ଅର୍ଚ୍ଚନା ବହୁତ୍ ଦିନପରେ ଆଜି କୋର୍ଟରେ ଟିକେ ହସିଦେଲେ।

Archana smiled

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହସିଦେଲେ ଅର୍ଚ୍ଚନା । ଆଉ ହସି ହସି କହିଦେଲେ ଶତୃ ମାନଙ୍କ ବିନାଶ ହେବ । ମିଡିଆ କିଙ୍ଗ୍ ଏପଟେ ଝାଳ ବାହାର କରି ଅର୍ଚ୍ଚନାଙ୍କ ଠୁ ବାଇଟ୍ ନେବା ପାଇଁ ଛିଡା ହୋଇ ରହିଛନ୍ତି । ଯେ ବୋଧହୁଏ ଅର୍ଚ୍ଚନା କିଛି ଦୋହଲିବା ଭଳି କିଛି ଷ୍ଟେଟମେଣ୍ଟ ଦେବେ କିନ୍ତୁ ଅର୍ଚ୍ଚନାଙ୍କ ମୁହଁରେ ସେହି ହସ ହସ ମୁହଁ । ଆଉ ତା ଭିତରେ ପୋଲିସ ତାଙ୍କୁ ଟାଣି ନେଇ ତାଙ୍କୁ କୋର୍ଟ ପରିସରକୁ ଚାଲିଗଲା ।

ପ୍ରଥମେ ୬ଦିନ ଆଉ ତାପରେ ୭ଦିନ । ଏହା ଭିତରେ ୧୩ ଦିନର ରିମାଣ୍ଡ ଅବଧି ଶେଷ ହୋଇଯାଇଛି । ତେବେ ନିୟମ ହିସାବରେ ଆଉ ମାତ୍ର ୨ଦିନ ଅଧିକ ରିମାଣ୍ଡରେ ଅର୍ଚ୍ଚନାକୁ ନେଇପାରିବ ଇଡି । ବାସ୍ ଆଉ ତାପରେ ଆଇନ୍ କାନୁନ୍ ତାର ପରବର୍ତ୍ତୀ ମୋଡ ନେବ । ଏହା ଭିତରେ ଆଜି ଭୁବନେଶ୍ଵର କୋର୍ଟ ରେ ପହଞ୍ଚିଛନ୍ତି ଅର୍ଚ୍ଚନା ନାଗ ।

Archana nag 1

ଆଉ ଏହା ଭିତରେ ଆଜି ଅର୍ଚ୍ଚନା ନାଗଙ୍କ ମୁହଁ ରେ ଦେଖା ଦେଇନି କୌଣସି ଟେନସନ ର ଲକ୍ଷଣ । ମୁହଁ ତାଙ୍କର ଅତି ହସ ହସ ରହିଛି ଆଉ ହସ ହସ ମୁହଁ ରେ କହିଛନ୍ତି ଶତୃମାନଙ୍କ ର ବିନାଶ ହେବ । ଆଜି ନା ସେ ଆକ୍ରମକ ଅଛନ୍ତି ଆଜି ନାଁ ସେ ତାଙ୍କର ଚିରା ଚରିତ ଢଙ୍ଗରେ ମଡିଆକୁ ଦୋଷ ଦଉଛନ୍ତି । ଆଜି ଦୋଷ ଦଉଛନ୍ତି କେବଳ ଶତୃ ମାନଙ୍କୁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ ତାଙ୍କର ଶତୃ? ଶ୍ରନ୍ଧାଞ୍ଜଳୀ ତାଙ୍କ ଶତୃ, ଅକ୍ଷୟ ପରିଜା ତାଙ୍କର ଶତୃ ତେବେ ଏଇ ଦୁଇ ଜଣକୁ ଛାଡି ଦେଲେ ଆଉ କିଏ କିଏ ଅଛନ୍ତି । ଯିଏ ଚାହୁଁଛନ୍ତି ଅର୍ଚ୍ଚନା ନାଗ ର ବିନାଶ ହେଇଯାଉ । କିନ୍ତୁ ଅର୍ଚ୍ଚନା ଏପଟେ ଭିତରେ କନଫିଡେଣ୍ଟ ଅଛନ୍ତି ଯେ ତାଙ୍କ ଶତୃ ମାନଙ୍କ ର ବିନାଶ ହେବ । ତେବେ ଅର୍ଚ୍ଚନା ଏଥର କେଉଁ ନୂଆ ଗେମ୍ ଖେଳିବାକୁ ଚାହୁଁଛନ୍ତି । ଆଉ ଏହି ନୂଆ ଖେଳ ସେ କିଭଳି ଆରମ୍ଭ କରିବେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ତଥ୍ୟ ସାମ୍ନାକୁ ଆସିଛି ଶ୍ରନ୍ଧାଞ୍ଜଳୀ ବେହେରା ଇଡି ଅଫିସରେ ଅର୍ଚ୍ଚନା ନାଗ ର ସବୁ କଳା କାରନାମା ଖୋଲି ରଖିଦେଇଛନ୍ତି । ବର୍ତ୍ତମାନ ଇଡି ଉପରେ ଏହା ବଡ ଗୁରୁ ଦାୟୀତ୍ୱ ଯେ କିଭଳି ଅର୍ଚ୍ଚନା ଉପରେ ଲାଗିଥିବା ସମସ୍ତ ଅଭିଯୋଗ କୁ ପ୍ରମାଣ ଖୋଜି ବାହାର କରାଯିବ । ତେବେ ଇଡି ର ବି ସମୟ ସରି ସରି ଆସୁଛି । ଅର୍ଚ୍ଚନାକୁ ଆଉ ୨ଦିନ କ ରିମାଣ୍ଡରେ ନେବ ବୋଲି କୋର୍ଟ ରେ ଆଜି ଉପସ୍ଥିତି କରାଯାଇଥିବା ବେଳେ କୋର୍ଟ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ହେଉଛି ବଡ କଥା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *