ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବ ଇଡି ! ଦୁହିଁଙ୍କୁ ପଚାରି ସତ ଓଗାଳିବ ଇଡ଼ି

Jagbandhu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ସୁନ୍ଦରୀ ଅର୍ଚ୍ଚନା ଆଉ ତା ସ୍ୱାମୀ ଜଗାକୁ ରିମାଣ୍ଡରେ ଆଣିପାରେ ଜଗା । କାହିଁକି ନା ଏମିତି କିଛି ଚର୍ଚ୍ଚା ହେଉଛି । କାରଣ ରିମାଣ୍ଡରେ ଆଣି ଉଭୟ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କୁ ସାମ୍ନା ସାମ୍ନି ଜେରା କରିପାରେ ଇଡି । କୁଆଡେ ଉଭୟଙ୍କୁ ସାମ୍ନା ସାମ୍ନି ଜେରା କଲେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିବ । ଯେଉଁ କଥା ଅର୍ଚ୍ଚନା ନକହିଛି ସେ କଥା କୁଆଡେ ଜଗା କହିବ । ଆଉ ଯେଉଁ କଥା ଜଗା ନକହିବ ସେ କଥା କୁଆଡେ ଅର୍ଚ୍ଚନା କହିବ ।

ସେଥିପାଇଁ କୁଆଡେ ଅର୍ଚ୍ଚନା ଆଉ ଜଗାକୁ ସାମ୍ନା ସାମ୍ନି ଜେରା କରିବାକୁ ଯୋଜନା କରୁଛି ଇଡି । ଆଜି ସରୁଛି ସୁନ୍ଦରୀ ଅର୍ଚ୍ଚନାର ୭ଦିନିଆ ରିମାଣ୍ଡ । ଆସନ୍ତାକାଲି ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯିବ । କୋର୍ଟରେ ହାଜର ପରେ ପୁଣି ରିମାଣ୍ଡ ଆବେଦନ କରିପାରେ ଇଡି । ସେଭଳି ଜଗବନ୍ଧୁଙ୍କୁ ମଧ୍ୟ କୋର୍ଟରେ ହାଜର କରାଯିବ ଆଉ କୋର୍ଟରେ ହାଜର ପରେ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି ।

Jagbandhu Archana

ତେବେ ଯାହା ଜଣା ପଡୁଛି ନାଗ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବାକୁ ଇଡି ଯୋଜନା କରୁଛି । ଆଉ ଦୁହିଁଙ୍କୁ ସାମ୍ନା ସାମ୍ନି ଜେରା କରିବାକୁ ଯୋଜନା କରୁଛି । ପ୍ରଥମେ ଅର୍ଚ୍ଚନାକୁ ୭ଦିନ ରିମାଣ୍ଡରେ ଆଣିଥିଲା ଇଡି । ଭାବିଥିଲା ବହୁ କିଛି କଥା ଆଦାୟ କରିବ । କିନ୍ତୁ ୭ଦିନରେ କୁଆଡେ ଅର୍ଚ୍ଚନା ଇଡି କୁ ସହଯୋଗ କରି ନଥିଲା ।

ଏବେ ପୁଣିଥରେ ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ସାମ୍ନା ସାମ୍ନି ଜେରା କରିବାକୁ ଯୋଜନା କରୁଛି । ସେଥିପାଇଁ ତାଙ୍କୁ ଦ୍ୱିତୀୟ ଥର ରିମାଣ୍ଡରେ ଆଣିବ ବୋଲି ଇଡି ଆବେଦନ କରିପାରେ । ଯାହା ଉପରେ ରହିଛି ସମସ୍ତଙ୍କ ନଜର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *