ଆଜି ୧ ନଭେମ୍ୱର | ଆଜି ଓ କାଲି ହାଲୁକା ବର୍ଷା |

Light rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନଭେମ୍ୱର ୧ ତାରିଖରେ ମଙ୍ଗଳବାର ଅର୍ଥାତ୍ ଆଜି । ଆଜିଠାରୁ ରାଜ୍ୟରେ ହାଲୁକା ବର୍ଷା ହେବ । ପୁଣି ୪ତାରିଖରୁ ବଢିବ ଶୀତ । ଆଉ ଆଭ୍ୟନ୍ତରୀଣ ଓଡିଶାରେ ପାରଦରେ ତଳକୁ ଖସିବା ଯୋଗୁ ଶୀତ ଅନୁଭୂତ ହେବ । ପୁଣି ୬ ତାରିଖରେ ଉପକୂଳ ରେ ଶୀତ କମିବ ।

କିନ୍ତୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ବଢିବା ଯୋଗୁ ଆସନ୍ତା ଦୁଇଦିନ ଶୀତ ଅପେକ୍ଷାକୃତ କମ୍ ରହିବ । ଆଉ ପରେ ଶୀତ କ୍ରମଶଃ ବଢିବ ବୋଲି ଶୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ମୌସୁମୀ ଓଡିଶାରୁ ସଂପୂର୍ଣ୍ଣ ଭାବରେ ବିଦାୟ ନେଇ ସାରିଛି  । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ଆଉ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିନ୍ତୁ ଆଜିଠାରୁ ଅର୍ଥାତ୍ ନଭେମ୍ୱର ୧ ତାରିଖ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଓଡିଶାର କିଛି ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

rains

ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ମାଲକାନଗିରି ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଉ ସେହିପରି ନଭେମ୍ବର ୨ତାରିଖରେ ଆସନ୍ତାକାଲି କୋରାପୁଟ, ମାଲକାନଗିରି , ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଆଉ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *