ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ଲଭ ଗୁରୁ । ଅନ୍ୟକୁ ପ୍ରେମର ଫଣ୍ଡା ବତାଉଥିବା ଅଶ୍ୱିନୀ ଏବେ ସାଜିଛନ୍ତି ପ୍ରେରଣାଙ୍କ ଜୀବନସାଥୀ । ଷ୍ଟେଜରେ ଦୁହିଁଙ୍କ କେମେଷ୍ଟ୍ରିକୁ ପସନ୍ଦ କରୁଥିଲେ ଦର୍ଶକ । ହେଲେ ରିଲରେ ନୁହଁ ରିଏଲ ଲାଇଫ୍ ରେ ଉଭୟ ସାଜିଛନ୍ତି ଲାଇଫ୍ ପାର୍ଟନର । ଆଉ ତାଙ୍କ ବିବାହର ପ୍ରତ୍ୟେକ ସମାହାରରେ ଦିଲ ଖୋଲି ଝୁମିଛି ପୁରା ଓଲିଉଡ ।
ତେବେ ଅଶ୍ୱିନୀ ଏବଂ ପ୍ରେରଣାଙ୍କ ଲଭଷ୍ଟୋରୀ ବି ଖୁବ୍ ନିଆରା । ଉଭୟଙ୍କ ପ୍ରଥମେ ଦେଖା ହୋଇଥିଲା ଏକ ଆର୍ଟ ସୋଟରେ ।ଉଭୟ କାମ ସାରି ଘରକୁ ଫେରିଥିଲେ । କେହି କାହା ସହ କଣ୍ଟାକ୍ଟ କରିନଥିଲେ । ପୁଣି ଦେଢ ବର୍ଷ ପରେ ଦେଖା ହୋଇଥିଲା ଏକ ସୋ ରେ । ସେଠାରୁ ଆରମ୍ଭ ହୋଇଥିଲା ଫ୍ରେଣ୍ଡସିପ୍ ।
ଅନ୍ୟକୁ ଲଭ ଟିପ୍ସ ଦେଉଥିବା ଲଭ ଗୁରୁ ଏହାରି ଭିତରେ ପ୍ରେରଣାକୁ ମନ ଦେଇ ବସିଥିଲେ । ଉଭୟଙ୍କ ଭିତରେ ଥିବା ବୁଝାମଣା ଓ କେମେଷ୍ଟ୍ରିକୁ ଦର୍ଶନ ଭଲ ପାଉଥୁବା ବେଳେ ଧୀରେ ଧୀରେ ଉଭୟ ଉଭୟଙ୍କ ପ୍ରେମରେ ପଡି ଯାଇଥିଲେ । ଆଉ ଏହି ଫ୍ରେଣ୍ଡସିପ୍ ଆଜି ବିବାହର ରୂପ ନେଇଛି ।
ପ୍ରେରଣାଙ୍କ ମଥାରେ ଲାଗିବ ଅଶ୍ୱିନୀଙ୍କ ହାତର ସିନ୍ଦୁର । ଆଜି ସଂପୂର୍ଣ୍ଣ ହେବ ପ୍ରେମ । ଆଜିଠୁ ଅଶ୍ୱିନୀ କେବଳ ପ୍ରେରଣାଙ୍କ ଭଳି ବାସିବେ । ଆଉ ଅଶ୍ୱିନୀଙ୍କ ହାତରୁ ସିନ୍ଦୁର ପିନ୍ଧି ପ୍ରେରଣା ମଧ୍ୟ ଅଧିକ ସୁନ୍ଦର ଦିଶିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।