ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାତ୍ୟା ପ୍ରଭାବରେ ଶୀତ ଟିକେ କମିଥିଲା । ପୁଣି ଆଉ ତିନିଦିନ ପରେ ଶୀତ ଫେରିବ । ୩ଦିନ ପରେ ପୁଣି ପାରଦ ଖସିବ ଶୀତ ବଢିବ । ବାତ୍ୟା ମାଣ୍ଡୁସ୍ ପ୍ରଭାବରେ ଆଜି ରାଜ୍ୟ ରେ ପାଗ ମେଘୁଆ ରହିବା ସହ କିଚି ସ୍ଥାନରେ ବର୍ଷା ବି ହୋଇପାରେ । ତେଣୁ ଶୀତ କମିଛି । ଆସନ୍ତା ତିନିଦିନ ଏମିକି ପରିସ୍ଥିତି ଜାରି ରହିବ । ଅର୍ଥାତ୍ ପାଗ ମେଘୁଆ ରହିବ ଶୀତ କମିବ । ମାତ୍ର ୩ଦିନ ପରେ ତାପମାତ୍ରା ୩ଂ ହ୍ରାସ ପାଇଁବ ।
ଯାହା ଫଳରେ ହାଡଭଙ୍ଗା ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର କହିଥିଲା କି ମାଣ୍ଡୁସ୍ ଦୁର୍ବଳ ହୋଇ ଲଘୁଚାପ ରେ ପରିଣତ ହୋଇଛି । ଉତ୍ତର ତାମିଲନାଡୁ ଓ ସଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ କଣ୍ନାଟକ ଓ ଉତ୍ତର କେରଳ ପାଖାପାଖି ଏହା ଆହୁରି ଅସ୍ପଷ୍ଟ ହୋଇଛି । ଏହା ସହିତ ଜଡିତ ଘୃର୍ଣ୍ଣିବଲୟଟି ସେହି ସମାନ ଅଞ୍ଚଳରେ ରହିବା ବେଳେ ସମୁଦ୍ର ପତନରୁ ୫. ୮କେମି ଯାଏ ପରିବ୍ୟାପ୍ତ ହୋଇଛି ।
ଯାହାର ପ୍ରଭାବରେ ଦକ୍ଷିଣ ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ରୀୟ ଆରବସାଗର ରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ ସ୍ରୁଷ୍ଟି ହେବ । ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଭାରତ ଉପକୂଳରୁ ଦୂରେଇ ଯିବ । ତେବେ ଓଡିଶା କେବେ ଭାରତ ଉପରେ ଏହାର ପ୍ରଭାବ ପଡିବ ନାହିଁ । ଅପର ପକ୍ଷରେ ମାଣ୍ଡୁସ୍ ପ୍ରଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୂଆପଡା, କଳାହାଣ୍ଡି, କନ୍ଧମାଳ, ଓ ଗଜପତି ଆଦି ଅଞ୍ଚଳରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି ।
ଆଜିଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବା ବେଳେ ଆକାଶ ନିର୍ମଳ ରହିବ କିନ୍ତୁ ପାଗ ଟିକେ ମେଘୁଆ ରହିବ । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଉ ଏହାର ତିନିଦିନ ପରେ ପୁଣିଥରେ ପାରଦ କମିବ ଆହୁରି ଶୀତ ବଢିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।