ମୁଁ କିଛି ଜାଣି ପାରୁନି । ସେ କିଏ ମୁଁ ଜାଣିନି । ମୋ ନାରେ କଣ ଖବର ବାହାରିଛି ଭାଇ

jaga 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦ୍ୱିତୀୟ ପର୍ଯ୍ୟାୟରେ ଜଗବନ୍ଧୁ ଚାନ୍ଦ କୁ ରିମାଣ୍ଡରେ ନେଇଛି ଇଡି । କଡା ସୁରକ୍ଷା ବଳୟ ମଧ୍ୟରେ ଇଡି କାର୍ଯାଳୟକୁ ଜଗବନ୍ଧୁଙ୍କୁ ପୁଣିଥରେ ଅଣା ଯାଇଛି । ଆଉ ଏଠି କୁଆଡେ ଜଗବନ୍ଧୁ ତା’ ର ଅସଲି ଖେଳ ଦେଖାଉଛି । ପୁରା ଇଡି ପାଖରେ ଆଉ ଇଡି କୁ ମୁଟେ ସହଯୋଗ କରୁନି । କିଛି ନଜାଣିଲା ଭଳି କୁଆଡେ ଅଭିନୟ କରୁଛି । କିଛି ଜାଣିପାରୁନି ଜଗବନ୍ଧୁ । ଜଗବନ୍ଧୁ ତା ଇନଷ୍ଟାଗ୍ରାମ ଆଇଡି ଅବା ଫେସବୁକ ରେ ଅବା ହ୍ୱାଟସଅପ ରେ ଫୋଟକୁ ପୋଷ୍ଟ କରୁଥିଲା ଅବା ଷ୍ଟାଟସ ରଖୁଥିଲା ସେସବୁ ଫଟୋକୁ କିଏ ଉଠାଉଥିଲା ।

ଯେତେବେଳେ ସ୍କ୍ରିନ୍ ରେ ଜଗବନ୍ଧୁ ସହ ଖଗା , ଅର୍ଚ୍ଚନା ଏସବୁ ରହୁଥିଲେ । ଯେତେବେଳେ ଇଡି ଏମିତି ନେଇ କିଛି ପ୍ରଶ୍ନ ପଚାରିଥିଲା ସେତେବେଳେ ଥ ଥ, ମ ମ ହୋଇଯାଇଥିଲା ଜଗବନ୍ଧୁ । ଆଉ ସବୁଠାରୁ ବଡ କଥା ହେଉଛି ଅର୍ଚ୍ଚନା ସିନା ଗଣ ମାଧ୍ୟମ ଆଗରେ ଫଁ ଫଁ ହେଉଛି କିନ୍ତୁ ଇଡି ଆଗରେ ପୁରା ସନିପାତ ମାରିଯାଉଛି । ସେମିତି ଜଗବନ୍ଧୁ ବି ଚାଲ ଖେଳୁଛି ।

Jagabandhu

ପୁରା ଇଡି ଆଗରେ ନଜାଣିଲା ଭଳି ଅଭିନୟ କରୁଛି । ସେ କହୁଛି ସେ କିଏ ମୁଁ ଜାଣିନି । ମଁ ନିଜେ ବି କିଏ ମୁଁ ଜାଣିପାରୁନି । ମୋତେ ବାରମ୍ବାର କାହିଁକି ଏମିତି କିଛି ପ୍ରଶ୍ନ ପଚାରୁଛ । ମୁଁ କିଛି ବି ବୁଝି ପାରୁନି । ଆଉ ବେଳ ବୁଡି ସଂନ୍ଧ୍ୟା ହେଲେ ସୁରକ୍ଷା କ୍ରମିକ ଜଗା ପାଖକୁ ଡାକୁଛି । କୁଆଡେ କହୁଛି ହଇହ ଭାଇନା ମୋ ବିଷୟରେ କ’ଣ ଖବର ବାଜୁଛି କ’ଣ ନିଉଜ ହେଉଛି ମୋତେ ଟିକେ ଦେଖଉନା ।

ଏମିତି କିଛି କଥା ଜଗା କହୁଛି ସୁରକ୍ଷା କ୍ରମିଙ୍କୁ । ଭୁବନେଶ୍ୱର ସ୍ଥିତ ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟ ରେ ହାଜର କରିବା ପରେ ଇଡି ପୁଣିଥରେ ୫ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା । ଆଉ କୋର୍ଟ ୪ଦିନ ପାଇଁ ଅନୁମତି ଦେଇଥିଲା ।

ତେବେ ଜଗବନ୍ଧୁଙ୍କୁ ମିଶାଇ ଇଡିର ଗିରଫଦାର ସଂଖ୍ୟା ୩କୁ ବୃନ୍ଧି ପାଇଛି । ପୂର୍ବରୁ ଅର୍ଚ୍ଚନା ଏବଂ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର କୁ ଗିରଫ କରିଥିଲା ଇଡି । ଆଉ ଜଗବନ୍ଧୁ ଚାନ୍ଦ କୁ ଗିରଫ କରିଛି ଇଡି । ତେବେ ଦେଖିବାକୁ ବାକି ରହିଲା କେବେ ସତ ପଦାକୁ ଆସୁଛି । କେଉଁ ବଡ ବଡିଆ ଏଥିରେ ସାମିଲ୍ ଅଛନ୍ତି ତାଙ୍କ ଚେହେରା କେବେ ସାମ୍ନା କୁ ଆସୁଛି ତାଙ୍କୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *