ଫେଲ ହେଲା ଯୋଜନା । କୁଆଡେ ଗଲା ପ୍ରଧାନମନ୍ତ୍ରୀ ଫସଲ ବୀମା…

Bima Yojana

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ କୃଷକ ଙ୍କ ପାଇଁ କେନ୍ଦ୍ର କହୁଛି ଯାହା , କରୁଛି ତା ଓଲଟା । ଚଷୀଙ୍କ ପାଇଁ ବୀମା ହୋଇଛି କିନ୍ତୁ କ୍ଷତି ଗ୍ରସ୍ତଙ୍କୁ କ୍ଷତି ପୂରଣ ମିଳୁନି । ଓଡିଶା ଚାଷୀ ଙ୍କ ଫସଲ ବୀମା ଯୋଜନା ଟଙ୍କା କୁ ନେଇ ଖେଳ ଖେଳୁଛି କେନ୍ଦ୍ର ।

ଓଡିଶା ଚାଷୀ ଙ୍କୁ କେନ୍ଦ୍ର ସରକାର ଙ୍କ ରୀତିମତ ପ୍ରତାରଣା ର ଏ ସଙ୍ଗୀନ ଦସ୍ତାବିଜ ଏବେ ପରଦାକୁ ଆସିଛି । ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାର ଙ୍କ କୁମ୍ଭୀର କାନ୍ଦଣା ର ନଗ୍ନ ପ୍ରମାଣ । ପ୍ରତିସୃତି ପରେ ପ୍ରତିସୃତି ଦେଇ ଓଡିଶା ର ଲକ୍ଷ ଲକ୍ଷ ଚାଷୀ ଙ୍କୁ ପ୍ରତିରିତ କରିଛନ୍ତି କେନ୍ଦ୍ର ର ବିଜେଡି ସରକାର । ପ୍ରାକୃତିକ ବିପର୍ଯ୍ୟୟ ରେ କ୍ଷତି ଗ୍ରସ୍ତ ଚାଷୀ ଙ୍କୁ ଆର୍ଥିକ ସହାୟତାର ପ୍ରତିସୃତି ଦେଇ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନ ମନ୍ତ୍ରୀ ଫସଲ ଯୋଜନା ।

Fasal Bima Yojana

ବୀମା ପାଇଁ କମ୍ପାନୀ ଗୁଡିକ ରାଜ୍ୟ ସରକାର ଓ ଚାଷୀ ଙ୍କ ଠାରୁ ଟଙ୍କା ବି ଆଦାୟ କରିଛନ୍ତି ହେଲେ ଉଦ୍ଦବେଗ ର କଥା , ପ୍ରାକୃତିକ ବିପର୍ଯ୍ୟୟ ର କ୍ଷତି ଗ୍ରସ୍ତ ହୋଇଥିବା ବୀମା ଭୁକ୍ତ ଚାଷୀ ଙ୍କୁ କ୍ଷତି ପୁରଣ ବାବଦ ଟଙ୍କା ମିଳୁନି । ବୀମା କମ୍ପାନୀ ଦିନ ପରେ ଦିନ ଗଡାଇ ଚାଲିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏ ନେଇ ନିରବ ରହିଛନ୍ତି ।

ରାଜ୍ୟ ର ଲକ୍ଷ୍ୟ ଲକ୍ଷ୍ୟ ଚାଷୀ ଙ୍କୁ 500 କୋଟି ଟଙ୍କା ର ପ୍ରଧାନ ମନ୍ତ୍ରୀ ଫସଲ ବୀମା ଏ ଯାଏଁ ମିଳିନି ବକିଆ ବୀମା ରାଶି ପାଇଁ କ୍ଷତି ଗ୍ରସ୍ତ ଗରୀବ ଚାଷୀ ଘୋର ଦୁର୍ଦ୍ଦଶା ରେ ଦିନ କାଟୁଥିବା ବେଳେ କେନ୍ଦ୍ର ସରକାର ନିରବରେ ବସି ରହିବା କୃଷକ ଙ୍କ ସ୍ୱାର୍ଥ ପ୍ରତି ଉପହାସ ଭଳି ମନେ ହେଉଛି ।

Fasal Bima

ଚାଷୀ ଙ୍କୁ ଏହି ଫସଲ ବୀମା ବାବଦ ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର କୃଷି ମନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ ବି କେନ୍ଦ୍ର ଏଥିପାଇଁ ଆଦୁ କର୍ଣ୍ଣ ପାତ କରୁ ନାହିଁ । ପ୍ରଧାନ ମନ୍ତ୍ରୀ ଫସଲ ବାମୀ ବାବଦ ଟଙ୍କା ନ ମିଳିବା ସାରା ରାଜ୍ୟରେ ଚାଷୀ ଙ୍କୁ ନିରାଶ କରିଥିବା ବେଳେ ପଶ୍ଚିମ ଓଡିଶାରେ ଏହାକୁ ନେଇ ଅସନ୍ତୋଷ ଏବେ ତିବ୍ର ହେବାରେ ଲାଗିଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *