‘ହେତୁବାଦୀ ମାନେ ଏଠି ଚିକେନ ରନ୍ଧି ସମସ୍ତଙ୍କୁ ଡିଷ୍ଟର୍ବ କରୁଛନ୍ତି, ଆମ୍ଭେ ମାନେ ଶାନ୍ତିରେ ଘରେ ରହି ପାରୁନୁ, ସେମାନେ ଯେପରି…’ ସ୍ଥାନୀୟ ବାସିନ୍ଦା

hatubadi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ହେତୁବାଦୀ କୁ ନେଇ ଉଠିଛି ବିବାଦ ତେବେ ବନ୍ଧୁଗଣ ହେତୁବାଦୀ ମାନେ ଚନ୍ଦ୍ରଗ୍ରହଣ ସମୟରେ ଚିକେନ ଭାତ ଖାଇବାକୁ ନେଇ ବିବାଦ ଲାଗିଥିଲା । ଏହାକୁ ନେଇ ବର୍ତ୍ତମାନ ସ୍ଥାନିୟ ବାସିନ୍ଦା ନିଜର ମତ ଦେଇ କହିଛନ୍ତି ଯେ ବି.ରାମଚନ୍ଦ୍ର ଏଠାରେ ଆସି କେଉଁ ହେତୁବାଦୀ ହୋଇ ଚିକେନ ରାନ୍ଧିଲେ ଏହି ଜିନିଷ ମିଡିଆ ର କଭର କରିବା କୌଣସି ମତରେ ଠିକ୍ ନୁହେଁ ।

ମାତ୍ର ତାଙ୍କର ଏନର୍ଜି ବୁଷ୍ଟ ହେଉଅଛି ଏଥିପାଇଁ ଯେ ମିଡିଆ ତାଙ୍କୁ ଏତେ କଭରେଜ ଦେଲା । ଗୁରୁତ୍ଵ ତାଙ୍କୁ ମିଡିଆ ଦେଉଛି ଏଥି ନିମନ୍ତେ ତାଙ୍କର ଗୁରୁତ୍ଵ ବଢୁଛି । ମାତ୍ର ଯିଏ ଯାହା ମାନିପାରିଲା କିନ୍ତୁ ଚିକେନ ରୋଷେଇ କରି ଲୋକଙ୍କୁ ଡାକି ଏଠାରେ ଏକ ଫାର୍ସ କରିବାର କୈଣସି ଆବଶ୍ୟକତା ନାହିଁ । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଏଠାରେ ସକାଳୁ ଖାଇବା ପିଇବା ସହିତ ପାଟିତୁଣ୍ଡ ଲାଗି ରହିଛି ତେବେ ଆମ୍ଭେ ମାନେ ଘରେ ରହିବୁ କିଭଳି ।

chicken

ଏହା ଅତ୍ୟନ୍ତ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି । ମହିଳା ଜଣଙ୍କ କହିଥିଲେ ଧର୍ମବିହାର ହେଉଛି ଗୋଟିଏ ସିନିୟର ସିଟିଜନ କଲୋନି । ଏଠାରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବରେ ରହିବାକୁ ପସନ୍ଦ କରନ୍ତି । ପିଲାମାନେ ପାଠ ପଢୁଛନ୍ତି ତଥା ବଡ ବଡ ଲୋକ ମାନେ କାମ କରି ଟିକିଏ ରେଷ୍ଟ ନେବେ । ମାତ୍ର କିଛି ଧ୍ୟାନ ନେଦେଇ ଦିନରାତି ଡିଷ୍ଟର୍ବ କରିବାରେ ଲାଗିଛନ୍ତି ହେତୁବାଦି ।

କୋରନା ସମୟରେ ଲୋକ ଡରି ଘରୁ ବାହାରକୁ ବାହାରୁ ନଥିଲେ ମାତ୍ର ସେତେବେଳେ ଏଠାରେ ବିବାହ ହେଉଥିଲା । ଏହାକୁ ନେଇ ବହୁତ ଥର ବିରୋଧ ମଧ୍ୟ କରିଛନ୍ତି କିନ୍ତୁ ସେମାନେ କିଛି କାହା କଥା ଶୁଣୁ ନାହାଁନ୍ତି । ଏବଂ ସେ ଜଣେ ଜିଦଖୋର ପ୍ରକୃତିର ଲୋକ ଯାହା ବୁଝିଥିବେ ତାହା ନିଶ୍ଚିତ ଭାବରେ କରିବେ । ବି.ରାମଚନ୍ଦ୍ର ଜଣେ ଜିଦି ସ୍ୱଭାବରେ ବ୍ୟକ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରି କହିଛନ୍ତି । ଯେ ଏ ସବୁ ସେ ନିଜ ଘରେ ମଧ୍ୟ କରି ପାରିଥାନ୍ତେ । କିନ୍ତୁ ଏଭଳି ସ୍ଵଭାବ ଥିବାରୁ ସେ ଜାଣିଶୁଣି ଏଭଳି କରୁଛନ୍ତି ।

ଲୋକଙ୍କୁ ଏକତ୍ରିତ କରି ଚିକେନ ଭାତ ଖୁଆଇ ସେ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି । କଲୋନି ଭିତରେ ଅନେକ ଘର ଅଛି ତେବେ ସମସ୍ତେ ଗ୍ରହଣ ର ମହତ୍ଵ ବୁଝି ମାନୁଛନ୍ତି ବୋଲି କିଛି ପ୍ରମାଣ ନାହିଁ । ସେଥି ମଧ୍ୟରୁ କିଏ ମାନୁଛି କିଏ ମାନୁନାହିଁ ତେବେ ଏହା ଉପରେ ଆପଣ ମାନଙ୍କର କଣ ରାୟ ରହିଛି ନିଶ୍ଚିତ ଭାବେ କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *