟରୁ ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଏବଂ ଦଶ ଟଙ୍କିଆ କଏନ ସବୁ ବାହାରିଥିଲା ।

man

ଅପରେସନ କରି ବ୍ୟକ୍ତିଙ୍କ ପେଟ ଭିତରୁ ସଂମ୍ପର୍ଣ୍ଣ 462 ଟଙ୍କାର 187ଟି କଏନ ବାହାର କରିଥିଲେ ଡାକ୍ତର । ଡାକ୍ତରଙ୍କ କହିବା ଅନୁସାରେ ବ୍ୟକ୍ତିଜଣଙ୍କୁ ସିଜୋଫୋମିଆ ନାମକ ରୋଗ ରହିଛି । ତେବେ ଏହି 85 ବର୍ଷୀୟ ବ୍ୟକ୍ତିଙ୍କ ନାମ ହେଉଛି ଦୟମୋପ୍ପା ହରିଜନ । ସେ ରାୟପୁର ଜିଲ୍ଲାର ଗୋଟିଏ ସହରରେ ରୁହନ୍ତି । ଗତ 26 ନଭେମ୍ବର ଶନିବାର ଦିନ ପେଟ ଯନ୍ତ୍ରଣା ହେଉଥିବା ବେଳେ ସେ ମେଡିକାଲ ଆସିଥିଲେ ।

ପୁଅ ରବିକୁମାର ତାଙ୍କୁ ଏଚଏସକେ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ସବୁ ଲକ୍ଷଣକୁ ଦେଖି ଇଣ୍ଡୋସ୍କୋପି ଓ ଏକ୍ସରେ କରାଇ ଥିଲେ ଡାକ୍ତର । ତେବେ ସ୍କାନ ପରେ ଜଣା ପଡିଥିଲା ଯେ ଉକ୍ତ ବ୍ୟକ୍ତିଙ୍କ ପେଟରେ ଏକ 1 କେଜି 200 ଗ୍ରାମ ର କଏନ ରହିଛି । ଏହାପରେ ଅପରେସନ କରି ତାଙ୍କ ପେଟରୁ କଏନ କାଢିବାର ନିଷ୍ପତ୍ତି ନିଆ ଯାଇଥିଲା ।

coin

ଡାକ୍ତରଙ୍କ କହିବା ମୁତାବକ ସିଜୋଫୋମିଆ ରୋଗରେ ପୀଡିତ ଥିବାରୁ ଦୟମୋପ୍ପାଙ୍କୁ କଏନ ଗିଳି ଦେବାର ଅଭ୍ୟାସ ରହିଥିଲା । ସିଜୋ ଫୋମିଆ ରୋଗୀମାନେ ଖୁବ ଅସାମାନ୍ୟ ଭାବେ ବ୍ୟବହାର ଓ ଚିନ୍ତା କରିଥାନ୍ତି ଏବଂ ଅସାମାନ୍ୟ ଅନୁଭବ ମଧ୍ୟ କରିଥାନ୍ତି । ତେବେ କିଛି ଦିନ ତଳେ ଏମିତି ଜଣେ ରୋଗୀ ଗିଳିଥିବା କଏନରେ 56 ଟି 5 ଟଙ୍କିଆ କଏନ 51ଟି ଦୁଇ ଟଙ୍କିଆ କଏନ 80 ଟି ଟଙ୍କିକିଆ କଏନ ଥିଲା । ଆଉ ବର୍ତମାନ ସମୟ ରେ ଏହି ପରି ଆଉ ଏକ ଘଟଣା ପୁଣି ଥରେ ଦେଖିବା ପାଇଁ ମିଳିଛି ।  ଆପଣ କେବେ ଏଭଳି ବିରଳ ରୋଗ ବିଷୟରେ ଶୁଣିଛନ୍ତି କି ଆମକୁ କମେଣ୍ଟ କରି ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *