ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ହୋଇ ବାତ୍ୟାରେ ପରିଣତ ହୋଇଛି ।

batya 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ବାତ୍ୟା ବି ପ୍ରାୟ ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ 480 କିଲୋମିଟର ଦୂରରେ ରହିଛି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ରେ ହାଇ ଆଲର୍ଟ ଜାରି କରାଜାଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ 6 ଟି ଏନଡିଆର ଏଫ୍ ଟିମ୍ କୁ ମୁତୟନ କରାଜାଇଛି ।

ଶୁକ୍ରବାର ଦିନ ଚେନ୍ନାଇ , ଥିରୁବାଲୁର , ଚେଙ୍ଗାରପାଟନ୍ନା , କାଞ୍ଚିପୂରମ୍ , ବାଲୁର ଏବଂ ରାନୀପେଟି ରେ ସମସ୍ତ ଶିକ୍ଷଅନୁଷ୍ଟାନ ବନ୍ଦ ରହିବ । ମାଣ୍ଡୋସ ବାତ୍ୟା ପ୍ରଭାବରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏହି 6 ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପାଇଁ ଛୁଟି ଘୋଷଣା କରିଛନ୍ତି । ଶୁକ୍ରାବର ରାତିରେ ପାଲାମପୁରମ୍ ନିକଟସ୍ଥ ପୁଡୁଚେରୀ ଏବଂ ଶ୍ରୀହରିକୋଟା ମଧ୍ୟରେ ଏହି ସାମୁଦ୍ରକ ବାତ୍ୟା ମାଣ୍ଡୋସ ଅତିକ୍ରମ କରିବ ବୋଲି ଆଶା ରହିଛି ।

batya

ତାମିଲନାଡୁ ସରକାର ମାଣ୍ଡୋସ ବାତ୍ୟା ପାଇଁ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ସାମୁଦ୍ରିକ ବାତ୍ୟା ମାଣ୍ଡୋସ ପ୍ରଭାବରେ ଘଣ୍ଟା ପ୍ରତି 85 କିଲୋମିଟର ବେଗରେ ପବନ ବହିବା ସହିତ ପୁଡୁଚେରୀ ଏବଂ ଶ୍ରୀହରିକୋଟା ମଧ୍ୟରେ ଏହି ସାମୁଦ୍ରକ ବାତ୍ୟା ମାଣ୍ଡୋସ ଅତିକ୍ରମ କରିବ ବୋଲି ଆଶା ରହିଛି । ଆଜିଠାରୁ ଶନିବାର ପର୍ଯ୍ୟନ୍ତ ବିଶେଷ କରି ତାଞାବୁରୁ ଏବଂ କାଞ୍ଚିପୁରମ୍ ଭଳି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ତାମିଲନାଡୁ ରାଜସ୍ୱ ମନ୍ତ୍ରୀ କେକେଏସ ଆର ରାମଚନ୍ଦ୍ରମ୍ ଙ୍କ ସୂଚନା ଅନୁସାରେ ତାମିଲନାଡୁ ରେ 159 ଟି ରିିଲିଫ ସେଣ୍ଟର , 121 ଟି ବାତ୍ୟା ଆଶ୍ରୟ ସ୍ଥଳୀ , ଏବଂ 5000 ରିଲିଫ କ୍ୟାମ୍ଫ ଏବେ ପ୍ରସ୍ତୁତ ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏହି ବାତ୍ୟା ମାଣ୍ଡୋସ ପ୍ରଭାବ ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *