ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମେ ଇନଷ୍ଟାଗ୍ରାମ ରେ ପ୍ରେମ । ତାପରେ ବାହାଘର ପାଇଁ ପ୍ରତିଶୃତି । ଆଉ ଶେଷରେ ନିଜ ଘର ଛାଡ଼ି ଚାଲି ଆସିଲେ ଯୁବତୀ । ଏଭଳି ଘଟଣା ଘଟିଛି ଯାଜପୁର ଥାନା ଅନ୍ତର୍ଗତ ସୁନ୍ଦୁରେଇ ମୁହଁ ଅଞ୍ଚଳର । ବଲାଙ୍ଗିର ଖୁପରାଖୋଳ ଅଞ୍ଚଳର ଦୁଇ ଭଉଣୀ ପ୍ରାୟ ଏକ ବର୍ଷ ହେବ ତାମିଲନାଡୁରେ ଟେଲରିଂ କାମ କରୁଥିଲେ । କାମ ସାରି ଘରକୁ ଫେରି ସୋସିଆଲ ମିଡିଆରେ ଆକଟିଭ ରହୁଥିଲେ ।
ସେହି ସମୟରେ ଯାଜପୁର ସାଦର ଥାନା ଅନ୍ତର୍ଗତ ଅବଦୁଲପୁର ବଣିଆସାହି ଅଞ୍ଚଳର ମହେଶ୍ୱର ସାହୁଙ୍କ ପୁଅ ଅଜିତ୍ ସାହୁଙ୍କ ସହ ଚିହ୍ନା ହୋଇଥିଲେ । ପରେ ଉଭୟଙ୍କ ମଧ୍ୟ ରେ ଚାଟ୍ ଆରମ୍ଭ ହୋଇଥିଲା । ପରେ ରଞ୍ଜିତ ବିବାହ ର ପ୍ରତିଶୃତି ଦେଇ ଯାଜପୁରକୁ ଦୁଇ ଭଉଣୀକୁ ଡାକିଥିଲେ । ରଞ୍ଜିତ କଥା ଶୁଣିବା ମାତ୍ରେ ଟ୍ରେନ ଯୋଗେ ଯାଜପୁର ରେ ପହଞ୍ଚିଥିଲେ ।
ରଞ୍ଜିତ ସେମାନଙ୍କୁ ଷ୍ଟେସନ ରୁ ନେଇ ସୁନ୍ଦୁରେଇ ମୁହଁ ଭଡା ଘରେ ତାଲା ପକାଇ ରଖିଥିଲା । ପ୍ରାୟ ୧ମାସ ହେବ ବନ୍ଦ କୋଠରୀ ଭିତରେ ତାଲା ପକାଇ ରଖିଥିଲା । ହେଲେ ଦୁଇ ଭଉଣୀ କୌଶଳ କ୍ରମେ ସେଠାରୁ ଖସି ଆସି ସ୍ଥାନୀୟ ଲୋକଙ୍କ ଆଗରେ ସବୁ କହିଥିଲେ । ପରେ ଲୋକେ ପୋଲିସ କୁ ଖବର ଦେଇଥିଲେ ।
ଘଟଣାସ୍ଥଳରୁ ପୋଲିସ ପହଞ୍ଚି ଯୁବତୀ ଦୁଇ ଜଣକୁ ଉନ୍ଧାର କରିଥିବା ବେଳେ ରଞ୍ଜିତ ଫେରାର ହୋଇଯାଇଥିଲା । ପରେ ପୋଲିସ ରଞ୍ଜିତ ର ମାଁ ରଞ୍ଜୁଲତା ସାହୁ, ବଡ ଭାଇ ଚନ୍ଦନ ସାହୁ ଓ ରଞ୍ଜନ ସାହୁଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।
ସେପଟେ ପୂର୍ବରୁ ରଞ୍ଜିତ ନାଁ ରେ ମାମଲା ରହିଥିବା ଜଣା ପଡିଛି । ତେବେ ଗାଁ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ମଧ୍ୟ ରଞ୍ଜିତ ଯୁବତୀ ମାନଙ୍କୁ ଆଣୁଥିଲେ । କିନ୍ତୁ କେହି ଜାଣି ପାରୁନଥିଲେ । ଏହି ଯୁବତୀ ସବୁ ଆସି କହିଲା ପରେ ରଞ୍ଜିତ ଅସଲ ଚେହେରା ସାମ୍ନାକୁ ଆସିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।