ଅର୍ଚ୍ଚନା ନାଗ ପାଖରେ ରହିଛି କି ଖାସ ପ୍ରମାଣ ଯାହା ଓଡ଼ିଶା ଦୋହଲାଇ ଦେବ ।

Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିସ୍ଫୋରକ ଭାବେ ବୟାନ ଦେଇଛନ୍ତି ରାଣୀ ମହୁମାଛି ଅର୍ଚ୍ଚନା ନାଗ । ମୁଁ ଯେତେବେଳେ କହିବି ସାରା ରାଜ୍ୟ ପରିବର୍ତ୍ତନ ହେଇଯିବ ବୋଲି କହିଲେ । ତେବେ ବନ୍ଧୁଗଣ ଏହି ବୟାନ କ୍ୟାପିଟାଲ ହସ୍ପିଟାଲ ର ଗଣ ମାଧ୍ୟମ ସାମ୍ନାରେ ଦେଇଛନ୍ତି । ମତେ 30 ମିନିଟ ଦରକାର ।ମତେ ଫସାଇ ଦେଇଛନ୍ତି । ତଥ୍ୟ ପ୍ରମାଣ ସହିତ ସବୁ ଦେବି ।

ମୁଁ କାହାକୁ ଛାଡିବିନି ବୋଲି ଅର୍ଚନା ନାଗ ଚେତାବନୀ ଦେବା ସହିତ ସମସ୍ତେ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏଥି ସହ ସେ ଇଡି ତଦନ୍ତକୁ ସ୍ୱାଗତ କରିବା ସହିତ ସମୟକୁ ଅପେକ୍ଷା କରିଥିବା କଥା କହିଛନ୍ତି । ମୁଁ କାହାକୁ ଛାଡିବିନି ସମସ୍ତଙ୍କ ଗୁମର ଖୋଲିବି। ଶ୍ରଦ୍ଧାଞ୍ଚଳୀର କଲ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ ।

Archana 1

ମୋ ପାଟି ବନ୍ଦ କରି ସେମାନେ ମତେ ଆରେଷ୍ଟ କଲେ । ମୁଁ ପ୍ରେସମିଟ କରିଥାନ୍ତି‌ । ସେ ଆହୁରି କହିଛନ୍ତି କି ଏହି ବ୍ଳାକମେଲିଂ ଘଟଣାରେ ଆଉ କିଏ କିଏ ସଂପୃକ୍ତ ରହିଛନ୍ତି ସେହି ସବୁର ଖୁଲାସା କରିବେ । ନେତା ମନ୍ତ୍ରୀ କି ଆଉ କିଏ ହୁଅନ୍ତୁ । ସବୁ ଖୋଲିଦେବି । ତେବେ ଶ୍ରଦ୍ଧାଞ୍ଜଳୀ ପ୍ରସଙ୍ଗରେ ଅର୍ଚ୍ଚନା କହିଛନ୍ତି ଯେ ଯଦି ସାହସ ରହିଛି ସେ ତୁରନ୍ତ ସାମ୍ନାକୁ ଆସୁ ।

ତାଙ୍କର କହିବା ଅନୁସାରେ ତାଙ୍କୁ ଏଥିରେ ଫସାଇ ଦେଇ ଅନ୍ୟମାନେ ଖସି ଯାବାକୁ ଉଦ୍ୟମ କରିଥିବାର ସେ ଅଭିଯୋଗ କରିଛନ୍ତି । ତେବେ ସେ କାହାକୁ ଛାଡ଼ିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । ଇଡିର ତଦନ୍ତକୁ ମୁଁ ଅପେକ୍ଷା କରିଛି ଇଡି ତଦନ୍ତ କରୁ । ଯେତେ ବଡ ବଡ ତଦନ୍ତକାରୀ ସଂସ୍ଥା ଆସନ୍ତୁ ମୁଁ ପ୍ରସ୍ତୁତ ରହିଛି ବୋଲି ଅର୍ଚ୍ଚନା କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *