ଛାତ୍ରଙ୍କ ବ୍ୟାଗରୁ ବାହାରିଲା ଗର୍ଭନିରୋଧକ ବଟିକା ସହ ଆପତ୍ତିଜନକ ସାମଗ୍ରୀ, ଉଠିଲା ପଡିଲା ସ୍କୁଲ…

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଉଠିଲା ପଡିଲା ସ୍କୁଲ କାହିଁକି ନାହିଁ ଏଠି ପାଠ ଜାଗାରେ ଛାତ୍ରମାନେ ଅଧିକ ମାତ୍ରାରେ ସାଠ ରେ ମାତିଛନ୍ତି । ବନ୍ଧୁଗଣ ଅଷ୍ଟମ, ନବମ, ଓ 10 ମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ଗର୍ଭ ନିରୋଧକ ବଟିକା ସହ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏହା ଦେଖି ସ୍କୁଲର ଶିକ୍ଷକଙ୍କ ଠାରୁ ଆରମ୍ଭ କରି ପ୍ରିନ୍ସିପାଲ ସମସ୍ତଙ୍କ ମୁଣ୍ଡ ଟିଣ ହୋଇଯାଇଛି । ଏପରି ଘଟଣା କୌଣସି ଏକ ସ୍କୁଲରେ ନୁହେଁ ବରଂ ବେଙ୍ଗାଲୁରୁର ଏକାଧିକ ସ୍କୁଲରେ ଘଟିଛି ।

ତେବେ ଘଟଣା ହେଉଛି କିଛି ସ୍କୁଲରେ ଏହି ଶ୍ରେଣୀର ଛାତ୍ରମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ମିଳିବା ପରେ ସେମାନଙ୍କ ବ୍ୟାଗ ଚେକିଂ କରାଯାଇଥିଲା । ଆଉ ସେଥିରୁ ଯାହା ମିଳିଲା ସେଥିରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ଅଷ୍ଟମ , ନବମ, ଏବଂ ଦଶମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ କେବଳ ମୋବାଇଲ ଫୋନ୍ ନୁହେଁ ବରଂ ଅତି ସାଙ୍ଘାତିକ ଜିନିଷ ମିଳିଥିଲା ।

school

ସ୍କୁଲ ବ୍ୟାଗରୁ କ-ଣ୍ଡୋମ ସହିତ ଗର୍ଭନିରୋଧକ ବଟିକା ମିଳିଥିଲା । ପାଣି ବୋତଲରେ ମଦ ମିଳିଥିଲା । ଆଉ ସେମାନଙ୍କ ବ୍ୟାଗରୁ ଲାଇଟର ଓ ସିଗାରେଟ୍ ବି ଜବତ ହୋଇଥିଲା । ଏହି ଘଟଣା ପରେ ଏଣିକିି ପ୍ରତିଦିନ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ତଲାସି କରିବାକୁ ସଂମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ କୌଣସି ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ସେମାନଙ୍କୁ କାଉନସେଲିଂ କରିବାକୁ ଯୋଜନା କରିଛନ୍ତି । ଏହା ସହିତ ସେମାନଙ୍କ ଅଭିଭାବକଙ୍କୁ ଡକାଇ ମିଟିଙ୍ଗ କରିଥିଲେ । ଏହା ଜାଣିବା ପରେ ଅଭିଭାବକ ମାନେ ମଧ୍ୟ ସ୍ତବ୍ଧ ହୋଇ ଯାଇଥିଲେ ।

ସେମାନଙ୍କ ପିଲାମାନଙ୍କ ବ୍ୟବହାରରେ କିଛି ଦିନି ହେବ ପରିବର୍ତ୍ତନ ଦେଖିଥିବା କହିଥିଲେ । ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ବର୍ତ୍ତମାନ ଛାତ୍ର ସମାଜର ମାନସିକ ସ୍ଖଳକୁ ନେଇ ବୁଦ୍ଧିଜିବୀ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *