ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନୁଭବଙ୍କ ପରେ ପୁଣିଥରେ ଆଉ କାହାକୁ ଧକ୍କା ଦେଲେ ବର୍ଷା ପ୍ରିୟଦର୍ଶିନୀ । ଧକ୍କା ଏମିତି ଏକ ଶବ୍ଦ ଯାହା ସହିବା ବହୁତ କଷ୍ଟ । ଜଣେ ଅନ ଜଣକୁ ଧକ୍କା ଦେଲେ ଧକ୍କା ଖାଇଥିବା ବ୍ୟକ୍ତି କେତେ ଯେ କଷ୍ଟ ସେ ନିଜେ ଜାଣିଛି । ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୁ ନେଇ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ବର୍ଷାଙ୍କ ନାଁ ରେ ଜଣେ ଏତଲା ଦେଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏକ ପାରିବାରିକ ବିବାଦକୁ ନେଇ ସର୍ବଦା ଚର୍ଚାରେ ରହୁଥିବା ବେଳେ ପୁଣି ଏକ ଖବର ସାମ୍ନାକୁ ଆସିଛି ।
ତେବେ ଓଲିଉଡ କୁଇନ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ରେ ଏକ ସଂଘୀନ ଅଭିଯୋଗ ଆସିଛି । ସହିଦ ନଗର ଥାନାରେ ଏକ ମହିଳା ଏତଲା ଦେଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ରେ ଆଇପିସି ର ଦଫା ୨୯୪,୪୨୦,୫୦୬ ରେ ମାମଲା ରୋଜୁ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କଲ୍ୟାଣୀ ନାମକ ଏକ ମହିଳା ସହିଦ ନଗର ଥାନାରେ ବର୍ଷାଙ୍କ ବିରୋଧରେ ଠକେଇ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଭୁବନେଶ୍ୱର ଜନତା ମଇଦାନ ମେଳା ଦେଖିବାକୁ ଯାଇଥିବା ବେଳେ କଟକରେ ଆୟୁଷୀ ପ୍ରିୟଦର୍ଶିନୀଙ୍କ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଦେଖା ହୋଇଥିଲା । କଲ୍ୟାଣୀ ବର୍ଷାଙ୍କ ଫ୍ୟାନ୍ ହୋଇଥିବାରୁ ସେ ବର୍ଷାଙ୍କ ଫୋନ ନଂ ମାଗିଥିଲେ । ଏଥି ସହିତ କଲ୍ୟାଣୀଙ୍କ ସହ ବର୍ଷାଙ୍କ ର ବହୁତ ଥର ଦେଖା ହୋଇଥିଲା । ଯେହେତୁ ବର୍ଷା ରାଜନୀତିରେ ବ୍ୟସ୍ତ ରହୁଥିଲେ ସେଥିପାଇଁ ସେ ଆୟୁଷୀଙ୍କ ନମ୍ବର ନେଇଥିଲେ ।
ଆୟୁଷୀ କଲ୍ୟାଣୀକୁ କହିଥିଲେ ଯେ ସେ ବର୍ଷା ପ୍ରିୟଦର୍ଶିନୀଙ୍କ ସହ କଥା ହୋଇ ଗୋଟିଏ ସୁନା ଦୋକାନରେ ଚାକିରି କରାଇଦେବେ । ଏଥିପାଇଁ ଆୟୁଷୀ ୫୦,୦୦୦ ଟଙ୍କା ସିକୁରିଟି ମନି ମଧ୍ୟ ଦାବି କରିଥିଲେ କିନ୍ତୁ କଲ୍ୟାଣୀ ଏତେ ଟଙ୍କା ଦେଇ ପାରିବେନି ବୋଲି କହିବା ସହ ଧାର କରଜ କରି ୩୦,୦୦୦ ହଜାର ଟଙ୍କା ଆୟୁଷୀଙ୍କୁ ଦେଇଥିଲେ । କିନ୍ତୁ ତା ପରଠାରୁ ବର୍ଷା ଫୋନ ଉଠାଉ ନଥିବା କଲ୍ୟାଣୀ ଅଭିଯୋଗ କରିଛନ୍ତି ।
ଏଥି ସହିତ ଭୁବନେଶ୍ଵର ର ଶ୍ରିୟା ଛକରେ ଆୟୁଷୀଙ୍କୁ ଦେଖା କରିଥିଲେ ବି ସେ ଗାଳି ଗୁଲଜ କରି ସେଠାରୁ ପଳାଇ ଯାଇଥିଲେ । କଲ୍ୟାଣୀ ବାଧ୍ୟ ହୋଇ ବର୍ଷା ବିରୋଧରେ ସହିଦ୍ ନଗର ଥାନାରେ ଏତଲା ଦେଇଛନ୍ତି । ଫଳରେ ସହିଦ୍ ନଗର ଥାନା ପୋଲିସ ଏହି ଘଟଣାର ତଦନ୍ତ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ବିଷୟକୁ ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।