ଛଟପଟ ହେଲେଣି ବିଜୟ ମାଲ୍ୟା ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ମକର୍ଦ୍ଦମା ଲଢିବେନି ମାଲ୍ୟାଙ୍କ ଓକିଲ । ପଳାତକ ବ୍ୟବସାୟ ଙ୍କ ହାତ ଛାଡିଦେଲେ ତାଙ୍କ ବ୍ୟକ୍ତିଗତ ଆଇନଜୀବୀ । ପୁଣି ଆଉ ଏକ ଅଡୁଆରେ ଛନ୍ଦି ହୋଇଛନ୍ତି କିଙ୍ଗଫିଶର ବିମାନ କମ୍ପାନି ର ପୂର୍ବତ୍ତନ ମୁଖ୍ୟ ।

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଙ୍କ ସମସ୍ୟା ଦିନକୁ ଦିନ ବଢିବା ରେ ଲାଗିଛି ଏବେ ବିଜୟ ମାଲ୍ୟା ଙ୍କ ଓକିଲ ସୁପ୍ରିମ କୋର୍ଟ ରେ ତାଙ୍କ ମକର୍ଦ୍ଦମା ଲଢିବାକୁ ମନା କରିଛନ୍ତି । ବିଜୟ ମାଲ୍ୟା ଙ୍କ ମାମଲା ରେ ତାଙ୍କୁ ମୁକ୍ତି ଦେବାକୁ ଓକିଲ ସୁପ୍ରିମ କୋର୍ଟ ଙ୍କୁ ଅନୁରୋଦ୍ଧ କରିଛନ୍ତି । ବିଜୟ ମାଲ୍ୟା ଙ୍କ ଓକିଲ ସୁପ୍ରିମ କୋର୍ଟ ଙ୍କୁ କହିଛନ୍ତି ଯେ କିଙ୍ଗ ଫିସର ଙ୍କ ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟା ଙ୍କ ସହ ଦିର୍ଘ ସମୟ ଧରି ତାଙ୍କର କୌଣସି ବାର୍ତାଳାପ ହୋଇ ନାହିଁ ।

Vijay Mallya

ସେ ଆହୁରି ମଧ୍ୟ କହିଛନ୍ତି ଯେ , ସେ ଏହି ପ୍ରସଙ୍ଗ ରେ ନିଜ କର୍ତ୍ତବ୍ୟ ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ଏକ ସପ୍ତାହ ମଧ୍ୟରେ କୋର୍ଟ ଙ୍କ ରେଜିଷ୍ଟ୍ରି ରେ ବିଜୟ ମାଲ୍ୟା ଙ୍କ ଇମେଲ ଏବଂ ଆବାସିକ ଠିକଣା ଦାଖଲ କରିବାକୁ ସୁପ୍ରିମ କୋର୍ଟ ଓକିଲ ଙ୍କୁ କହିଛନ୍ତି । କେବଳ ଏତିକି ନୁହଁ ବିଜୟ ମାଲ୍ୟା ଙ୍କ ମାମଲା ରୁ ତାଙ୍କ ନାମ ପ୍ରତ୍ୟାହାର ପକ୍ରିୟା ଆରମ୍ଭ କରିବାକୁ ସୁପ୍ରିମ କୋର୍ଟ ଓକିଲ ଙ୍କୁ ମଧ୍ୟ ଅନୁମତି ଦେଇଛନ୍ତି ।

ଦାଖଲ ହୋଇଥିବା ଏକ ପିଟିସନ ର ଶୁଣାଣି ସମୟ ରେ ବିଜୟ ମାଲ୍ୟା ଙ୍କ ପରାମର୍ଶ ଦାତା ଏହି ପିଟିଶନ ଦାଖଲ କରିଥିଲେ , ଯେଉଁଥିରେ ବିଜୟ ମାଲ୍ୟା ଏବଂ ତାଙ୍କ ସମ୍ପର୍କୀୟ ମାଲିକାନା ରେ ରହିଥିବା ସମସ୍ତ ସମ୍ପତ୍ତି କୁ ଜବତ କରିବାକୁ ଦାବି କରାଯାଇଥିଲା । କିଙ୍ଗ ଫିସର ଏୟାର ଲାଇନ ବ୍ୟତିତ ଅନ୍ୟ କୌଣସି ସମ୍ପତ୍ତି ଜବତ କରାଯିବା ଉଚିତ୍ ନୁହେଁ ବୋଲି ବିଜୟ ମାଲ୍ୟା ଏକ ଆବେଦନ କରିଥିଲେ ।

ଜୁଲାଇ 11 ରେ ସୁପ୍ରିମ କୋର୍ଟ ବିଜୟ ମାଲ୍ୟା ଙ୍କୁ କୋର୍ଟ ଅବମାନନା ମାମଲା ରେ ଚାରି ମାସ ଦଣ୍ଡିତ କରିବାର ପ୍ରାୟ ଚାରି ମାସ ପରେ ଏହି ଶୁଣାଣି ହେଉଛି । 9000 କୋଟି ଟଙ୍କା ର ବ୍ୟାଙ୍କ ଋଣ ଠକେଇ ମାମଲା ରେ ବିଜୟ ମାଲ୍ୟା ଙ୍କ ପ୍ରାଥମିକ ଅଭିଯୁକ୍ତ ହେଉଛି ବିଜୟ ମାଲ୍ୟା ଙ୍କ ବନ୍ଦ ହୋଇଯାଇଥିବା କିଙ୍ଗ ଫିସର ଏୟାର ଲାଇନ୍ସ । ଜୁଲାଇ 11 ରେ ହୋଇଥିବା ଶୁଣାଣି ରେ ସୁପ୍ରିମ କୋର୍ଟ ବିଜୟ ମାଲ୍ୟା ଙ୍କୁ 4 ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏବଂ ଏଥି ସହ 2000 ଟଙ୍କା ଜୋରିମାନା ମଧ୍ୟ ଦେଇଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *