ପାନ୍ କାର୍ଡଧାରୀଙ୍କ ଉପରେ ଲାଗିଯିବ ୧୦ ହଜାର ଟଙ୍କାର ଜୋରିମାନା: ବର୍ତ୍ତିବା ପାଇଁ ତୁରନ୍ତ କରନ୍ତୁ ଏହି କାମ

PAN card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆୟକର ବିଭାଗ ପାନ କାର୍ଡଧାରୀମାନଙ୍କୁ ପୁଣି ଥରେ ଆଲର୍ଟ ଜାରି କରିଛି । ବିଭାଗ ପକ୍ଷରୁ କୁହାଯାଇଛି କି ଏପ୍ରିଲ 1 ତାରିଖ ରୁ ଅନେକ ପାନ୍ କାର୍ଡ ବନ୍ଦ ହୋଇଯିବ । ଅର୍ଥାତ୍ ମାର୍ଚ୍ଚ 31 ସୁଦ୍ଧା ଆପଣ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବା ଉଚିତ୍ । ଯଦି ଆପଣ ଏପ୍ରିଲ 1 ରୁ ଏହି ପାନ୍ କାର୍ଡ ବ୍ୟବହାର କରନ୍ତି । ତେବେ ଆୟକର ବିଭାଗ ଆପଣଙ୍କ ଉପରେ 10,000 ଟଙ୍କାର ଜୋରିମାନା ଲଗାଇପାରେ ।

ଏବେ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବାକୁ ଆପଣଙ୍କୁ 1000 ହଜାର ଟଙ୍କା ଦେବାକୁ ପଡିବ । ଯଦି ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯାଏ ତେବେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ । ଆପଣ 1000 ଟଙ୍କାର ଚାଲାଣ ଜମା କରି ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ କରାଇପାରିବେ । ତେବେ କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ 30 ଜୁନ 2022 ଠାରୁ ବିଳମ୍ବ ଶୁଳ୍କ ଆଦାୟ କରୁଛି ।

pan

ଆୟକର ବିଭାଗ ଦ୍ୱାରା କୁହାଯାଇଛି କି ଯେଉଁମାନେ ଆୟକର ଅଧିନିୟମ 1961 ଅନୁଯାୟୀ ଛାଡ ବର୍ଗରେ ଆସନ୍ତି ନାହିଁ ସେମାନଙ୍କର ପାନ୍ କାର୍ଡ ଏପ୍ରିଲ 1 ରୁ ନିଷ୍କ୍ରିୟ ହୋଇଯିବ । ଯଦି ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯାଏ ତେବେ ଆପଣ ଏହାକୁ ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ଷ୍ଟକ୍ ଆକାଉଣ୍ଟ୍ ପାଇଁ ବ୍ୟବହାର କରିପାରିବେ ନାହିଁ । ଏହା ବ୍ୟତୀତ ଯଦି ଆପଣ ଏହି କାର୍ଡକୁ କୌଣସି ସ୍ଥାନରେ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରନ୍ତି, ତେବେ ଆପଣଙ୍କ ଉପରେ 10,000 ଟଙ୍କା ଜୋରିମାନା ଲାଗିପାରେ ।

ଆୟକର ବିଭାଗ ଆୟକର ଅଧିନିୟମ 1961 ର ଧାରା 272 ବି ଅନୁଯାୟୀ ଆପଣଙ୍କଠାରୁ 10,000 ଟଙ୍କା ଆଦାୟ କରିପାରେ । ସେହି ପରି ଆପଣ ମାନେ ଅନଲାଇନ ଲିଙ୍କ୍ କରିବାକୁ ଚାହୁଁଥିଲେ ଏମିତି ଭାବେ କରି ପାରିବେ । ଯେଉଁଥିରେ ସର୍ବପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟକୁ ଯାଆନ୍ତୁ । ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଏବଂ ଆଧାର ନମ୍ବର ଏଣ୍ଟର କରନ୍ତୁ । ଆଧାର କାର୍ଡରେ ଯଦି ଜନ୍ମ ବର୍ଷ ଦିଆଯାଏ ତେବେ ଟିକ୍ କରନ୍ତୁ । ଏବେ କ୍ୟାପଚା କୋଡ୍ ଏଣ୍ଟର କରନ୍ତୁ । ବର୍ତ୍ତମାନ Link Aadhaar ବଟନ୍ ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *