ଦମନ ଫିଲ୍ମ ହିରୋ ପାଇଁ ହିଟ୍ ହୋଇନି ମୁହଁ ଖୋଲିଲେ ବାବୁଶାନ୍

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଖାଲି ଓଡିଶା ନୁେହେଁ ସାରା ଭାରତରେ ଦମନ ଫିଲ୍ମକୁ ନେଇ ଚର୍ଚ୍ଚା କମିବାରେ ନାଁ ନେଉ ନାହିଁ । ଦୀର୍ଘ ବହୁତ ବର୍ଷ ପରେ ଓଡିଆ ଇଣ୍ଡଷ୍ଟ୍ରି ଏପରି ଏକ କଣ୍ନଟେଣ୍ଟ ଫିଲ୍ମ ବନେଇଛି ଯାହାକୁ ଲୋକମାନେ ଦେଖି ପ୍ରଶଂସା ମଧ୍ୟ କରୁଛନ୍ତି । ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଦମନ ଫିଲ୍ମ ହେଉଛି ଏପରି ଏକ ଫିଲ୍ମ ଯାହା ଆଗାମୀ ଦିନରେ ହିନ୍ଦୀରେ ରିଲିଜ ହେବାକୁ ମଧ୍ୟ ଯାଉଛି ।

ଏହି ଫିଲ୍ମ ର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ନଜର ଆସିଛନ୍ତି । ଆଶ୍ଚର୍ଯ୍ୟ ର କଥା ଏହା ହେଉଛି କି ଏହି ଫିଲ୍ମ ରେ ନାଁ କେହି ହିରୋଇନ ଅଛନ୍ତି ନା କୌଣସି ଆକସ୍ସନ ସିନ୍ ଅଛି । ଏହି ଫିଲ୍ମଟି ସତ ଘଟଣା ଉପରେ ଆଧାରିତ । ଆଉ ଏହି ଫିଲ୍ମଟି ସମସ୍ତଙ୍କୁ ଅଧିକ ପସନ୍ଦ ଆସିଛି । ଓଡିଶା ସରକାର ଏହି ଫିଲ୍ମକୁ ଦେଖିବା ପାଇଁ ମଧ୍ୟ କରମୁକ୍ତ ମଧ୍ୟ କରିଦେଇଛନ୍ତି ।

film Daman

ଏହାରି ମଧରେ ବାବୁସାନ ମହାନ୍ତି ସୋସିଆଲ ମିଡିଆରେ ବାବୁସାନ ମହାନ୍ତିଙ୍କ ର ଏକ ସାକ୍ଷାତକାର ଭିଡିଓ ଖୁବ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତକାର ଭିଡିଓ ରେ ବାବୁସାନଙ୍କୁ କିଛି ଏଭଳି ପ୍ରଶ୍ନ ପଚାରି ଯାଇଥିଲା ବାବୁସାନ ମଧ୍ୟ ଏଭଳି କିଛି ଉତ୍ତର ଦେଇଥିଲେ ଯାହା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ସାକ୍ଷାତକାରରେ ବାବୁସାନଙ୍କୁ ପଚରା ଯାଇଛି କି ଦମନ ଫିଲ୍ମରେ ବାବୁସାନ ଥିଲେ ବୋଲି ଚାଲିଲା ନାଁ ବାବୁସାନଙ୍କ ଜାଗାରେ ଆଉ କେହି ବି ଥିଲେ ଚାଲିଥାନ୍ତା ।

ଏହାର ଉତ୍ତର ରେ ବାବୁସାନ କହିଛନ୍ତି ସତ ହେଉଛି ବାବୁସାନ ହେଉକି ଆଉ ଯେଉଁ ବି ଅଭିନେତା ହେଉ ତାଙ୍କ ଫେଶ୍ ବାଲିର ଗୋଟିଏ କି ଦୁଇଟି ଫିଲ୍ମ ଚାଲିବ । ତାପରେ ଫିଲ୍ମର କନଟେକ୍ଟ ଫିଲ୍ମର ଷ୍ଟୋରୀ ଆଗକୁ ଭିଡି ନେଇଥାଏ । ମୁଁ ମୋ ନିଜକୁ ସୌଭାଗ୍ୟ ମନେ କରୁଛି କି ମୁଁ ଏମିତି ଏକ ଫିଲ୍ମରେ ଛୋଟ ଭୂମିକା ଟିଏ ପାଇଲି । ପ୍ରଥମ ଜିନିଷ ଫିଲ୍ମ ଭଲ ହେଉଛି ବୋଲି ବିପ୍ଳବ ସୃଷ୍ଟି ହେଲା । ଫିଲ୍ମ ର କାହାଣୀ ଭଲ ହେଉଛି ।

ପ୍ରଥମ ଜିନିଷ କନଟେଟ୍ । ଫିଲ୍ମର କନଟେଟ୍ କୁ ସତ୍ୟତାର ସହ ଲୋକମାନଙ୍କ ଆଗରେ ପ୍ରଦର୍ଶନ କରାଯାଇଛି । ଏମିତି ନୁହେଁକି ତାମିଲ ଫିଲ୍ମରେ ତେଲଗୁ ଫିଲ୍ମରେ କୋଟି କୋଟି ଟଙ୍କାର ଗାଡି ବ୍ୟବହାର କରୁଥିବା ବେଳେ ଆମେ ଗୋଟିଏ ବଲେରୁ ବ୍ୟବହାର କରି ସେମିତି କିଛି ପ୍ରଦର୍ଶନ କରିଥିଲୁ ।

daman

ଯାହା ଘଟିଛି ମାଲାକାନଗିରି ରେ ତାହା ଦେଖଯାଇଛି ସେଥିପାଇଁ ଫିଲ୍ମ ଚାଲିଛି । ବାବୁସାନ ଏଠି ପ୍ରତିକ୍ରିୟା ରଖିଛନ୍ତି ଯେ ଫିଲ୍ମ କନଟେଟ୍ କୁ ନେଇ ସେ ଭାଇରାଲ ହୋଇଛନ୍ତି । ଆଉ ତାଙ୍କ ଜାଗାରେ ଯେଉଁ ବି ହିରୋ ସେ ଜାଗାରେ ମଧ୍ୟ ଫିଲ୍ମ ଚାଲିଥାନ୍ତା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *