ଆଜି ଡିସେମ୍ବର 1 ରୁ ସାରା ଦେଶରେ ଲାଗୁ ଏହି ୮ ଗୋଟି ନିୟମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିସେମ୍ବର ୧ରେ ହେବାକୁ ଯାଉଛି ସବୁଠୁ ବଡ ପରିବର୍ତ୍ତନ । ଆପଣଙ୍କ ପକେଟ୍ ରେ ପଡିପାରେ ସିଧାସଳଖ ପ୍ରଭାବ । ଡିସେମ୍ବର ରୁ ଅନେକ ଗୁଡିଏ ପରବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦୈନଦିନିକ ଜୀବନ ଉପରେ ପଡିବ । ଘରୋଇ ସିଲିଣ୍ଡର ଦାମ୍ ହ୍ରାସ ହୋଇପାରେ । ଶୀତ ଋତୁ କାରଣରୁ ଅନେକ ଗୁଡ଼ିଏ ଟ୍ରେନର ସମୟ ପରିବର୍ତ୍ତନ ହୋଇପାରେ । ଜୀବନ ପ୍ରମାଣ ପତ୍ର ଜମା ନକଲେ ପେନସନ ପାଇବାକୁ ସମସ୍ୟା ।

ପ୍ରଥମରେ ଏଟିଏମ ରୁ ପଇସା କାଢିବା ଆହୁରି ହେବ ସୁରକ୍ଷିତ । ବର୍ତ୍ତମାନ ସମୟରେ ଆମେ ଏଟିଏମ ରୁ ଯେଉଁଭଳି ଭାବରେ ଟଙ୍କା କାଢୁଛୁ ସେଥିରେ ଜାଲିଆତି ହବାର ଆଶଙ୍କା ରହିଥାଏ ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମ କାଢିବା ନଗଦ ପ୍ରକ୍ରିୟାରେ ପରିବର୍ତ୍ତନ ହେବାକୁ ଯାଉଛି । ଏବେ ଏଟିଏମ କାର୍ଡ ଲଗାଇବା ମାତ୍ରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ । ଏହି ଓଟିପି କୁ ଏଟିଏମ ସ୍କ୍ରିନ୍ ରେ ଦେଇଥିବା କଲମ ରେ ଲେଖିବାକୁ ପଡିବ । ଏହା ପରେ ହିଁ ଆପଣ ଟଙ୍କା କାଢି ପାରିବେ । ଅନ୍ୟ ବ୍ୟାଙ୍କ ମଧ୍ୟ ଏହି ବ୍ୟବସ୍ଥା କରିବା ଉପରେ ବିଚାର କରୁଛି ।

ସେଭଳି ଜୀବନ ପ୍ରମାଣ ପତ୍ର ନଦେଲେ ପେନସନ ମିଳିବା ମୁସକିଲ । ପେନସନ ଭୋଗିଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଅର୍ଥାତ୍ ଲାଇଫ୍ ସାର୍ଟିଫିକେଟ ଜମା କରିବାର ଶେଷ ତାରିଖ ହେଉଛି ୨୦୨୨ ନଭେମ୍ବର ୩୦ । ଯଦି ଚଳିତ ମାସ ଶେଷ ସୁଧା ନିଜ ଜୀବନ ପ୍ରମାଣ ପତ୍ର ଜମା କରିନାହାନ୍ତି ତେବେ ଡିସେମ୍ବର ୧ରେ ଏହି କାମ କରିବାକୁ ଅସୁବିଧା ହୋଇପାରେ । ଯଦି ଠିକ୍ ସମୟରେ ଲାଇଫ୍ ସାର୍ଟିଫିକେଟ ଜମା କରିନାହାନ୍ତି ତେବେ ପେନସନ ରାଶି ମିଳିବା ମୁସକିଲ ହୋଇପାରେ ।

gas

ସେହିଭଳି ବଦଳିପାରେ LPG ର ଦାମ୍ । ଗତମାସ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ର ଦାମ୍ ହ୍ରାସ ହୋଇଥିଲା । ଏଥିରେ ଘରୋଇ ସିଲିଣ୍ଡର ଦାମ୍ କମ୍ ହୋଇପାରେ । ଅକ୍ଟୋବର ମାସର ତଥ୍ୟ ଅନୁଯାୟୀ ଖୁଚୁରା ମହଙ୍ଗା ସେକ୍ଟରରେ ଦାମ୍ କମିବାର ସଙ୍କେତ ମିଳିଛି । ତେବେ ଆଶା କରାଯାଉଛି କି ସିଏନଜି ଏବଂ ପିଏନଜି ରେ ଦାମ୍ ମଧ୍ୟ ହ୍ରାସ ଘଟିପାରେ । ଡିସେମ୍ବର ୧ରେ ଯାଇ ଏହା ଜଣା ପଡିବ ।

ସେହିଭଳି ବଦଳିବ ଟ୍ରେନର ସମୟ । ଡିସେମ୍ବର ରେ ଅଧିକାଂଶ ଅଞ୍ଚଳରେ ଥଣ୍ଡା ସହିତ କୁହୁଡ଼ି ବଢିବାରେ ଲାଗିଛି । ଏଥିରେ ଟ୍ରେନ ଯାତାୟାତ ସମସ୍ୟା ହେଉଛି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ନିଜର ସମୟ ଶାରଣୀରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ନୂତନ ସମୟ ଶାରଣୀ ଅନୁସାରେ ଟ୍ରେନର ସଞ୍ଚାଳନ କରାଯିବ । କେଉଁ ଟ୍ରେନର ସମୟ ଶାରଣୀ ପରିବର୍ତ୍ତନ ଘଟିଛି ଏହା ଡିସେମ୍ବର ୧ରେ ସୂଚନା ମିଳିବ ।

bank

ସେହିଭଳି ୧୩ଦିନ ରହିବ ବ୍ୟାଙ୍କ ବନ୍ଦ । ଡିସେମ୍ବର ମାସରେ ମୋଟ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ଦ୍ୱିତୀୟ, ଚତୁର୍ଥ ଶନିବାର ଓ ରବିବାର ଛୁଟି ସାମିଲ ରହିଛି । ଚଳିତ ମାସରେ ଖ୍ରୀଷ୍ଟମାସ ବର୍ଷର ଶେଷ ଦିନ ଏବଂ ଗୁରୁବାର ଗୋବିନ୍ଦ ସିଂ ର ଜୟନ୍ତୀ ମଧ୍ୟ ପଡୁଛି । ଯଦି ଆପଣଙ୍କ ର କୌଣସି ବ୍ୟାଙ୍କ ସମ୍ବନ୍ଧୀୟ କାମ ରହିଛି ତେବେ ଏହି ସବୁ ତାରିଖ ପୂର୍ବରୁ ସବୁ କାମ ସାରି ଦେବାକୁ ପଡିବ । ତେବେ ଏହି ଡିସେମ୍ବର ମାସରେ ଏହି ସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *