ଘନ କୁହୁଡ଼ି ତଳେ ଭୁବନେଶ୍ୱର । ତାପମାତ୍ରା ବଢ଼ୁଛୁ ଶୀତ କମୁଛି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ବଢିଲା ତାପମାତ୍ରା କମିଲା ଶୀତ । ଘନ କୁହୁଡ଼ି ର ଚାଦର ତଳେ ଟୁଇନ ସିଟି କଟକ ଆଉ ଭୁବେନଶ୍ୱର । ରାଜ୍ୟରେ ଶୀତ କମିଛି । ଅଧିକାଂଶ ସ୍ଥାନରେ ରାତିରେ ତାପମାତ୍ରା ବଢିବା ଯୋଗୁଁ କମ୍ ଶୀତ ଅନୁଭୂତ ହେଉଛି । ବିଭିନ୍ନ ସହରରେ ତାପମାତ୍ରା ୧୬ ରୁ ୧୭ ଡିଗ୍ରୀ ଉପରେ ରହିଛି । ଆଉ ୮ଟି ସହରକୁ ଛାଡି ବାକି ସବୁଠି ରାତିର ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ରହିଛି ।

ଆଉ ଆଜି ଆଭ୍ୟନ୍ତରୀଣ ଓଡିଶା ରେ କିଛି ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଯାହା ଆଜି ବାସ୍ତବରେ ପରିଣତ ହୋଇଛି । ଆଜି ସକାଳୁ ସକାଳୁ ଘନ କୁହୁଡ଼ି ର ଚାଦର ତଳେ ଘୁଡେଇ ହୋଇଥିଲା ରାଜ୍ୟ ରାଜଧାନୀ ଭୁବନେଶ୍ୱର ।

cold

କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସ୍ୱର୍ଣ୍ଣପୁର, ବୌଦ୍ଧ, ଢେଙ୍କାନାଳ ଓ କଟକରେ ସକାଳୁ ସକାଳୁ କୁହୁଡ଼ି ପଡିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ଏହା ସହ ଆସନ୍ତାକାଲି ମଧ୍ୟ ଏଭଳି କୁହୁଡ଼ି ପଡିବ ବୋଲି କୁହାଯାଉଅଛି । ସୋମବାର ସୁନ୍ଦରଗଡ଼ ଓ କେନ୍ଦୁଝର ରେ ସର୍ବନିମ୍ନ ତାପମାତ୍ରା ୧୩.୨ଂ ରେକର୍ଡ଼ ହୋଇଛି ।

ଝାରସୁଗୁଡା ରେ ୧୩.୫ , ନୟାଗଡ଼ ରେ ୧୪,କୋରାପୁଟ ରେ ୧୪.୫ ବାରିପଦାରେ ୧୪.୫ , ବଲାଙ୍ଗିର ରେ ୧୪.୭ , ବାଲେଶ୍ୱର ରେ ୧୪.୯ଂ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଏହି ତାପମାତ୍ରା ର ପରିବର୍ତ୍ତନ ହେବ ନାହିଁ । ଅର୍ଥାତ୍ ରାଜ୍ୟରେ ତାପମାତ୍ରା ବଢିବ ଆଉ ଶୀତ କମିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *