ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫୁଟବଲ ଖେଳର କିଙ୍ଗ ରୋନାଲ୍ଡୋ କାନ୍ଦିଲେ ଆଉ ତାଙ୍କୁ ବୁଝାଇଲେ କ୍ରିକେଟ କିଙ୍ଗ କୋହଲି । ରୋନାଲ୍ଡୋଙ୍କ ପାଇଁ ଦେଲେ ଇମୋସନାଲ ମେସେଜ । ଏବେ ଚାଲିଛି ଫିପା ବିଶ୍ବକପ୍ । ଆଉ ସେମି ଫାଇନାଲରେ ପହଞ୍ଚୁ ପହଞ୍ଚୁ ରହିଯାଇଛି ପର୍ତ୍ତୁଗାଲ ଟିମ୍ । କ୍ବାଟର ଫାଇନାଲରେ ପର୍ତ୍ତୁଗାଲ ଟିମ୍ କୁ ହରାଇ ମର୍କୁ ଯାଇଛି ସେମି ଫାଇନାଲକୁ ।
ପ୍ରଥମ ଥର ପାଇଁ ଗୋଟିଏ ଆଫ୍ରିକୀୟ ଦେଶ ଯାଇଛି ସେମି ଫାଇନାଲକୁ । ମର୍କୁ ମ୍ୟାଚକୁ ହାତେଇ ନେଇଁ ଖୁସି ଥିବା ବେଳେ ପୁରା ଷ୍ଟାଡିୟମ କାନ୍ଦିଥିଲା । ସମସ୍ତଙ୍କ କାନ୍ଦ ପଛରେ ଥିଲା ରୋନାଲ୍ଡୋଙ୍କ କାନ୍ଦ । ତେବେ କ୍ରାଷ୍ଟିଆନ ରୋନାଲ୍ଡୋଙ୍କ ଏହା ଥିଲା ଶେଷ ବିଶ୍ବକପ୍ । ଏହାପରେ ସେ ଆଉ ଖେଳିବେ ନାହିଁ । ତେବେ ରୋନାଲ୍ଡୋଙ୍କ ବିଶ୍ୱକପ୍ ଆଶା ଆଶାରେ ରହିଗଲା ।
ରୋନାଲ୍ଡୋ ଏକ ଭଲ ଖେଳାଳୀ ହୋଇଥିବା ବେଳେ ସେ କିନ୍ତୁ ବିଶ୍ୱକପ୍ ଜିତି ପାରିଲେ ନାହିଁ । ଏହି ମ୍ୟାଚ ହାରିବା ପରେ ରୋନାଲ୍ଡୋ କାନ୍ଦି କାନ୍ଦି ପଡିଆ ବାହାରକୁ ଯାଇଥିଲେ । ଆଉ ତାଙ୍କ କାନ୍ଦ ଦେଖି ପୁରା ଷ୍ଟାଡିୟମ ଆଶ୍ଚର୍ଯ୍ୟ ହୋଇଥିଲା । ତେବେ ରୋନାଲ୍ଡୋଙ୍କ କାନ୍ଦ ଦେଖି ତାଙ୍କୁ ବୁଝାଇଛନ୍ତି ବିରାଟ କୋହଲି ।
ସେ କହିଛନ୍ତି କି କୌଣସି ଟ୍ରଫି ଟାଇଟଲ ତମେ ପାଇଁଥିବା ଉପଲବ୍ଧି ଛଡେଇ ପାରିବ ନାହିଁ । ତମେ ବିଶ୍ୱକପ୍ ନଜିତିଲେ କ’ଣ ହେଲା ତମ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି । ତମେ ହେଉଛ ମୋର ଏବଂ ମୋ ଭଳି କୋଟି କୋଟି ଲୋକଙ୍କ ର ଫେବୋରାଇଟ ଖେଳାଳୀ । ତେବେ ଟୁଇଟରେ ଏଭଳି ମେସେଜ୍ ଦେଇ ରୋନାଲ୍ଡୋଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ବିରାଟ କୋହଲି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।