ରିଲିଜ ହେବା ପୂର୍ବରୁ ସୃଷ୍ଟି ହେଲାଣି ବିବାଦ । ପଠାନ ଫିଲ୍ମ କୁ ବିରୋଧ…

pathan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରିଲିଜ ହେବା ପୂର୍ବରୁ ସୃଷ୍ଟି ହେଲାଣି ବିବାଦ । ସାରୁଖାନ୍ ଏବଂ ଦୀପିକା ପାଦୁକାର ଅଭିନୟ ପଠାନ୍ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ନିକଟରେ ଫିଲ୍ମ ର ପ୍ରଥମ ଗୀତ ବେଶରମ୍ ରଙ୍ଗ ରିଲିଜ ହୋଇଛି । ଆଉ ସେବେଠାରୁ ଫିଲ୍ମ ଏବଂ ଗୀତକୁ ନେଇ ବିବାଦ ଆରମ୍ଭ ହୋଇଛି ।

ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଦେଶର ଅନେକ ସ୍ଥାନରେ ଏହି ଫିଲ୍ମ କୁ ନେଇ ବିରୋଧ ପ୍ରଦଶଣ କରାଯାଉଛି । ବଲିଉଡ ଅଭିନେତା ଅଭିନେତ୍ରୀ ମାନେ ପରସ୍ପର ପରସ୍ପର ମଧ୍ୟ ରେ ଟିକା ଟିପଣୀ କରୁଛନ୍ତି । ଏହାପରେ ଅନେକ ଲୋକ ପଠାନ୍ କୁ ବୈକଣ୍ଚ କରିବାକୁ ଦାବି କରୁଛନ୍ତି ।

pathan

ବେଶରମ୍ ଗୀତରେ ଦୀପିକା ଗେରୁଆ ରଙ୍ଗର ବି-କିନି ପନ୍ଧିବା ଦେଖିବାକୁ ମିଳିଛି । ଏହି ରଙ୍ଗକୁ ଆସ୍ଥା ର ପ୍ରତୀକ କୁହାଯାଏ । ତେଣୁ ଏହି ରଙ୍ଗର ବିକିନି ପନ୍ଧି ଅସୀଳ ନୃତ୍ୟ କରିବା ଆଦୌ ଗ୍ରହଣୀୟ ନୁହଁ ବୋଲି କୁହାଯାଉଛି । ତେବେ ଏହାକୁ ହିନ୍ଦୁ ଧର୍ମ ବିରୋଧୀ ବୋଲି କହିଛନ୍ତି କେତେକ ସାଂସଦ । ଏନେଇ ସେନସର ବୋର୍ଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ସେମାନେ ମତ ଦେଇଛନ୍ତି ।

ସାରୁଖାନ୍ ଏହାର ଜବାବ୍ ଦେଇଛନ୍ତି । କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଏନେଇ ସେ ମୁହଁ ଖୋଲିଛନ୍ତି । ଏହି ବିବାଦ ଭିତରେ ଫିଲ୍ମକୁ ବିରୋଧ କରୁଥିବା ଲୋକ ମାନଙ୍କୁ ପ୍ରେମରେ ଏକ ବାର୍ତ୍ତା ଶୁଣାଇଛନ୍ତି ସେ ।

ଫିଲ୍ମର ବିବାଦ ସମ୍ପର୍କରେ ନକହି ପରୋକ୍ଷ ରେ ଏକ ସକରାତ୍ମକ ରେ ଜବାବ ଦେଇଛନ୍ତି ସାରୁକ୍ । ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କ୍ଷମତାଶୀନ ବିଜେପି ଏହାକୁ ବିରୋଧ କରିସାରିଛି । ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏନେଇ ବିରୋଧ ପ୍ରଦଶଣ କରାଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *